Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଡ଼ିଆ ପଡ଼ିଛି ଶହଶହ ଏକର ଲୁଣ ଜମି: ଲବଣ ଚାଷ ନହେବାରୁ ଚାଷୀ ପରିବାର ପ୍ରଭାବିତ
ବିଶେଷ ଖବର

ପଡ଼ିଆ ପଡ଼ିଛି ଶହଶହ ଏକର ଲୁଣ ଜମି: ଲବଣ ଚାଷ ନହେବାରୁ ଚାଷୀ ପରିବାର ପ୍ରଭାବିତ

January 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ହୁମ୍ମା-ଗଂଜାମ ବ୍ଳକ୍ ଅଂଚଳର ବିସ୍ତୀର୍ଣ୍ଣ ଲୁଣ ଜମି ପଡ଼ିଆରେ ପ୍ରତ୍ୟେକ ବର୍ଷ ଏକର ଏକର ଲୁଣ ଚାଷ କରାଯାଏ। କିନ୍ତୁ ଚଳିତ ଉତ୍ପାଦନ ଋତୁରେ ଏହା ଆରମ୍ଭ ହୋଇପାରିନାହିଁ। ସ୍ଥାନୀୟ ଜନପ୍ରତିନିଧି କିମ୍ବା ଜିଲ୍ଲା ପ୍ରଶାସନର ଏ ଦିଗରେ ଦୃଷ୍ଟି ନାହିଁ। ଲୁଣ ଉତ୍ପାଦନ ଜମି ଉପରେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରାୟ ୫ହଜାର ପରିବାର ନିର୍ଭର କରୁଥିବାବେଳେ ବର୍ତ୍ତମାନ ଏମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି।

ଲବଣ ଚାଷ ବନ୍ଦ ଯୋଗୁଁ ପ୍ରତିଦିନ ଏହି ଅଂଚଳରୁ ଲୁଣଚାଷୀମାନେ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି। ଲୁଣଚାଷ ହୋଇନପାରିବାର କେତେକ ପ୍ରମୁଖ କାରଣ ମଧ୍ୟରେ କିଛି ବର୍ଷ ହେଲା ଲୁଣ ଜମି ଲିଜ୍‌ଧାରୀ ଓ ଶ୍ରମିକଙ୍କ ମଧ୍ୟରେ ପାରିଶ୍ରମିକକୁ ନେଇ ଚୁକ୍ତିନାମା ସ୍ୱାକ୍ଷରିତ ହୋଇପାରିନାହିଁ। ଲୁଣଜମିରେ କାମ କରୁଥିବା ଶ୍ରମିକଙ୍କୁ ଲିଜ୍‌ଧାରୀମାନେ ଠିକ୍ ଭାବେ ପାରିଶ୍ରମିକ ଦେଉନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ଉତ୍ପାଦନ ପରେ ମହଜୁଦ୍ ରହୁଥିବା ଲୁଣ ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ନଷ୍ଟ ହେଲେ ସେ ବାବଦରେ କ୍ଷତିପୂରଣ ମଧ୍ୟ ଶ୍ରମିକଙ୍କୁ ସହିବାକୁ ପଡ଼ୁଛି। ଯାହାଦ୍ୱାରା ଚାଷୀମାନେ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏ ଦିଗରେ କୌଣସି ପ୍ରକାର ସହଯୋଗ ମିଳୁନାହିଁ।

କେନ୍ଦ୍ର ସରକାରଙ୍କ ଲବଣ ବିଭାଗ ପକ୍ଷରୁ ହୁମ୍ମାଠାରେ ଏକ ଅଫିସ୍ ରହିଥିଲେ ମଧ୍ୟ ତାହା ଶ୍ରମିକଙ୍କ ସମସ୍ୟା ପ୍ରତି କେବେ ଦୃଷ୍ଟି ଦେଉନାହିଁ। ଫଳରେ ଶ୍ରମିକମାନେ ପାରମ୍ପରିକ ଲବଣ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିପାରୁନାହାନ୍ତି। ବର୍ତ୍ତମାନ ହୁମା ନିକଟରେ ଅଳ୍ପ କେତେକ ଜମିରୁ ଲବଣ ଉତ୍ପାଦନ ହେଉଛି। ଏକର ଏକର ଜମି ଖାଲି ପଡ଼ିଛି।

ସେହିପରି ଗଂଜାମ ସ୍ଥିତ ହୁମ୍ମା-ବିଞ୍ଛଣାପଲ୍ଲୀ ଲବଣ ଉତ୍ପାଦନ ଓ ବିକ୍ରୟ ସମବାୟ ସମିତି ଅଧିନରେ ଥିବା ୭୩୦ ଏକର ଲବଣ ଜମିରୁ ୨୦୧୪ ମସିହାରେ ୧୨୩.୬୧୪ ଏକର ଜମିର ଲିଜ୍‌କୁ କେନ୍ଦ୍ର ସରକାର ବାତିଲ କରିଦେଇଛନ୍ତି। ଫଳରେ ସେହି ଜମିରେ କାର୍ଯ୍ୟରତ ଶ୍ରମିକଙ୍କ ଅବସ୍ଥା କହିଲେ ନସରେ। ଏହିସବୁ ଜମିରେ ଲଗାତାର ତିନିବର୍ଷ ଧରି ଲବଣ ଉତ୍ପାଦନ ବନ୍ଦ ଥିବା ଦର୍ଶାଇ ରାଜସ୍ଥାନ ଲବଣ କମିଶନର ଲିଜ୍‌କୁ ବାତିଲ କରି ଦେଇଛନ୍ତି।

