Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶିକ୍ଷାକୁ କର୍ମସଂସ୍ଥାନ ଓ ଔଦ୍ୟୋଗିକ ସାମର୍ଥ୍ୟ ସହ ସଂଯୋଗ କରିବା ପାଇଁ ବଜେଟରେ ହୋଇଛି ଉଦ୍ୟମ: ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ଶିକ୍ଷାକୁ କର୍ମସଂସ୍ଥାନ ଓ ଔଦ୍ୟୋଗିକ ସାମର୍ଥ୍ୟ ସହ ସଂଯୋଗ କରିବା ପାଇଁ ବଜେଟରେ ହୋଇଛି ଉଦ୍ୟମ: ପ୍ରଧାନମନ୍ତ୍ରୀ

March 4, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟୟ ବ୍ୟବସ୍ଥାକୁ ପ୍ରଭାବୀ ଢ଼ଙ୍ଗରେ ତ୍ୱରାନ୍ୱିତ କରିବା ନେଇ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣ ରଖିଛନ୍ତି।

ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବାକୁ ହେଲେ ଦେଶର ଯୁବଗୋଷ୍ଠୀର ଆତ୍ମବିଶ୍ୱାସ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ। ଜଣଙ୍କର ଆତ୍ମବିଶ୍ୱାସ ତାର ଶିକ୍ଷା ଓ ଜ୍ଞାନର ବିଶ୍ୱାସ ଉପରେ ନିର୍ଭରଶୀଳ। ଆତ୍ମବିଶ୍ୱାସ ସେତେବେଳେ ଆସିବ ଯେତେବେଳେ ସେମାନଙ୍କ ହୃଦବୋଧ ହେବ ଯେ ସେମାନଙ୍କ ଶିକ୍ଷା ସେମାନଙ୍କୁ ନିଜର କର୍ତ୍ତବ୍ୟ ସଂପାଦନ ନିମନ୍ତେ ସୁଯୋଗ ଓ ଆବଶ୍ୟକ କୌଶଳ ପ୍ରଦାନ କରିଛି। ଏହି ଭାବନାକୁ ଆଧାର କରି ନୂତନ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ଶିଶୁ ପ୍ରାରମ୍ଭଠାରୁ ଆରମ୍ଭ କରି ପିଏଚଡି ପର୍ଯ୍ୟନ୍ତ ଜାତୀୟ ଶିକ୍ଷାନୀତିରେ ଥିବା ବ୍ୟବସ୍ଥାଗୁଡିକୁ ତ୍ୱରାନ୍ୱିତ କରିବା ସହ ଚଳିତ ବଜେଟ ଏଥିପାଇଁ ଖୁବ ଭଲଭାବେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ବଜେଟରେ ସ୍ୱାସ୍ଥ୍ୟ ପରେ ଦ୍ୱିତୀୟ ସର୍ବବୃହତ ଗୁରୁତ୍ୱ ଶିକ୍ଷା, କୌଶଳ, ଗବେଷଣା ଏବଂ ଉଦ୍ଭାବନ ଉପରେ ଆରୋପ କରାଯାଇଛି। ଦେଶର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକ ଏଥିରେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ଚଳିତ ବଜେଟରେ କୌଶଳ ବିକାଶ ଓ ଶିକ୍ଷା ନବୀଶ ଉପରେ ଦିଆଯାଇଥିବା ଗୁରୁତ୍ୱ ଅଭୂତପୂର୍ବ ବୋଲି ସେ କହିଛନ୍ତି। ଯେପରି କର୍ମନିଯୁକ୍ତି ଓ ଔଦ୍ୟୋଗିକ ସାମର୍ଥ୍ୟ ଆଗାମୀ ଦିନରେ ବୃଦ୍ଧି ପାଇବ ସେଥିପାଇଁ ବଜେଟ ଶିକ୍ଷାର ଆର୍ଥିକ ପରିସରକୁ ସଂପ୍ରସାରିତ କରିଛି। ଏସବୁ ଉଦ୍ୟମ ଯୋଗୁଁ ଆଜି ଭାରତ ବୈଜ୍ଞାନିକ ପ୍ରକାଶନ, ପିଏଚଡି ବିଦ୍ୱାନଙ୍କ ସଂଖ୍ୟା ଓ ଷ୍ଟାର୍ଟଅପ ସେ ତୃତୀୟ ସ୍ଥାନରେ ରହିଛି।

