Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପାନୀୟ ଜଳ ସମସ୍ୟା ଥିବା ହଟ୍‌ସ୍ପଟ୍‌ ଅଞ୍ଚଳ ଚିହ୍ନଟ କରି ପ୍ରତିକାରମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ବିଶେଷ ଖବର

ପାନୀୟ ଜଳ ସମସ୍ୟା ଥିବା ହଟ୍‌ସ୍ପଟ୍‌ ଅଞ୍ଚଳ ଚିହ୍ନଟ କରି ପ୍ରତିକାରମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

March 24, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ସଂପର୍କରେ ସମୀକ୍ଷା କରି ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଶତପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣ ପତ୍ର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଖୁବ ଶୀଘ୍ର ଗ୍ରୀଷ୍ମ ଋତୂ ଆସିଥିବାରୁ ଏବଂ ଏବର୍ଷ ପୂର୍ବାପେକ୍ଷା ଅଧିକ ଗରମ ହେବାର ସମ୍ଭାବନା ଥିବାରୁ ଆମକୁ ପୂର୍ବ ବର୍ଷ ଗୁଡିକ ଅପେକ୍ଷା ଅଧିକ ପ୍ରସ୍ତୁତି କରିବାକୁ ପଡିବ।

ନିୟମିତ ପାନୀୟ ଜଳ ସମସ୍ୟା ଥିବା ହଟ୍‌ସ୍ପଟ୍‌ ଅଂଚଳ ଗୁଡିକୁ ଚିହ୍ନଟ କରି ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଲୋକଙ୍କ ଅଭିଯୋଗର ଶୁଣାଣି ପାଇଁ ଏକ ତ୍ରୁଟିଶୂନ୍ୟ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସହିତ ବୈଷୟିକ ଜ୍ଞାନସଂପନ୍ନ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବରିଷ୍ଠ ଅଧିକାରୀମାନେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଉତ୍ତମ ରୂପେ ତଦାରଖ କରି ଅବହେଳା କରୁଥିବା ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଏବଂ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳମାନେ ନିୟମିତ ସମୀକ୍ଷା କରି ସମସ୍ୟାର ସମାଧାନ କରିବାକୁ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳର ସୁବିଧା ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରୁଛନ୍ତି।

ଗ୍ରାମାଞ୍ଚଳରେ ୧୭ ହଜାର କୋଟି ଟଙ୍କାର ୮୯ଟି ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ୨୦୨୪ ସୁଦ୍ଧା ସବୁ ଗ୍ରାମ୍ୟ ପରିବାରକୁ ଶତପ୍ରତିଶତ ପାଇପ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି।

ସେହିପରି ସହରାଞ୍ଚଳରେ ମଧ୍ୟ ଗତ ୩ ବର୍ଷ ମଧ୍ୟରେ ପାନୀୟ ଜଳ ପାଇଁ ୩୮୦୦ କୋଟି ଟଙ୍କା ବିନିଯୋଗ କରାଯାଇଛି ଏବଂ ୨୦୨୨ ସୁଦ୍ଧା ସହରାଞ୍ଚଳର ସବୁ ପରିବାରକୁ ପାଇପ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ।

ଲୋକଙ୍କୁ ଉତ୍ତମ ମାନର ପାନୀୟ ଜଳ ଯୋଗାଇ ଦେବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା ଏବଂ ବିଶେଷକରି ଖରାଦିନରେ ଏହାର ଗୁରୁତ୍ବ ବହୁତ ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଲୋଚନାରୁ ଜଣାଯାଇଛି ଯେ ସହରାଞ୍ଚଳରେ ୨୦୨୧ରେ ପାନୀୟ ଜଳର ଆବଶ୍ୟକତା ଦୈନିକ ୧୦୮୮ ମିଲିଅନ ଲିଟର ଥିବାବେଳେ, ଦୈନିକ ୧୦୯୩ ମିଲିଅନ ଲିଟର ପାନୀୟ ଜଳ ଯୋଗାଣ କରାଯାଉଛି।

ଏହାସହିତ ୨୦୧୬ ରେ ତିନି ଲକ୍ଷ ଘରକୁ ପାଇପ ପାଣି ସଯୋଗ ହୋଇଥିବା ବେଳେ ଏବେ ୮,୩୦,୦୦୦ ଘରକୁ ପାଇପ ପାଣି ସଂଯୋଗ ଦିଆଯାଇଛି।

ତେଣୁ ବର୍ତ୍ତମାନ ପାନୀୟ ଜଳ ଯୋଗାଣର କ୍ଷମତା ବେଶ୍ ଭଲ ରହିଛି। ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ବାସଗୃହ ଗୁଡିକୁ ପାନୀୟ ଜଳ ସଂଯୋଗ କ୍ଷେତ୍ରରେ ୧୬୮ ପ୍ରତିଶତ ଉନ୍ନତି ଆସିଛି ବୋଲି ସୂଚନା ଦିଆଯାଇଥିଲା।

ରାଜ୍ୟର ୬୫ଟି ପୌରାଞ୍ଚଳର ୩୩୫ଟି ସ୍ଥାନରେ ପାନୀୟ ଜଳର ସମସ୍ୟା ଥିବା ବେଳେ ଏଗୁଡିକୁ ୧୧୭ଟି ଟ୍ୟାଙ୍କର ଓ ୧୩୮୦ଟି ପିଭିସି ଟ୍ୟାଙ୍କ ଜରିଆରେ ପାଣି ଯୋଗାଇ ଦିଆଯାଉଛି।