ସେହିପରି ବଳକା ଜମିରେ ମଧ୍ୟ ସମିତିର ପରିଚାଳନାଗତ ଅପାରଗତା ଯୋଗୁଁ ତାହା ଉତ୍ପାଦନ କ୍ଷମ ହୋଇପାରୁନାହିଁ। ୧୯୪୨ ମସିହାରେ ପ୍ରତିଷ୍ଠିତ ଏହି ସମିତି ବର୍ତ୍ତମାନ ଦେବାଳିଆ ଅବସ୍ଥାକୁ ଚାଲିଆସିଲାଣି। ପୁନଃରୁଦ୍ଧାର ଜରୁରି ହୋଇପଡ଼ଛି। ଗ୍ରାସିମ୍ ଇଣ୍ଡଷ୍ଟ୍ରି ତା’ର କଷ୍ଟକ୍ ସୋଢ଼ା ଉତ୍ପାଦନ ପାଇଁ କଂଚାମାଲ୍ ରୂପେ ଲୁଣ ବ୍ୟବହାର କରୁଥିଲେ ମଧ୍ୟ କଂପାନୀ ସ୍ଥାନୀୟ ଲବଣ କ୍ରୟ କରିବା ପରିବର୍ତ୍ତେ ବାହାର ରାଜ୍ୟରୁ ଆମଦାନୀ କରୁଛି।

ବର୍ତ୍ତମାନ ଏହି କଂପାନୀ ତା’ର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ପରିବେଶଗତ ମଂଜୁରୀ ନିମନ୍ତେ ଜନଶୁଣାଣୀ ମଧ୍ୟ ସାରିଛି। ବାର୍ଷିକ ୭୨ ହଜାର ଟନ୍‌ରୁ ୧ ଲକ୍ଷ ୫ହଜାର ଟନ୍ କଷ୍ଟିକ୍ ସୋଢ଼ା ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଜନଶୁଣାଣୀ ସମୟରେ ସ୍ଥାନୀୟ କିଛି ଲୋକ ଏହି ଅଂଚଳର ଲୁଣ ଉତ୍ପାଦନକୁ କଂପାନୀ ବ୍ୟବହାର କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏଣୁ ଏହାକୁ ଅଧିକ ମାତ୍ରାରେ କ୍ରିୟାଶୀଳ କରାଇ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି କଂପାନୀ କର୍ତ୍ତୃପକ୍ଷ ପଡ଼ିଥିବା ଲୁଣ ଜମିରୁ ଉତ୍ପାଦନକ୍ଷମ କରାଇଲେ ସ୍ଥାନୀୟ ଅଂଚଳରେ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବା ସହ ଐତିହାସିକ ଲୁଣ ଜମି ପୁନଃରୁଦ୍ଧାର ହୋଇପାରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କରି ଗର୍ଜ୍ଜନ କଲେ କଂଗ୍ରେସ ନେତା କହ୍ନେୟା କୁମାର, କହିଲେ…

June 11, 2026

କ୍ଷମତା ଗଲେ ଦଳ କାହିଁକି ଭାଙ୍ଗେ? ଭାରତୀୟ ରାଜନୀତିର ଏକ ପୁରୁଣା ପ୍ରଶ୍ନ

June 11, 2026

ଲୋକସେବା ଭବନରୁ ତଦନ୍ତ ରିପୋର୍ଟ ଚୋରୀ ଘଟଣା, କ୍ୟାପିଟଲ ଥାନାରେ ମାମଲା ରୁଜୁ

June 11, 2026

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ: ଜାଣନ୍ତୁ ସରକାରର ଐତିହାସିକ ନିଷ୍ପତ୍ତି

June 11, 2026
Latest News

ତିନି ଦିନ ମଧ୍ୟରେ ତୃତୀୟ ଆକ୍ରମଣ: ଓମାନରେ ଆଉ ଏକ ଜାହାଜ ଉପରେ ଆକ୍ରମଣ

June 11, 2026

ଶକିରା ଏବଂ କେଟି ପେରିଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେବ ଫିଫା ବିଶ୍ୱକପ୍-୨୦୨୬

June 11, 2026

ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍!: ଆଫଗାନିସ୍ତାନ ODIରେ କିପରି ରହିବ ଟିମ୍ ଇଣ୍ଡିଆ?

June 11, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍

June 11, 2026

ଭଗବାନ ରାମ ମନ୍ତବ୍ୟ ମାମଲାରେ ରାହୁଲ ଗାନ୍ଧୀଙ୍କ ବଢ଼ିଲା ସମସ୍ୟା: କୋର୍ଟ ଦେଲେ ଏହି ନିର୍ଦ୍ଦେଶ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.