Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ହୋଇପାରୁ ନାହିଁ ସମାଧାନ, ପୁଣି ଜାନୁୟାରୀ ୧୯ ତାରିଖରେ ହେବ ସରକାର ଏବଂ ଚାଷୀ ମଧ୍ୟରେ ଆଲୋଚନା
ଜାତୀୟ ଖବର

ହୋଇପାରୁ ନାହିଁ ସମାଧାନ, ପୁଣି ଜାନୁୟାରୀ ୧୯ ତାରିଖରେ ହେବ ସରକାର ଏବଂ ଚାଷୀ ମଧ୍ୟରେ ଆଲୋଚନା

January 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହୋଇପାରୁ ନାହିଁ ସମାଧାନ, ପୁଣି ଜାନୁୟାରୀ ୧୯ ତାରିଖରେ ହେବ ସରକାର ଏବଂ ଚାଷୀ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ, ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ର ସରକାର ଓ ବିଭିନ୍ନ କୃଷକ ସଂଗଠନର ପ୍ରତିନିଧିମାନଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ହୋଇଯାଇଛି । ଏଥିରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, ରେଳବାଇ, ବାଣିଜ୍ୟ, ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସୋମପ୍ରକାଶ ଭାଗ ନେଇଥିଲେ । ସେହିଭଳି ୪୧ଟି କୃଷକ ସଂଗଠନର ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

କେନ୍ଦ୍ର କୃଷିମନ୍ତ୍ରୀ ଏହି ଅବସରରେ ପ୍ରସ୍ତାବ ଦେଇଥିଲେ ଯେ ଚାଷୀ ସଂଗଠନଗୁଡିକ ସହ ଆଲୋଚନା ଅଣଆନୁଷ୍ଠାନିକ ଗୋଷ୍ଠୀ ମାଧ୍ୟମରେ କରାଯାଇପାରେ । ଏହାଦ୍ୱାରା ସମାଧାନର ସୂତ୍ର ବାହାରିବା ସହଜ ହୋଇପାରେ। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ସମ୍ମାନ ଦେଉଛନ୍ତି । ଚାଷୀ ସଂଗଠନଗୁଡିକ ସହ ବିବାଦୀୟ ପ୍ରସଙ୍ଗଗୁଡିକ ଉପରେ ଗୋଟି ଗୋଟି ଆଲୋଚନା କରାଯାଇପାରେ ବୋଲି ମଧ୍ୟ ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଦେଶର ପ୍ରତ୍ୟେକ ରାଜ୍ୟରେ ବିଭିନ୍ନ ପ୍ରକାର ପରିବେଶ ଓ ପରିସ୍ଥିତି ରହିଛି । ଅନେକ ଚାଷୀ ନୂଆ କୃଷି ଆଇନକୁ ସମର୍ଥନ କରୁଛନ୍ତି । ଆହୁରି ମଧ୍ୟ ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରରେ କ୍ରୟ କରାଯାଉଛି । ଚଳିତ ଋତୁରେ ଏମ୍‍ଏସ୍‍ପି ପରିମାଣ ବୃଦ୍ଧି କରାଯିବା ସହ ଖାଦ୍ୟଶସ୍ୟ ସଂଗ୍ରହ କେନ୍ଦ୍ରର ସଂଖ୍ୟା ବଢାଯାଇଛି ବୋଲି ସେ କହିଛନ୍ତି।

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲ ଆଲୋଚନା କାଳରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ୨୦୨୦ର ବିଭିନ୍ନ ଧାରା ଓ ଉପଧାରା ସଂପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ। ଏହି ନୂଆ ଆଇନ ଦ୍ୱାରା ଉଭୟ ଚାଷୀ ଓ ଚାଷର କିପରି ଉନ୍ନତି ଘଟିବ ତାହା ସେ କହିଥିଲେ।

ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଜାନୁୟାରୀ ୧୯ ତାରିଖରେ କରିବା ପାଇଁ ଉଭୟ ପକ୍ଷ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଥିଲେ । କଥାବାର୍ତ୍ତା ସମାଧାନର ଏକମାତ୍ର ରାସ୍ତା ହୋଇଥିବାରୁ ଅଧିକ ଆଲୋଚନା ପାଇଁ ଉଭୟପକ୍ଷ ରାଜି ହୋଇଥିଲେ ।

ଚାଷୀ ଆନ୍ଦୋଳନ
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ଇନ୍ଧନ ଉପରେ ଭାଟ୍ ୧୮% ରୁ ୭% କୁ ହ୍ରାସ, ଜାଣନ୍ତୁ କେଉଁଠି

May 15, 2026

ହାଇଦ୍ରାବାଦ-ଜୟପୁର ସ୍ୱତନ୍ତ୍ର ଟ୍ରେନରେ ନିଆଁ

May 15, 2026
Latest News

ଆଜି ୧୬ ତାରିଖ ଶନିବାରରେ ଏହି ତିନୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ

May 16, 2026

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.