ଭାରତ ବୈଶ୍ୱିକ ଉଦ୍ଭାବନ ସୂଚୀର ପଚାଶତମ ସ୍ଥାନରେ ରହିଛି ଓ ଏହି ସ୍ଥାନ କ୍ରମଶଃ ଉନ୍ନତ ହେବାରେ ଲାଗିଛି। ଉଚ୍ଚଶିକ୍ଷା, ଗବେଷଣା ଓ ଉଦ୍ଭାବନ ଉପରେ ଅଧିକ ଧ୍ୟାନ ଦିଆଯବା ଯୋଗଁତ ଆମର ଛାତ୍ରଛାତ୍ରୀ ଓ ଯୁବ ବିଜ୍ଞାନୀଙ୍କ ନିମନ୍ତେ ଅଧିକରୁ ଅଧିକ ନୂତନ ସୁଯୋଗ ସୃଷ୍ଟି ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ଥର ନିମନ୍ତେ ବିଦ୍ୟାଳୟଗୁଡିକରେ ଅଟଳ ଟିଙ୍କରିଂ ଲ୍ୟାବରୁ ଆରମ୍ଭ କରି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଅଟଳ ଉଷ୍ମେଳନ କେନ୍ଦ୍ର ଉପରେ ଧ୍ୟାନ କେନ୍ଦ୍ରିତ ହୋଇଛି। ଷ୍ଟାର୍ଟ ଅପ ନିମନ୍ତେ ହକାଥନ ଭଳି ନବୀନ ପରମ୍ପରା ସୃଷ୍ଟି ହୋଇ ଦେଶର ଯୁବାଗୋଷ୍ଠୀ ଓ ଶିଳ୍ପ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି କରିଛି। ଦେଶରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ସହ ୩୫୦୦ରୁ ଅଧିକ ଷ୍ଟାର୍ଟଅପ ମଧ୍ୟ ବିକଶିତ କରାଯାଇଛି। ସେହିପରି ଜାତୀୟ ସୁପର କମ୍ପ୍ୟୁଟିଂ ମିଶନ ଅଧୀନରେ ତିନିଟି ସୁପର କମ୍ପ୍ୟୁଟର ପରମ ଶିବାୟ, ପରମ ଶକ୍ତି ଏବଂ ପରମ ବ୍ରହ୍ମ ଆଇଆଇଟି ବିଏଚୟୁ, ଆଇଆଇଟି ଖଡଗପୁର ଓ ଆଇଜର ପୁଣେରେ ସ୍ଥାପନ କରାଯାଇଛି। ଦେଶରେ ଏକ ଡର୍ଜନରୁ ଅଧିକ ପ୍ରତିଷ୍ଠାନ ଏହି କମ୍ପ୍ୟୁଟର ନେବାକୁ ପ୍ରସ୍ତାବ ଦେଇଛନ୍ତି। ତିନିଟି ଅତ୍ୟାଧୁନିକ ବିଶ୍ଳେଷକ ଏବଂ ବୈଷୟିକ ସାହାଯ୍ୟକାରୀ ପ୍ରତିଷ୍ଠାନ (ସାଥୀ) ଆଇଆଇଟି ଖଡଗପୁର, ଆଇଆଇଟି ଦିଲ୍ଲୀ ଏବଂ ବିଏଚୟୁରୁ କାର୍ଯ୍ୟ କରୁଥିବା ସେ କହିଛନ୍ତି।

ସେ କହିଛନ୍ତି ଯେ ଜ୍ଞାନ ଓ ଗବେଷଣା ଉପରେ କୌଣସି ପ୍ରତିବନ୍ଧକ ଲଗାଇବା ଦେଶର ସାମର୍ଥ୍ୟ ପ୍ରତି ଏକ ଅନ୍ୟାୟ। ମେଧାବୀ ଯୁବଗୋଷ୍ଠୀଙ୍କ ନିମନ୍ତେ ମହାକାଶ ଆଣବିକ ଶକ୍ତି, ଡିଆରଡିଓ ଓ କୃଷି କ୍ଷେତ୍ରରେ ଅନେକ ସୁଯୋଗ ରଖିଛି। ଦେଶ ପ୍ରଥମ ଥର ନିମନ୍ତେ ପାଣିପାଗ କ୍ଷେତ୍ରରେ ଆନ୍ତର୍ଜତିକ ମାନ୍ୟତା ହାସଲ କରିବାରେ ସମର୍ଥ ହୋଇଛି। ଏ ଦିଗରେ ଥିବା ଗବେଷଣା ଓ ବିକାଶ ଯୋଗୁଁ ବୈଶ୍ୱିକ ଦକ୍ଷତା ବୃଦ୍ଧି ସହ ଯେଉଁ ତଥ୍ୟ ମିଳିବ ତାହା ମହାକାଶ କ୍ଷେତ୍ରରେ ଦେଶର ଯୁବଗୋଷ୍ଠୀ ନିମନ୍ତେ ବେଶ ସହାୟକ ହେବ। ଦେଶରେ ପ୍ରଥମ ଥର ନିମନ୍ତେ ଜାତୀୟ ଗବେଷଣା ପ୍ରତିଷଠାନ ତିଆରି ହେଉଛି। ଏଥିପାଇଁ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

