Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଂଘର ସବୁଜ ସଙ୍କେତ, ବିଜେପିରେ ମିଶିବେ ବୈଜୟନ୍ତ
ବିଶେଷ ଖବର

ସଂଘର ସବୁଜ ସଙ୍କେତ, ବିଜେପିରେ ମିଶିବେ ବୈଜୟନ୍ତ

November 6, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ –

ପରିଶେଷରେ ବିଜେଡ଼ିର ବହିସ୍କୃତ ସାଂସଦ ବୈଜୟନ୍ତ ପଣ୍ଡା ଭାରତୀୟ ଜନତା ପାର୍ଟିରେ ଯୋଗଦେବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି। ଚଳିତ ବର୍ଷ ଜାନୁଆରୀ ମାସରେ ବିଜେଡ଼ିରୁ ବହିସ୍କୃତ ହେବାପରେ ବୈଜୟନ୍ତଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିଲା। ତେବେ ନୀତିଗତ ଭାବରେ ବୈଜୟନ୍ତ ଦକ୍ଷିଣପନ୍ଥୀ ବିଚାର ସହିତ ସହଜରେ ରହି ଆସିଛନ୍ତି। ସଂଘ ପରିବାର ସହିତ ତାଙ୍କର ଘନିଷ୍ଠତା ବେଶ ଜଣାଶୁଣା। ବିଶେଷ କରି ସଂଘର ବିଜେପି ଚେହେରା ଭାବରେ ପରିଚିତ ରାମ ମାଧବଙ୍କ ସହିତ ବୈଜୟନ୍ତଙ୍କ ବନ୍ଧୁତ୍ଵ ରହିଛି। ପୂର୍ବରୁ ସଂଘ ସହିତ ନିବିଡତା ଥିବା କିଛି ସାମ୍ବାଦିକଙ୍କ ଜରିଆରେ ବୈଜୟନ୍ତଙ୍କ ବିଜେପି ପ୍ରବେଶ ପାଇଁ ଉଦ୍ୟମ ହୋଇଥିଲା। ଗୋଟେ ସମୟରେ ବିଜେପି ଓ ସଂଘର ମୁଖପତ୍ର ଭଳି କାମ କରୁଥିବା ଅର୍ଣ୍ଣବ ଗୋସ୍ଵାମୀଙ୍କ  ରିପବ୍ଲିକ ଟିଭି ବୈଜୟନ୍ତ ବିଜେପିରେ ଯୋଗ ଦେଉଛନ୍ତି ବୋଲି ଖବର ପ୍ରଚାର କରିଥିଲା। ତେବେ ଏ ସଙ୍କ୍ରାନ୍ତରେ ରାଜ୍ୟ ବିଜେପିର ଏକ ପ୍ରଭାବଶାଳୀ ଗୋଷ୍ଠୀ ନିଜର ଅସହମତି ପ୍ରକାଶ କରିଥିଲେ। ରାଜ୍ୟ ବିଜେପିର ମଙ୍ଗୁଆଳ ବୋଲାଉଥିବା ଜନୈକ ପ୍ରଭାବଶାଳୀ ବିଜେପି ନେତା ବୈଜୟନ୍ତଙ୍କ ଯୋଗଦାନକୁ ବିରୋଧ କରିଥିଲେ।

ଇତି ମଧ୍ୟରେ ନିର୍ବାଚନ ପାଖେଇ ଆସୁଥିବାରୁ, ଏ ପ୍ରସଙ୍ଗରେ ଶୀଘ୍ର ନିଷ୍ପତ୍ତି ନେବାକୁ ଉଭୟ ବୈଜୟନ୍ତ ଓ ବିଜେପି ଶିବିରର ତତ୍ପରତା ପ୍ରକାଶ ପାଇଛି। ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର କେନ୍ଦ୍ରୀୟ ନେତୃତ୍ଵ ଏ କ୍ଷେତ୍ରରେ ହସ୍ତକ୍ଷେପ କରି ବୈଜୟନ୍ତଙ୍କୁ ତୁରନ୍ତ ବିଜେପିରେ ସାମିଲ କରିବାକୁ ବିଜେପିକୁ ନିଜର ମତ ଜଣାଇ ସାରିଛନ୍ତି। ସଂଘ ଏ ବିଷୟରେ ସବୁଜ ସଙ୍କେତ ଦେଲା ପରେ ରାଜ୍ୟ ନେତୃତ୍ବର ବିରୋଧ ଏବେ ଶିଥିଳ ହୋଇପଡିଛି। ଏଇ ମାସ ଶେଷ ସପ୍ତାହ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ବୈଜୟନ୍ତଙ୍କୁ ବିଜେପିରେ ସାମିଲ କରାଯିବ।

ବୈଜୟନ୍ତଙ୍କ କାର୍ୟାଳୟ ତରଫରୁ ଏ ବିଷୟରେ କିଛି କୁହା ଯାଇନଥିଲେ ମଧ୍ୟ, ଏ ପ୍ରକାର ସମ୍ଭାବନା କୁ ଅସ୍ଵୀକାର ମଧ୍ୟ କରାଯାଇନାହିଁ। ଓଡିଶା ସଂଘର ଜଣେ କର୍ମକର୍ତ୍ତା କହିଛନ୍ତି ଯେ ବୈଜୟନ୍ତଙ୍କୁ ବିଜେପିରେ ସାମିଲ କରି ତାଙ୍କୁ ବୈଦେଶିକ ବ୍ୟାପାର ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ କଥା ବୁଝିବାକୁ ଦାୟିତ୍ଵ ଦିଆ ଯାଇପାରେ ବୋଲି କହିଛନ୍ତି। ତେବେ ବୈଜୟନ୍ତଙ୍କ ବିଜେପିରେ ମିଶିବା ପ୍ରସଙ୍ଗକୁ ରାଜ୍ୟ ବିଜେପିର ଏକ ଟାଣୁଆ ଗୋଷ୍ଠୀ ଆଜି ମଧ୍ୟ ବିରୋଧ କରୁଛନ୍ତି।

ପୂର୍ବରୁ ସରକାର ବିରୋଧୀ ଭୂମିକା ନେଉଥିବା ବୈଜୟନ୍ତଙ୍କ ଓଟିଭି ଗୋଟେ ସମୟରେ ବିଜେପି ଓ କଂଗ୍ରେସକୁ ସମାନ ଗୁରୁତ୍ଵ ଦେଉଥିଲା। ଏବେ କିନ୍ତୁ ଏହା ଖୋଲାଖୋଲି ବିଜେପିର ଅଘୋଷିତ ଲୋକ ସମ୍ପର୍କ କେନ୍ଦ୍ର ଭାବରେ କାମ କରୁଛି ବୋଲି କିଛି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି। ଚତୁରତାର ସହିତ ବୈଜୟନ୍ତ ଏବେ ବିଜେପିରେ ନିଜର ଯୋଗଦାନ ପ୍ରସଙ୍ଗକୁ ଆଡେଇ ଚାଲିଛନ୍ତି। ତେବେ କଂଗ୍ରେସକୁ ନବୀନ ବିରୋଧୀ ଆଭିମୁଖ୍ୟରେ କିଛିଟା ବ୍ୟବହାର କଲାପରେ, ଏବେ ସ୍ଵାଭାବିକ ଭାବରେ ସେ ନିଜର ଦକ୍ଷିଣପନ୍ଥୀ ବିଚାରର ଦଳରେ ଯୋଗ ଦେବାକୁ ଯାଉଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.