Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଷ୍ଟ୍ରପତିଙ୍କ ଦ୍ବାରା ଉଦଘାଟିତ ହେଲା ରାଉରକେଲା ଇସ୍ପାତ କାରଖାନାର ଅତ୍ୟାଧୁନିକ ହସ୍‌ପିଟାଲ
ଜାତୀୟ ଖବର

ରାଷ୍ଟ୍ରପତିଙ୍କ ଦ୍ବାରା ଉଦଘାଟିତ ହେଲା ରାଉରକେଲା ଇସ୍ପାତ କାରଖାନାର ଅତ୍ୟାଧୁନିକ ହସ୍‌ପିଟାଲ

March 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାଉରକେଲା, ଏକ ଦେଶର ସମାବେଶୀ ବିକାଶ ନିମନ୍ତେ ଶିଳ୍ପଭିତିକ ପ୍ରଗତି ସହିତ ଦୃଢ ସାମାଜିକ-ଆର୍ଥିକ ଢାଂଚାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ କହିଛନ୍ତି । ରାଉରକେଲା ଇସ୍ପାତ କାରଖାନାରେ ଆଜି ଏକ ଅତ୍ୟାଧୁନିକ ହସ୍‌ପିଟାଲର ଉଦ୍‌ଘାଟନ ଅବସରରେ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି ।

ଏହି ଅଂଚଳ ଆଜି ପର୍ଯ୍ୟନ୍ତ ଏକ ଅତ୍ୟାଧୁନିକ ହସ୍‌ପିଟାଲ ସୁବିଧାରୁ ବଂଚିତ ଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି । ୬ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ପାତ ଜେନେରାଲ ହସ୍‌ପିଟାଲକୁ ଏକ ସୁପର ସ୍ପେସିଆଲିଟି ହସ୍‌ପିଟାଲ ରୂପରେ ବିକଶିତ କରିବା ନିମନ୍ତେ ଆଧାର ଶିଳା ରଖିଥିଲେ ଏବଂ ଆଜି ଏହା ସ୍ଥାନୀୟ ଲୋକଙ୍କ ସେବା ନିମନ୍ତେ ପ୍ରସ୍ତୁତ ହୋଇଯାଇଛି । ଏହି ହସ୍‌ପିଟାଲ କେବଳ ଓଡିଶା ନୁହେଁ, ବରଂ ପଡୋଶୀ ଝାଡଖଣ୍ଡ ଓ ଛତିଶଗଡର ଲୋକମାନଙ୍କ ଅତ୍ୟାଧୁନିକ ଚିକିତ୍ସା ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ସେ କହିଛନ୍ତି ।

ସ୍ୱାସ୍ଥ୍ୟସେବା ସମୁଦାୟର ନିସ୍ୱାର୍ଥପର ସେବା ଏବଂ ମାନବତା ପ୍ରତି କର୍ତବ୍ୟନିଷ୍ଠା ନିମନ୍ତେ ରାଷ୍ଟ୍ର ସେମାନଙ୍କ ନିକଟରେ ଚିରଋଣୀ ରହିବ ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ବୈଜ୍ଞାନିକମାନଙ୍କୁ ସେମାନଙ୍କର ଅକ୍ଳାନ୍ତ ଉଦ୍ୟମ ନିମନ୍ତେ ମଧ୍ୟ ପ୍ରଶଂସା କରିଛନ୍ତି । ସେମାନଙ୍କର ଏହି ନିରନ୍ତର ପ୍ରୟାସ ଯୋଗୁଁ ହିଁ ଭାରତରେ ଇତିହାସର ସର୍ବବୃହତ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇପାରିଛି ବୋଲି ସେ କହିଛନ୍ତି । ଏହାଦ୍ୱାରା ଟିକା ନିର୍ମାଣ କ୍ଷେତ୍ରରେ ଭାରତ ଯେ କେବଳ ଆତ୍ମନିର୍ଭର ହୋଇନାହିଁ ବରଂ ଆମେ ଅନ୍ୟାନ୍ୟ ଦେଶକୁ ମାଗଣାରେ କିମ୍ବା ଅତି କମ୍ ମୂଲ୍ୟରେ ମଧ୍ୟ ପ୍ରତିଷେଧକ ପ୍ରଦାନ କରୁଛୁ ।

ରାଷ୍ଟ୍ରପତି କହିଛନ୍ତି, କୋଭିଡ-୧୯ ମହାମାରୀ ଆମକୁ ଅନେକ ମହତ୍ୱପୂର୍ଣ୍ଣ ଶିକ୍ଷା ଦେଇଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଏକ ରାଷ୍ଟ୍ର ଭାବରେ ଆମକୁ ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉନ୍ନତି ଜାରି ରଖିବା ସହିତ ଏହାକୁ ସମସ୍ତଙ୍କ ପାଇଁ ସମାନ ଭାବରେ ଉପଲବ୍ଧ କରାଇବାକୁ ପଡିବ । ନିକଟ ଅତୀତରେ ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମେ ବିପୁଳ ପୁଞ୍ଜିନିବେଶ କରିଛୁ ଏବଂ ଏହା ପଛରେ ଆମର ଯେଉଁ ଲକ୍ଷ୍ୟ ରହିଛି ତାହା ହେଉଛି ଦୁର୍ଗମ ଅଂଚଳ ତଥା ସ୍ୱାସ୍ଥ୍ୟସେବାରୁ ବଂଚିତ ଲୋକମାନଙ୍କ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାର ସମ୍ପ୍ରସାରଣ ।

ଜନସାଧାରଣଙ୍କ ପାଇଁ ମାଧ୍ୟମିକ ଏବଂ ଆନୁଷଙ୍ଗିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉପଲବ୍ଧତାରେ ଉନ୍ନତି ମଧ୍ୟ ସମାନୁଭାବରେ ମହତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଏହିସବୁ ବିଷୟଗୁଡିକ ପ୍ରତି ଦୃଷ୍ଟି ଦିଆଯାଇ ଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି ରାଷ୍ଟ୍ରପତି କହିଛନ୍ତି ।

president of india ramanath kovind Raurkela Hospital ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନାର ଚମକ କମିଛି ନା ବଢିଛି?: ଜାଣନ୍ତୁ ଆଜିର ରୂପା ମୂଲ୍ୟ

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Latest News

ସୁନାର ଚମକ କମିଛି ନା ବଢିଛି?: ଜାଣନ୍ତୁ ଆଜିର ରୂପା ମୂଲ୍ୟ

June 2, 2026

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.