Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଟିଆ ଲୋକେ ଆନ୍ଧ୍ର ମୁହାଁ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲା ରାଜ୍ୟ ବିଜେପି
ଜାତୀୟ ଖବର

କୋଟିଆ ଲୋକେ ଆନ୍ଧ୍ର ମୁହାଁ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲା ରାଜ୍ୟ ବିଜେପି

February 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଓଡିଶା ସୀମାବର୍ତ୍ତି ଅଞ୍ଚଳର ଲୋକଙ୍କୁ ରାଜ୍ୟ ପ୍ରଶାସନ ସୁରକ୍ଷା ଦେବାରେ ବିଫଳ। ଫଳରେ ସେମାନେ ଆନ୍ଧ୍ର ମୁହାଁ ହେଉଛନ୍ତି। ଏପରିକି  ନିର୍ବାଚନ ବନ୍ଦ କରିବା ପାଇଁ ରାଜ୍ୟ ସରକାର ବିଳମ୍ବରରେ ସୁପ୍ରିମ କୋର୍ଟ ଗଲେ। ଫଳରେ କୋଟିଆ ପଞ୍ଚାୟତ ନିର୍ବାଚନ ବନ୍ଦ ହେଲା ନାହିଁ। ଏପରିକି ଗୁଇନ୍ଦା ବିଭାଗ ମଧ୍ୟ ଏସବୁ ତଥ୍ୟ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛି ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହିପରି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଗତ କିଛିଦିନ ତଳେ ବିଜେପିର ଏକ ବରିଷ୍ଠ ପ୍ରତିନିଧୀ ଓଡିଶାର ସୀମାବର୍ତ୍ତି ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ସେଠାରେ ଲୋକକମାନଙ୍କର ଭାବଗତ ଭାବେ ଓଡିଶାରେ ଅଛନ୍ତି, ହେଲେ ସେମାନଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଥିବାରୁ ସେମାନେ ଆନ୍ଧ୍ର ମୁହାଁ ହେଉଛନ୍ତି ବୋଲି ସମୀର ମହାନ୍ତି ଅଭିଯୋଗ କରିଛନ୍ତି।

ଗଜପତି ଜିଲ୍ଲାର ଗଙ୍ଗାବାଡ ପଂଚାୟତର ବିବାଦୀୟ ମାଣିକପାଟଣା ଗାଁକୁ ଏହି ବିଜେପି ପ୍ରତିନିଧୀ ଦଳ ଗସ୍ତ କରିଥିବାବେଳେ ସେଠାରେ ଆନ୍ଧ୍ର ସରକାରଙ୍କ ପଦସ୍ତ ଅଧିକାରୀ, ଉପଜିଲ୍ଲାପାଳ, ତହସିଲଦାର ଏବଂ ଡିଏସପିଙ୍କ ସହ ଆଲୋଚନା ବେଳେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ତହସିଲଦାରଙ୍କୁ ଡକାଇ ବିଜେପି ପ୍ରତିନିଧୀ ଦଳ ୧୯୯୩ ମସିହାରେ ପ୍ରସ୍ତୁତ ହୋଇଥିବା ଉଭୟ ରାଜ୍ୟର ସ୍ୱୀକୃତି କ୍ରମେ ଜଏଣ୍ଟ ଭେରିଫିକେସନ ନକ୍ସାକୁ ଉପସ୍ଥାପନ କରିଥିଲେ ।