ସମସ୍ତ ଅଭିଯୋଗର ପ୍ରତିକାର ୨୪ ଘଣ୍ଟା ମଧ୍ୟରେ କରାଯାଉଛି। ଏହାଛଡା ପାନୀୟ ଜଳର ସମସ୍ୟା ଥିବା ୧୧ଟି ପୌରାଞ୍ଚଳ ଉପରେ ସ୍ବତନ୍ତ୍ର ଧ୍ୟାନ ରଖାଯାଇଛି।

ସମସ୍ତ ପୌରାଞ୍ଚଳରେ ମୋ ସରକାର ସେଲ୍‌ ଜରିଆରେ ଅଭିଯୋଗର ଶୁଣାଣି କରାଯାଉଛି।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହ କହିଥିଲେ ଯେ ସାରା ଦେଶରେ ପାନୀୟ ଜଳ କ୍ଷେତ୍ରରେ ୮୧ ପ୍ରତିଶତ ଲୋକଙ୍କୁ ଦୈନିକ ବ୍ୟକ୍ତି ପିଚ୍ଛା ୪୦ ଲିଟର ପାଣି ଦିଆଯାଉଥିବା ବେଳେ, ଓଡିଶାରେ ୧୦୦ ପ୍ରତିଶତ ଲୋକଙ୍କୁ ବ୍ୟକ୍ତି ପିଚ୍ଛା ଦୈନିକ ୪୦ ଲିଟର ପାଣି ଦିଆଯାଇପାରୁଛି।

ଗ୍ରାମାଞ୍ଚଳ ଜନସଂଖ୍ୟାର ୪୭.୬୫ ପ୍ରତିଶତ ଲୋକ, ୫୪ ପ୍ରତିଶତ ଗାଁ ଓ ୨୭ ପ୍ରତିଶତ ଜନବସତିକୁ ପାଇପ ପାଣିର ସୁବିଧା ଦିଆଯାଇପାରିଛି।

ଖରାଦିନ ପାଇଁ ସବୁ ପାଇପ ପାଣି ଓ ଟ୍ୟୁବୱେଲ ଗୁଡିକୁ ଯାଂଚ କରାଯାଉଛି ଏବଂ ପ୍ରତିକାର ବ୍ୟବସ୍ଥା କରାଯାଉଛି।

ମୋବାଇଲ ଭ୍ୟାନ ଓ ଟିମ୍‌ ପ୍ରସ୍ତୁତ କରାଯାଇ ପାନୀୟ ଜଳ ଯୋଗାଣ କରାଯାଉଛି।

ଜଳକଷ୍ଟ ଅଞ୍ଚଳରେ ଟ୍ୟାଙ୍କର ଜରିଆରେ ପାଣି ଯୋଗାଇ ଦିଆଯାଉଛି ବୋଲି ସୂଚନା ଦିଆଯାଇଥିଲା।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପାନୀୟ ଜଳ ଯୋଗାଣ ସଂପର୍କରେ ନିୟମିତ ସମୀକ୍ଷା କରାଯିବ।

ଏହି ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ସଂଞ୍ଚାଳନ କରିଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ଜଂଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ନବୀନ ପଟ୍ଟନାୟକ ପାନୀୟ ଜଳ ସମସ୍ୟା ଭିଡିଓ କନ୍‌ଫରେନ୍‌ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରଦେଶରେ ବଡ଼ ଦୁର୍ଘଟଣା: ଅଗ୍ନିକାଣ୍ଡ ଗୁଜବ ପରେ ଟ୍ରେନ୍ ରୁ ଡେଇଁ ୬ ଯାତ୍ରୀ ମୃତ

June 14, 2026

ଦିଦିଙ୍କ ହାତରୁ ଖସିବ କି ଟିଏମସି?: ଆସନ୍ତାକାଲି ପୃଥକ ଗୋଷ୍ଠୀ ଦାବି କରିବେ ବିଦ୍ରୋହୀ ସାଂସଦ

June 14, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ବେଙ୍ଗାଲୁରୁରେ ପ୍ରତିବାଦ କରିବ CJP: ଯୋଗଦେବେ ପ୍ରକାଶ ରାଜ 

June 14, 2026

ସମ୍ପର୍କର ଦେଶରେ ସମ୍ପର୍କହୀନତା! ନିଃସଙ୍ଗତା ରିପୋର୍ଟ ଉଠାଇଲା ବଡ଼ ପ୍ରଶ୍ନ

June 13, 2026
Latest News

ଚିକିତ୍ସା ଅବହେଳାରୁ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ

June 15, 2026

ମଦ ଦୋକାନରେ ପଶି ହାଣିଲେ

June 14, 2026

ଫାୟାରିଂରେ ଗ୍ୟାରେଜ ମାଲିକ ମୃତ

June 14, 2026

ସାନି NEET UG ପାଇଁ ଆସିଲା ଆଡମିଟ କାର୍ଡ

June 14, 2026

ଆକାଶରୁ ମୃତ୍ୟୁର ବଜ୍ରାଘାତ: କୁଡିଆରେ ଆଶ୍ରୟ ନେଇ ଜୀବନ ହାରିଲେ ଦୁଇ ଜଣ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.