Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»CBSE 12th ପରୀକ୍ଷା ସ୍ଥଗିତ ଉପରେ ଏକ ବଡ ପଦକ୍ଷେପ ନେଲା କେରଳର ସ୍କୁଲ ପରିଚାଳନା ସଂଘ
ଜାତୀୟ ଖବର

CBSE 12th ପରୀକ୍ଷା ସ୍ଥଗିତ ଉପରେ ଏକ ବଡ ପଦକ୍ଷେପ ନେଲା କେରଳର ସ୍କୁଲ ପରିଚାଳନା ସଂଘ

April 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
CBSE 12th ପରୀକ୍ଷା ସ୍ଥଗିତ ନେଇ ଏକ ବଡ ପଦକ୍ଷେପ ନେଲା କେରଳର ସ୍କୁଲ ପରିଚାଳନା ସଂଘ

ନୂଆଦିଲ୍ଲୀ, ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ଯୋଗୁଁ ସିବିଏସ୍ଇ 12 ବୋର୍ଡ ପରୀକ୍ଷାକୁ କେନ୍ଦ୍ର ସରକାର ସ୍ଥଗିତ ରଖିଛନ୍ତି। ତେବେ ଏହାକୁ ନେଇ କେରଳ ସିବିଏସ୍ଇ ସ୍କୁଲ୍ ମ୍ୟାନେଜମେଣ୍ଟ ଆସୋସିଏସନ୍ ତରଫରୁ ଏକ ବଡ ପଦକ୍ଷେପ ନିଆଯାଇଛି। ସଂଘ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ CBSE 12th ଛାତ୍ରଛାତ୍ରୀଙ୍କ ପାଇଁ ବଡ ଚିନ୍ତାର ବିଷୟ ପାଲଟିଥିବା ସମସ୍ୟାକୁ କେନ୍ଦ୍ର ସରକାର ସମାଧାନ କରନ୍ତୁ ବୋଲି ନିବେଦନ କରାଯାଇଛି।

ଆସୋସିଏସନ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସିବିଏସ୍ଇ କ୍ଲାସ୍ 12 ବୋର୍ଡ ପରୀକ୍ଷା 2021 ଫଳାଫଳ ଘୋଷଣା ନହେବା ପର୍ଯ୍ୟନ୍ତ ଡିଗ୍ରୀ ଏବଂ ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମରେ ଆଡମିଶନ ସ୍ଥଗିତ ରଖାଯାଉ। ଏ ଦିଗରେ ଶିକ୍ଷା ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ପଡିବ ବୋଲି ସଂଘ ନିବେଦନ କରିଛି।

ଏହି ଚିଠିରେ  ଦର୍ଶାଯାଇଛି ଯେ କେରଳ ରାଜ୍ୟ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶୀଘ୍ର ଶେଷ ହେବ ଏବଂ ଫଳ ମଧ୍ୟ ପ୍ରକାଶିତ ହେବ। ଏହାପରେ ସେମାନଙ୍କର ଡିଗ୍ରୀ କଲେଜରେ ନାମଲେଖା ମଧ୍ୟ ଆରମ୍ଭ ହୋଇଯିବ। ଏହାଦ୍ବାରା ସିବିଏସ୍ଇ କ୍ଲାସ୍ 12 ଛାତ୍ରଛାତ୍ରୀଙ୍କ ଚିନ୍ତା ବୃଦ୍ଧି ପାଇବ। କାରଣ ସେମାନଙ୍କର ଫଳ ବାହାରି ନ ଥିବାରୁ ସେମାନେ କୌଣସି ଡିଗ୍ରୀ କଲେଜରେ ନାମ ଲେଖାଇ ପାରିବେ ନାହିଁ।

ଇତି ମଧ୍ୟରେ ବିଭିନ୍ନ ରାଜ୍ୟ ସରକାରମାନେ ବରିଷ୍ଠ ଶିକ୍ଷାବିତଙ୍କ ସହିତ ପରାମର୍ଶ କରି ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ କରିବାକୁ ଚିନ୍ତା କରୁଛନ୍ତି। ଏହା ପ୍ରକାଶ ପାଇବା ପରେ ଡିଗ୍ରୀ ପାଠ୍ୟକ୍ରମରେ ଆଡମିଶନ ଆରମ୍ଭ ହେବ। ଏଥିରେ CBSE 12th ପାଶ୍ ଛାତ୍ରଛାତ୍ରୀ ଭାଗ ନେଇପାରିବେ ନାହିଁ।

ସିବିଏସଇ ଛାତ୍ରଛାତ୍ରୀମାନଙ୍କ ପ୍ରତି ଏପରି ଅନ୍ୟାୟକୁ ଏଡାଇବା ପାଇଁ ସରକାର ଦୟାକରି ରାଜ୍ୟ ସରକାରଙ୍କୁ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ ପାଇବା ପରେ ଆଡମିଶନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନିବେଦନ କରିଛି କେରଳର CBSE ବିଦ୍ୟାଳୟ ପରିଚାଳନା ସଂଘ ।

CBSE 12th cbse exam ସିବିଏସଇ ସିବିଏସଇ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ଭୟଙ୍କର ଦୁର୍ଘଟଣା: ୬ ମୃତ; ୨୦ ଗୁରୁତର

August 26, 2026

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Latest News

ପୁରୀରେ ପୁଣି ହତ୍ୟାକାଣ୍ଡ : ପଥରରେ ଛେଚି ଜଣଙ୍କୁ ହତ୍ୟା

August 26, 2026

ଜମି ଦୁର୍ନୀତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: କୋମନା ତହସିଲଦାର ଓ ARI ସସପେଣ୍ଡ

August 26, 2026

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଫେରାର IIC ସୁଜିତ ଦାସଙ୍କ ନାଁରେ NBW: ଗିରଫ ପାଇଁ ବିଭିନ୍ନ ସ୍ଥାନରେ କ୍ରାଇମବ୍ରାଞ୍ଚର ଚଢ଼ଉ

August 26, 2026

ଆମେରିକା ଭିସା ନିଯୁକ୍ତି ଉପରେ ରୋକ: ଟ୍ରମ୍ପ ପ୍ରଶାସନର ବଡ଼ ନିଷ୍ପତ୍ତି

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.