ଅପର ପକ୍ଷରେ ଆନ୍ଧ୍ର ଅଧିକାରୀଙ୍କୁ ତାଙ୍କ ତଥ୍ୟ ପ୍ରମାଣ ମଗାଯାଇ ଥିବା ବେଳେ ସେମାନେ ନ ଦେଖାଇପାରି ଏବଂ ବିଜେପି ପ୍ରତିନିଧୀ ଦଳର ବିଭିନ୍ନ ପ୍ରଶ୍ନର ଉତ୍ତର ନ ଦେଇପାରି ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଥିଲେ । ୨୦୧୮ ମସିହାର ତିତିଲି ମହାବାତ୍ୟାର ମୁଖ୍ୟ କେନ୍ଦ୍ରସ୍ଥଳୀ ଗଙ୍ଗାବାଡ ପଂଚାୟତକୁ ଆସିଥିବା କେନ୍ଦ୍ର ସରକାରଙ୍କ ପୁନଃ ନିର୍ମାଣ ଓ ପୁନଃ ଥଇଥାନ ଅର୍ଥ ଏପର୍ଯ୍ୟନ୍ତ କାର୍ଯ୍ୟନ୍ୱୟନ ହୋଇନଥିବା ଦେଖିବାକୁ ମିଳିଥିଲା ବୋଲି ବିଜେପି କହିଛି।

କେବଳ ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ନାମକୁ ମାତ୍ର ଆରମ୍ଭ ହୋଇଛି । ଓଡିଶାରେ ଥିବା ସ୍କୁଲରେ ଶିକ୍ଷକ ନାହାଁନ୍ତି । ମାଣିକପାଟଣା ଠାରୁ ୬ କିମି ଦୂରରେ ଥିବା ଗଙ୍ଗାବାଡରେ ପ୍ରଥମରୁ ପଂଚମ ପର୍ଯ୍ୟନ୍ତ ଥିବା ସ୍କୁଲରେ ମାତ୍ର ୪୦ ପିଲା ପଢିବାର ବ୍ୟବସ୍ଥା ରହିଛି,ଯେଉଁଠି ମାତ୍ର ୩ ଜଣ ଶିକ୍ଷକ ଅଛନ୍ତି । ୧୦୮ କିମ୍ବା ୧୦୨କୁ ଫୋନ୍ କଲେ ଆନ୍ଧ୍ରରୁ ଆମ୍ବୁଲାନ୍ସ ଆସୁଛି । ଆନ୍ଧ୍ରର ଡାକ୍ତରଖାନାକୁ ଓଡିଆ ଲୋକ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ବିଦ୍ୟୁତ ଖୁଂଟ ଆନ୍ଧ୍ର ପକାଇ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ଦେଇଛି ବୋଲି ସମୀର ମହାନ୍ତି କହିଛନ୍ତି ।

ଓଡିଶା ଏବଂ ଆନ୍ଧ୍ର ଦ୍ୱିପାକ୍ଷିକ ଚୁକ୍ତିରେ ନିର୍ମାଣ ହୋଇଥିବା କଳିଙ୍ଗ ଦୋଳା ଜଳସେଚନ ପ୍ରକଳ୍ପର କୌଣସି ଲାଭ ଓଡିଶାବାସୀଙ୍କୁ ମିଳୁନାହିଁ । ପାଖାପାଖି ୪୦୦ ଏକର ଓଡିଶା ଜମି ଏବଂ ଓଡିଶାରେ ଉତ୍ପତି ହୋଇଥିବା ମହେନ୍ଦ୍ରତନୟା ନଦୀର ଜଳକୁ ବ୍ୟବହାର କରି ଆନ୍ଧ୍ର ସଂପୂର୍ଣ୍ଣ ପାଣି ନେଇଯାଉଥିବାବେଳେ, ଚୁକ୍ତି ଅନୁଯାୟୀ ଆନ୍ଧ୍ର ସରକାର କରିବାକୁ ଥିବା ରାସ୍ତା, ପୋଲ, ବିଦ୍ୟୁତ କରଣ, ପାନୀୟ ଜଳ ଯୋଗାଣ ସମେତ ଆଂଚଳିକ ବିକାଶର ବ୍ୟବସ୍ଥା ଆଦୌ କରିନାହାଁନ୍ତି ବୋଲି ବିଜେପି କହିଛି। ଏଥିପାଇଁ ବିଜେପି ପକ୍ଷରୁ ସୀମାନ୍ତ ସୁରକ୍ଷା ସେଲ୍ ଗଠନ କରାଯିବ ବୋଲି ମହାନ୍ତି ଘୋଷଣା କରିଛନ୍ତି ।

Odisha BJP ଓଡିଶା ବିଜେପି କୋଟିଆ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026
Latest News

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.