ଏହା ଗବେଷଣା ପ୍ରତିଷ୍ଠାନଗୁଡିକ ପ୍ରଶାସନିକ ପରିପାଟୀକୁ ସୁଦୃଢ଼ କରିବା ସହ ଗବେଷଣା ଓ ପରିପାଟୀ, ଶିକ୍ଷା ବ୍ୟବସ୍ଥା ଓ ଶିଳ୍ପ ମଧ୍ୟରେ ସମନ୍ୱୟ ରକ୍ଷା କରିବ। ଶତକଡା ଶହେ ଭାଗରୁ ଅଧିକ ବ୍ୟୟବରାଦ ଜୈବପ୍ରଯୁକ୍ତି ବିଦ୍ୟା ଗବେଷଣା କ୍ଷେତ୍ରରେ କରାଯାଇଥିବାରୁ ଏହା ସରକାରଙ୍କ ପ୍ରାଥମିକତାର ଯଥାର୍ଥତା ପ୍ରତିପାଦନ କରିଥାଏ। ଖାଦ୍ୟ ନିରାପତ୍ତା, ପୌଷ୍ଟିକତା ଓ କୃଷି କ୍ଷେତ୍ରରେ ଜୈବପ୍ରଯୁକ୍ତି ବିଦ୍ୟା ଗବେଷଣାର ପରିସର ବୃଦ୍ଧି ପାଇଁ ସେ ଆହ୍ୱାନ ଜଣାଇଛନ୍ତି।

ଆନ୍ତର୍ଜାତିକ କ୍ୟାମ୍ପସ ସିଲେକସନ ଜରିଆରେ ସର୍ବୋତ୍ତମ କୌଶଳ ଆହରଣ ପାଇଁ ଯୁବଗୋଷ୍ଠୀଙ୍କୁ ତାଲିମ ଦେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ଶିକ୍ଷାନବୀଶ କାର୍ଯ୍ୟକ୍ରମର ସୁଗମତା ନେଇ ବଜେଟରେ ଯେଉଁ ବ୍ୟବସ୍ଥା ରହିଛି ତାହା ଦେଶର ଯୁବଗୋଷ୍ଠୀଙ୍କ ପାଇଁ ବେଶ ଲାଭପ୍ରଦ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଭବିଷ୍ୟତରେ ଇନ୍ଧନ ଓ ଗ୍ରୀନ ଏନର୍ଜି ଆମର ଶକ୍ତି କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହେବା ପାଇଁ ଆବଶ୍ୟକ। ସେଥିପାଇଁ ବଜେଟରେ ଉଦଯାନ ମିଶନ ଘୋଷଣା କରଯାଇଛି। ଭାରତ ଉଦଯାନରୁ ଯାନ ପରୀକ୍ଷା କରିଛି ଓ ଉଦଯାନକୁ ପରିବହନ ଇନ୍ଧନ ଭାବେ ବ୍ୟବହାର କରିବା ପାଇଁ ଉଦ୍ୟମ ମଧ୍ୟ ଜାରି ରଖିଛି ଓ ସେଥିପାଇଁ ଆମ ଶିଳ୍ପଜଗତ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ।

ନୂତନ ଜାତୀୟ ଶିକ୍ଷାନୀତି ଅଧିକରୁ ଅଧିକ ସ୍ଥାନୀୟ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିଛି। ସେ ଦୃଷ୍ଟିରୁ ପ୍ରତ୍ୟେକ ଭାଷାର ବିଶେଷଜ୍ଞ ଓ ଶିକ୍ଷାବିତ ପ୍ରତ୍ୟେକ ବିଷୟ ଭାରତୀୟ ଭାଷାରେ ପ୍ରସ୍ତୁତ କରିବାକୁ ଦାୟିତ୍ୱ ନେବେ। ପ୍ରଯୁକ୍ତି ଯୁଗରେ ଏହା କିଛି ବଡ କଥା ନୁହେଁ। ବଜେଟରେ ପ୍ରସ୍ତାବିତ ଜାତୀୟ ଭାଷା ଅନୁବାଦ ମିଶନ ଏ ଦିଗରେ ଅନେକ କିଛି କରିପାରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଉଚ୍ଚଶିକ୍ଷା ଉଦ୍ଭାବନ ଗବେଷଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱେବିନାର
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଫ୍ଲୋର ଟେଷ୍ଟ ପୂର୍ବରୁ ଏଆଇଏଡ଼ିଏମକେ ଦୁଇ ଫାଳ

May 12, 2026

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ବିଜୟ-ଷ୍ଟାଲିନ୍ ଙ୍କ ଆଲିଙ୍ଗନ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.