ତିନିଦିନିଆ ଓଡିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Published: Mar 22, 2021, 11:44 pm IST

ଭୁବନେଶ୍ବର, ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନିଦିନିଆ ଓଡିଶା ଗସ୍ତ ଶେଷ କରି ଆଜି ଅପରାହ୍ନରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରାଷ୍ଟ୍ରପତି କୋବିନ୍ଦ, ତାଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ମଧ୍ୟ ଆସିଥିଲେ। ଆଜି ରାଷ୍ଟ୍ରପତି ସକାଳୁ ଶ୍ରୀମନ୍ଦିରକୁ ଯାଇ ଜଗନ୍ନାଥ ଦର୍ଶନ କରିଥିଲେ। ତାଙ୍କ ସାଥୀରେ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି ଦମ୍ପତି ପ୍ରାୟ 40 ମିନିଟ ଧରି ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ। ସେଥିପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

ଏହାପରେ ରାଷ୍ଟ୍ରପତି କୋଣାର୍କ ଆସି ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ। ଏହାପରେ ସପରିବାର କୋଣାର୍କ ମନ୍ଦିର ପରିଦର୍ଶନରେ ଯାଇଥିଲେ। ସମସ୍ତେ ବ୍ୟାଟିର ଚାଳିତ ଗାଡିରେ ମନ୍ଦିର ବୁଲି ଦେଖିଥିଲେ। ଏହାପରେ କୋର୍ଣାର୍କଠାରେ ନିର୍ମିତ କୋଣାର୍କ ବାଖ୍ୟାନ କେନ୍ଦ୍ରକୁ ମଧ୍ୟ ରାଷ୍ଟ୍ରପତି ବୁଲି ଦେଖିଥିଲେ। ଏହାପରେ ଅପରାହ୍ନରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦର ଆସି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ। ବିମାନ ବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ ପ୍ରମୁଖ ବିଦାୟ ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଗତ ଶନିବାର ସଂଧ୍ୟାରେ ଓଡିଶା ଆସିଥିଲେ।

Related posts