Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମହିଳାମାନଙ୍କୁ “ଜନ୍ମିତ ନେତା” ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଜାତୀୟ ଖବର

ମହିଳାମାନଙ୍କୁ “ଜନ୍ମିତ ନେତା” ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

March 8, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକ୍ରମରେ ମୁଁ ଆପଣମାନଙ୍କୁ ସ୍ଵାଗତ କରୁଛି । ବିଜୁ ଜନତା ଦଳର ସବୁ କାର୍ଯ୍ୟକ୍ରମରେ ମା ମାନେ ହିଁ ଆଗରେ ରହିଛନ୍ତି । ନବେ ଦଶକରେ ମା ମାନଙ୍କ ଅଧିକାର ପାଇଁ ବିଜୁବାବୁ ସାରା ଦେଶରେ ଏକ ଐତିହାସିକ ନିଷ୍ପତି ନେଇଥିଲେ । ତାକୁ ଆମେ ଆହୁରି ଆଗକୁ ନେଇ ପଞ୍ଚାୟତ ଓ ପୌରାଞ୍ଚଳରେ ପଚାଶ ପ୍ରତିଶତ ସଂରକ୍ଷଣ କରିଛୁ । ମା ମାନଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ବିଜୁ ଜନତା ଦଳ ସମର୍ପିତ ହୋଇ କାମ କରୁଛି ।

ମା ମାନେ ହେଉଛନ୍ତି ଜନ୍ମିତ ନେତା । ଘରର ଦାୟିତ୍ଵ , ପିଲାଙ୍କ ଦାୟିତ୍ଵ ଯିଏ ଠିକ ଭାବରେ ନେଇପାରୁଛି ଦେଶ ଓ ସମାଜର ଦାୟିତ୍ଵ ନେବାରେ ତା ପାଇଁ କିଛି ଅସୁବିଧା ନାହିଁ। ପ୍ରତିଟି ମା ଭିତରେ ଅଛି ନେତୃତ୍ଵ ର କ୍ଷମତା। ଆମକୁ ତାର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ ହେବ । ତାର ଶକ୍ତିକୁ ଦେଶର ବିକାଶରେ ଉପଯୋଗ କରିବାକୁ ହେବ ।

ମା ମାନଙ୍କ ପାଇଁ ବିଧାନନସଭା ଓ ସଂସଦରେ ୩୩% ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ଦାବି କରି ଆସୁଛି । ଏ ଦାବି ବିଷୟରେ ଆମେ ସାରା ଦେଶର ମା ମାନଙ୍କ ଭିତରେ ସଚେତନତା ସୃଷ୍ଟି କରୁଛୁ । ଗତ ନିର୍ବାଚନରେ ଆମେ ୩୩ % ଗ୍ଦରବଗ୍ଧ ରେ ମା ମାନଙ୍କୁ ଟିକଟ ଦେଇଥିଲୁ ।

ଆମେ କଥା ନୁହେଁ କାମରେ ବିଶ୍ବାସ କରୁ । ବିନା ସୁଧ ରେ ଋଣ ହେଉ ବା ୫ ହଜାର କୋଟି ଟଙ୍କାର ସରକାରୀ କାମ, ମା ମାନଙ୍କ ପାଇଁ ୭ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା, ମା ମାନଙ୍କ କଲ୍ୟାଣ ପାଇଁ ଜମି ଅଧିକାର, ସମ୍ପତ୍ତି ଅଧିକାର , ରେଶନ କାର୍ଡ , ଝିଅ ମାନଙ୍କ ପଢିବା ପାଇଁ ବୃତ୍ତି, ହଷ୍ଟେଲ, କର୍ମଜୀବୀ ମହିଳା ହଷ୍ଟେଲ ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି । ମା ମାନଙ୍କ କଲ୍ୟାଣ ଓ ଅଧିକାର ପାଇଁ ବିଜୁ ଜନତା ଦଳର ଲଢେଇ ଜାରି ରହିବ ।

ଅନ୍ତର୍ଜାତୀୟ ମହିଳା ଦିବସ ବିଶ୍ଵ ମହିଳା ଦିବସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026

ପୋଲିସ SI ସ୍କାମ : ୧୭ ଜଣଙ୍କ ଜାମିନ ଖାରଜ

May 23, 2026
Latest News

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026

ପୋଲିସ SI ସ୍କାମ : ୧୭ ଜଣଙ୍କ ଜାମିନ ଖାରଜ

May 23, 2026

ଭାଇଭଉଣୀଙ୍କୁ ହାଣିଲା ଯୁବକ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.