Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବଢିଲା କରୋନା ଚିନ୍ତା , 11ଟି ରାଜ୍ୟର ମୁଖ୍ୟ ସଚିବଙ୍କ ସହିତ ସମୀକ୍ଷା କଲେ କ୍ୟାବିନେଟ ସଚିବ
ଜାତୀୟ ଖବର

ବଢିଲା କରୋନା ଚିନ୍ତା , 11ଟି ରାଜ୍ୟର ମୁଖ୍ୟ ସଚିବଙ୍କ ସହିତ ସମୀକ୍ଷା କଲେ କ୍ୟାବିନେଟ ସଚିବ

April 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, ଡିଜି ପୋଲିସ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିବାବେଳେ ଗତ ଦୁଇ ସପ୍ତାହରେ ୧୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ ବୃଦ୍ଧି ପାଉଥିବା କୋଭିଡ-୧୯ ସଂକ୍ରମଣ ଓ ମୃତ୍ୟୁ ନେଇ ହୋଇଥିବା ରିପୋର୍ଟ ଉପରେ ଫୋକସ୍ କରିଛନ୍ତି ।

ପନ୍ଦର ଦିନ ମଧ୍ୟରେ କୋଭିଡ ସ୍ଥିତିର କ୍ରମାଗତ ଅବନତି ହେତୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାବିନେଟ ସଚିବ ଦର୍ଶାଇଛନ୍ତି ଯେ ମାର୍ଚ୍ଚ ୨୦୨୧ ରେ ବର୍ତ୍ତମାନର କୋଭିଡ ମାମଲା ଅଭିବୃଦ୍ଧି ହାର ୬.୮% ରହିଛି ଯାହାକି ପୂର୍ବବର୍ଷର ରେକର୍ଡ ୫.୫% (ଜୁନ୍ ୨୦୨୦) ରେକର୍ଡକୁ ଅତିକ୍ରମ କରିଛି । ଏହି ସମୟରେ ଦେଶରେ କୋଭିଡ ମୃତ୍ୟ କ୍ଷେତ୍ରରେ ୫.୫% ଅଭିବୃଦ୍ଧି ହାର ମଧ୍ୟ ରିପୋର୍ଟ ହୋଇଛି । ସେପ୍ଟେମ୍ବର ୨୦୨୦ ରେ କୋଭିଡ ସଂକ୍ରମଣର ପିକ୍ ସମୟରେ ଦେଶରେ ଦୈନିକ ପ୍ରାୟ ୯୭,୦୦୦ ନୂତନ କୋଭିଡ ମାମଲା ରିପୋର୍ଟ ହେଉଥିବାବେଳେ ଦେଶ ବର୍ତ୍ତମାନ କୋଭିଡର ୮୧,୦୦୦ ଦୈନିକ ନୂତନ ମାମଲାରେ ପହଞ୍ଚିଛି ।

ଏକ ବିସ୍ତୃତ ଉପସ୍ଥାପନା ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡର ବର୍ତ୍ତମାନର ସ୍ଥିତିକୁ ଦର୍ଶାଇଥିବାବେଳେ କେନ୍ଦ୍ରୀୟ ସଚିବ (ସୂଚନା ଓ ପ୍ରସାରଣ) କୋଭିଡକୁ ପ୍ରତିହତ ଲାଗି ଜନସାଧାରଣଙ୍କ ମଧ୍ୟରେ ପ୍ରଭାବଶାଳୀ ଆଚରଣ ପରିବର୍ତ୍ତନ ଯୋଗାଯୋଗର ଉପାୟ ଦର୍ଶାଇଥିଲେ । ଜେନୋମ କ୍ରମରେ ଜୀବାଣୁଙ୍କର ମ୍ୟୁଟାଣ୍ଟଣ୍ଟ ଷ୍ଟ୍ରେନ୍ ବିଷୟରେ ଅଧିକ ବିସ୍ତୃତ ଅଧ୍ୟୟନ ପାଇଁ କ୍ଲିନିକାଲ୍ ଏବଂ ଏପିଡେମୋଲୋଜିକାଲ୍ ତଥ୍ୟ ପ୍ରଦାନ ପାଇଁ ରାଜ୍ୟଗୁଡିକ ଏକ ମାର୍ଗଦର୍ଶିକା ଅନୁସରଣ କରିବାର ଆବଶ୍ୟକତା ଉପରେ ଡକ୍ଟର ଭି.କେ.ପାଉଲ ଗୁରୁତ୍ୱ ଦେଇଛନ୍ତି ।

