Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରତିରକ୍ଷା ଗବେଷଣା କେନ୍ଦ୍ର ବାହାର କଲା ବାଇକ ଆମ୍ବୁଲାନସ, ସେଥିରେ ଯାହା ଅଛି ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଜାତୀୟ ଖବର

ପ୍ରତିରକ୍ଷା ଗବେଷଣା କେନ୍ଦ୍ର ବାହାର କଲା ବାଇକ ଆମ୍ବୁଲାନସ, ସେଥିରେ ଯାହା ଅଛି ଜାଣିଲେ ହେବେ ଆଶ୍ଚର୍ଯ୍ୟ

January 19, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରତିରକ୍ଷା ଗବେଷଣା କେନ୍ଦ୍ର ବାହାର କଲା ବାଇକ ଆମ୍ବୁଲାନସ, ସେଥିରେ ଯାହା ଅଛି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥା ବା ଡିଆରଡିଓ ବାହାର କରିଛି ବାଇକ ଆମ୍ବୁଲାନସ। ଏହା ଅଧିନରେ ଥିବା ଆଣବିକ ଔଷଧ ଏବଂ ଆଲାଇଡ ସାଇନସ ବିଭାଗ ଏହାକୁ ବିକଶିତ କରିଛି। ମୁଖ୍ୟତଃ ଜଙ୍ଗଲିଆ ଅଞ୍ଚଳ ଯେଉଁଠାକୁ ଆମ୍ବୁଲାନସ ଯାଇପାରିବ ନାହିଁ ସେଠାକୁ ଏହା ଯିବ। ସେଥିପାଇଁ ଏହି ବାଇକରେ ଆମ୍ବୁଲାନସ ପରି ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାର ନାମ ରଖାଯାଇଛି ‘ରକ୍ଷିତା’

ଏହି ବାଇକରେ ସୁବିଧା ଅନୁଯାୟୀ ଏକ ଆସନ ପ୍ରସ୍ତୁତ କରାଯାଇଛି। ଏହି ସିଟଟି ସୁବିଧା ଅନୁଯାୟୀ କରିପାରିବେ। ଅର୍ଥାତ ଜଣେ ରୋଗୀ ଚାହିଁଲେ ଶୋଇପାରିବ, ଚାହିଁଲେ ବସିପାରିବ। ଏଥିସହିତ ହାତ ଗୋଡ ରଖିବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ବାଇକରେ ଅମ୍ଳଜାନ ସିଲିଣ୍ଡର ସହିତ ସୁରକ୍ଷା ଜ୍ୟାକେଟ ମଧ୍ୟ ଖଂଜା ଯାଇଛି। ସେହିପରି physiological parameter measuring equipment ମଧ୍ୟ ରଖାଯାଇଛି। ଏହାକୁ ଦୂରରୁ ରହି ମନିଟରିଂ କରାଯାଇ ପାରିବ।

ଏହି ବାଇକରେ ମଧ୍ୟ ଦିଆଯାଇଛି ଏକ ଏଲସିଡି ମନିଟର। ଏହା ସାହାର୍ଯ୍ୟରେ ରୋଗୀର ରାକ୍ତଚାପ ସହିତ ହୃଦ ସ୍ପନ୍ଦନର ସ୍ଥିତି ଜାଣିହେବ। ଏଥିରେ ଏୟାର ସ୍ପିଲଣ୍ଡ, ଅମ୍ଳଜାନ କିଟ ପ୍ରମୁଖ ରଖାଯାଇଛି। ତେବେ ଏହାକୁ ବର୍ତ୍ତମାନ ପାଇଁ ସିଆରପିଏଫ କୁ ଯୋଗାଇ ଦିଆଯାଇଛି। ଏହି ଯବାନମାନେ ବଣ ଜଙ୍ଗଲରେ ରହୁଥିବାରୁ ସେଠାରେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେଲେ ଆମ୍ବଲାନସ ଯାଇପାରିବ ନାହିଁ। ସେଥିପାଇଁ ଡିଆରଡିଓ ତରଫରୁ ଏହିପରି ଏକ ଭିନ୍ନ ବାଇକ ଆମ୍ବୁଲାନସକୁ ବିକଶିତ କରାଯାଇଛି।

ଏକ ଉଦଘାଟନ ସମାରୋହରେ 21 ଟି ବାଇକ ଆମ୍ବୁଲାନସକୁ ସିଆରପିଏଫକୁ ପ୍ରଦାନ କରାଯାଇଛି। ଏହି ବାଇକ ଯବାନମାନଙ୍କ ସହ ବଣ ଜଙ୍ଗଲରେ ରହୁଥିବା ଆଦିବାସୀଙ୍କ ପାଇଁ ମଧ୍ୟ ବ୍ୟବହାର କରିବା ପାଇଁ କୁହାଯାଇଛି।

crpf Drdo
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ରନେତା ସେବା ମନୋଭାବ ରଖନ୍ତୁ: ମୁଖ୍ୟମନ୍ତ୍ରୀ

October 18, 2026

୨୨ରୁ ଲଘୁଚାପ ସମ୍ଭାବନା, ଫିକା ପଡ଼ିବନି ପାର୍ବଣ

October 18, 2026

ଭକ୍ତଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୧୫ ମୃତ

October 18, 2026

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026
Latest News

ଛାତ୍ରନେତା ସେବା ମନୋଭାବ ରଖନ୍ତୁ: ମୁଖ୍ୟମନ୍ତ୍ରୀ

October 18, 2026

ନାକଟିଦେଉଳରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

October 18, 2026

ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରି ଏମିତି କାହିଁକି କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

October 18, 2026

ଗଞ୍ଜାମରେ ଚାଞ୍ଚଲ୍ୟ! ରାସ୍ତାକଡ଼ରୁ କନେଷ୍ଟବଳଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ରହସ୍ୟ

October 18, 2026

୨୨ରୁ ଲଘୁଚାପ ସମ୍ଭାବନା, ଫିକା ପଡ଼ିବନି ପାର୍ବଣ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.