Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶୁକ୍ରବାର ଦିନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ
ଜାତୀୟ ଖବର

ଶୁକ୍ରବାର ଦିନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ

March 31, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶୁକ୍ରବାର ଦିନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ

ଭୁବନେଶ୍ବର, ଆସନ୍ତା 2 ତାରିଖ ଦିନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ। ସେ ଶୁକ୍ରବାର ଦିନ ପୂର୍ବାହ୍ନ 11 ଟା 15 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ। ସେଠାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖ ସ୍ବାଗତ କରିବେ। ଏହାପରେ ସେ ରାଜଭବନ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିବେ।

ସେଠାରୁ ଉପରାଷ୍ଟ୍ରପତି ଅପରାହ୍ନ 4 ଟା 45ରୁ ରାଜଭବନରୁ ବାହାରି କାରକେଡରେ କଟକ ଯିବେ। ସେଠାରେ ସାରଳ ଭବନରେ ଆୟୋଜିତ ଆଦିକବି ସାରାଳ ଦାସଙ୍କ 6ଶହତମ ଜନ୍ମ ବାର୍ଷିକୀରେ ଯୋଗଦେବେ। ଏଥିସହିତ ସେଠାରେ ସାରଳା ସାହିତ୍ୟ ସଂସଦର 30ତମ ବାର୍ଷିକ ଉତ୍ସବରେ ମଧ୍ୟ ଅଭିଭାଷଣ ରଖିବେ।

ଏହାପରେ ଉପରାଷ୍ଟ୍ରପତି କଟକରୁ ସଂଧ୍ୟା 6ଟା 30 ମିନଟରେ ବାହାରି ରାଜଭବନ ଆସିବେ। ସେଠାରେ ସେ ରାତ୍ରୀ ଯାପନ କରିବେ। ପରଦିନ ଅର୍ଥାତ ଶନିବାର ଦିନ ଉପରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଦିନ ସେ ରାଜଭବନରୁ ଦିନ 10ଟା 10 ରେ ରାଜଭବନ ବାହାରି ବାଣୀବିହାରରେ 10ଟା 20 ରେ ପହଁଞ୍ଚିବେ। ସେଠାରେ ସେ 10ଟା 30 ରୁ 11 ଟା 30 ପର୍ଯ୍ୟନ୍ତ ରହିବେ। ଉତ୍କଳ ବିଶ୍ବବିଦ୍ୟାଳୟ ତରଫରୁ ଉପରାଷ୍ଟ୍ରପତି ସମ୍ମାନଜନକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିବେ।

ଉତ୍କଳ ବିଶ୍ବବିଦ୍ୟାଳୟରୁ ଉପରାଷ୍ଟ୍ରପତି ଦିନ 11 ଟା 40 ମିନିଟରୁ ବାହାରି ରାଜଭବନ ଯିବେ। ସେଠାରେ ସେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ 4ଟା 40 ମିନଟରେ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିବେ। ସେଠାରୁ ସେ ଅପରହ୍ନ 5ଟାରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତାଙ୍କର ଗସ୍ତକାଳରେ 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ନିଷ୍ପତି କରାଯାଇଛି। ସେହିପରି 20 ଜଣ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଏହି ସୁରକ୍ଷା ତଦାରଖ କରିବା ପାଇଁ ରହିବେ। ଏ ନେଇ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ କରାଯାଇଛି।

ସେହିପରି ସ୍ବାସ୍ଥ୍ୟଗତ ସୁରକ୍ଷା ପାଇଁ ତିନୋଟି ମେଡିକାଲ ଟିମ ମଧ୍ୟ ଗଠନ କରାଯାଇଛି। ଏହି ଟିମ ବିମାନ ବନ୍ଦର, କ୍ୟାପିଟାଲ ହସପିଟାଲ ଏବଂ ରାଜଭବନରେ ମୁତୟନ କରାଯିବ। ଗୋଟିଏ ଗୋଟିଏ ଟିମରେ ଜଣେ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ ମିଶାଇ 6ରୁ 7 ଜଣ ରହିବେ ବୋଲି ନିଷ୍ପତି କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଭୂମିକମ୍ପ ବିପଦର ମୁକାବିଲା ପାଇଁ ଉତ୍ତରାଖଣ୍ଡରେ ମକ୍ ଡ୍ରିଲ୍

November 15, 2025

ଜନଜାତୀୟ ଗୌରବ ଦିବସ: ଭାରତର ଜନଜାତି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ

November 15, 2025

ରାଜ୍ୟ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବେ ବିଜେପି ମହିଳା

November 15, 2025

ସଂସଦ ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି 

November 15, 2025
Latest News

ଭୂମିକମ୍ପ ବିପଦର ମୁକାବିଲା ପାଇଁ ଉତ୍ତରାଖଣ୍ଡରେ ମକ୍ ଡ୍ରିଲ୍

November 15, 2025

ଜନଜାତୀୟ ଗୌରବ ଦିବସ: ଭାରତର ଜନଜାତି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ

November 15, 2025

ରାଜ୍ୟ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବେ ବିଜେପି ମହିଳା

November 15, 2025

ସଂସଦ ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି 

November 15, 2025

ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରକେ ସିଂହଙ୍କୁ ନିଲମ୍ବନ କଲା ବିଜେପି

November 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.