କେନ୍ଦ୍ର ଗୃହ ସଚିବ ଦର୍ଶାଇଛନ୍ତି ଯେ ୧୧ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, ଯେଉଁମାନେ ଦୈନିକ କୋଭିଡ ମାମଲାରେ ବୃଦ୍ଧି ଘଟାଉଛନ୍ତି, ସେମାନେ କଣ୍ଟେନମେଣ୍ଟ ଏନ୍ଫୋର୍ସମେଣ୍ଟ କାର‌୍ୟ୍ୟକଳାପ ପ୍ରଦର୍ଶନ କରିନାହାନ୍ତି । ଏ ବାବଦରେ ଉପଯୁକ୍ତ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ଡିଜି (ପୋଲିସ) ଙ୍କୁ ଅନୁରୋଧ କରିଛନ୍ତି ।

୧୧ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଦୈନିକ ବୃଦ୍ଧି ପାଉଥିବା ମାମଲା ଏବଂ ଦୈନିକ ବୃଦ୍ଧି ପାଉଥିବା ମୃତ୍ୟୁ ହେତୁ ‘ଗୁରୁତର ଚିନ୍ତାଜନକ ରାଜ୍ୟ’ ଭାବରେ ବର୍ଗୀକୃତ କରାଯାଇଛି । ଏମାନେ ଗତ ୧୪ ଦିନ ମଧ୍ୟରେ ୯୦% କୋଭିଡ ମାମଲା (୩୧ ମାର୍ଚ୍ଚ ସୁଦ୍ଧା) ଏବଂ ୯୦.୫% ମୃତ୍ୟୁ (୩୧ ମାର୍ଚ୍ଚ ସୁଦ୍ଧା) ଯୋଗଦାନ କରିଛନ୍ତି ଏବଂ ଗତ ବର୍ଷ ସେମାନଙ୍କର ପ୍ରାରମ୍ଭିକ ରିପୋର୍ଟର ଶିଖର ଅତିକ୍ରମ କରିବାକୁ କିମ୍ବା ନିକଟତର ହୋଇଛନ୍ତି । ମହାରାଷ୍ଟ୍ରରେ ପରିସ୍ଥିତି ବିଶେଷ ଚିନ୍ତାଜନକ ବୋଲି ଦର୍ଶାଯାଇଥିଲା ।

ପୂର୍ବରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଦାନ କରାଯାଇଥିବା ଷ୍ଟାଣ୍ଡାର୍ଡ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ ପାଳନ କରି ସକ୍ରିୟ ମାମଲା ଏବଂ ଦୈନିକ ମୃତ୍ୟୁକୁ ନିଶ୍ଚିତ କରିବା ପାଇଁ ତୁରନ୍ତ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

ଅନ୍ୟ ଏକ ଚିନ୍ତାଜନକ ଦିଗ ଦର୍ଶାଇ ଦ୍ୱିତୀୟ ଏବଂ ତୃତୀୟ ବର୍ଗର ସହର ସହିତ ସହରତଳି ଅଞ୍ଚଳରେ କୋଭିଡ ମାମଲାରେ ସମ୍ପ୍ରତି ତୀବ୍ର ଗତି ରେକର୍ଡ ହୋଇଛି; ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଥିବା ଏହି ଅଞ୍ଚଳରୁ ଗ୍ରାମାଞ୍ଚଳରେ ସଂକ୍ରମଣର ବିସ୍ତାର ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଅସୁବିଧାରେ ପକାଇବବୋଲି ଦର୍ଶାଇଥିଲେ ।

corona covid19 କରୋନା ସମୀକ୍ଷା ଭାରତରେ କରୋନା ସ୍ଥିତି
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026
Latest News

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.