Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନିଜ ଅଞ୍ଚଳର କରୋନା ସମସ୍ୟାର ସମାଧାନ କରିବା ପାଇଁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ନିଜ ଅଞ୍ଚଳର କରୋନା ସମସ୍ୟାର ସମାଧାନ କରିବା ପାଇଁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

April 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନିଜ ଅଞ୍ଚଳର କରୋନା ସମସ୍ୟାର ସମାଧାନ କରିବା ପାଇଁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଦେଶରେ କୋଭିଡର ଦ୍ବିତୀୟ ଲହରୀ କାରଣରୁ ସୃଷ୍ଟି ହୋଇଥିବା ପରସ୍ଥିତି ସମ୍ପର୍କରେ ଆଲୋଚନା କରିବା ଲାଗି ଆଜି ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।
ମନ୍ତ୍ରୀ ପରିଷଦ ବୈଠକରେ ମତପ୍ରକାଶ ପାଇଥିଲା ଯେ ବର୍ତ୍ତମାନର ମହାମାରୀ ସଙ୍କଟ “ଶତାବ୍ଦୀରେ ଗୋଟିଏ ଥର ଦେଖାଦେଉଥିବା ସଙ୍କଟ” ହୋଇଥିବା ବେଳେ ଏହା ବିଶ୍ବ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହି ବୈଠକରେ କୋଭିଡ ମୁକାବିଲା ପାଇଁ କେନ୍ଦ୍ର, ରାଜ୍ୟ ସରକାର ଓ ଭାରତର ଜନସାଧାରଣଙ୍କ ମିଳିତ ପ୍ରୟାସ ଉପରେ ଆଧାରିତ ଭାରତ ସରକାରଙ୍କ ଟିମ ଇଣ୍ଡିଆ ଆଭିମୁଖ୍ୟକୁ ଉଲ୍ଲେଖ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ସମସ୍ତ ବିଭାଗ ମିଳିତ ଭାବେ ଏବଂ ଦ୍ରୁତ ଗତିରେ କାର‌୍ୟ୍ୟ କରୁଛି। ସେ ମନ୍ତ୍ରୀମାନଙ୍କୁ ନିଜ ନିଜ ଅଞ୍ଚଳର ଲୋକମାନଙ୍କ ସହିତ ସମ୍ପର୍କରେ ରହିବା, ସେମାନଙ୍କୁ ସହାୟତା କରିବା ଓ ସେମାନଙ୍କ ଠାରୁ ମତାମତ ସଂଗ୍ରହ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ସ୍ଥାନୀୟ ସ୍ତରରେ ଥିବା ସମସ୍ୟାଗୁଡ଼ିକୁ ତୁରନ୍ତ ଚିହ୍ନଟ କରିବା ଓ ସମାଧାନ କରିବା ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ସେ ଜୋର ଦେଇ କହିଥିଲେ।

ଗତ ୧୪ ମାସ ଧରି କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଭାରତର ଜନସାଧାରଣଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ସମସ୍ତ ପଦକ୍ଷେପକୁ ମଧ୍ୟ ମନ୍ତ୍ରୀ ପରିଷଦ ସମୀକ୍ଷା କରିଥିଲା।
ଡାକ୍ତରଖାନାରେ ଶଯ୍ୟା, ପିଏସଏ ଅକ୍ସିଜେନ ସୁବିଧା ଆଦି ବଢ଼ାଇବା, ମୌଳିକ ଭିତ୍ତିଭୂମି ନିର୍ମାଣ, ଅକ୍ସିଜେନ ଉତ୍ପାଦନ, ଭଣ୍ଡାରଣ ଓ ଯୋଗାଣ ସହ ଜଡ଼ିତ ପ୍ରସଙ୍ଗର ସମାଧାନ, ଆବଶ୍ୟକ ଔଷଧ ଉପଲବ୍ଧତା ସହ ଜଡ଼ିତ ସମସ୍ୟାର ସମାଧାନ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଆପୋସ ସମନ୍ବୟ ସ୍ଥାପନ କରାଯାଇ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ସଂକ୍ଷିପ୍ତ ସୂଚନା ଦିଆଯାଇଥିଲା।

ସମସ୍ତ ଜରୁରୀ ସାମଗ୍ରୀ ଓ ସେବା ଯୋଗାଣ ତଥା ଉପଲବ୍ଧତାକୁ ଆହୁରି ଅଧିକ ବଢ଼ାଇବା ଲାଗି ଗ୍ରହଣ କରାଯାଇଥିବା ଉପାୟ ବିଷୟରେ ମଧ୍ୟ ଏହି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଖାଦ୍ୟଶସ୍ୟ ବ୍ୟବସ୍ଥା ଜରିଆରେ ସମାଜର ଦୁର୍ବଳ ଶ୍ରେଣୀକୁ ଦିଆଯାଇଥିବା ବ୍ୟାପକ ସହାୟତା ଓ ଜନଧନ ଆକାଉଣ୍ଟଧାରୀମାନଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ସମ୍ପର୍କରେ ମଧ୍ୟ ଏହି ଅବସରରେ ସୂଚନା ଦିଆଯାଇଥିଲା।

ଏହି ଅବସରରେ ଉଲ୍ଲେଖ କରାଯାଇଥିଲା ଯେ ଭାରତ ସଫଳତାପୂର୍ବକ ଦୁଇଟି ଟିକା ଉତ୍ପାଦନ କରିପାରିଛି। ଆହୁରି କେତୋଟି ଟିକା ମଞ୍ଜୁରି ପାଇବା ଏବଂ ସାମିଲ କରାଯିବାର ବିଭିନ୍ନ ପର‌୍ୟ୍ୟାୟରେ ରହିଛି। ବର୍ତ୍ତମାନସୁଦ୍ଧା ୧୫ କୋଟିରୁ ଅଧିକ ଟିକାକରଣ ହୋଇସାରିଛି।

ମନ୍ତ୍ରିପରିଷଦ ‘କୋଭିଡ ସଂକ୍ରାନ୍ତ ଉପଯୁକ୍ତ ଆଚରଣ’ ଉପରେ ଗୁରୁତ୍ବ ଦେବା ଦିଗରେ ବିଶେଷ ଧ୍ୟାନ ଦେଇଥିଲା। ମାସ୍କ ପିନ୍ଧିବା, ଛଅ ଫୁଟ ସାମାଜିକ ଦୂରତା ବଜାୟ ରଖିବା ଓ ବାରମ୍ବାର ହାତ ଧୋଇବା ଏଥିରେ ସାମିଲ ରହିଛି।

ଅତ୍ୟନ୍ତ ବ୍ୟାପକ ଉତ୍ତରଦାୟିତ୍ବକୁ ପୂରଣ କରିବା ଲାଗି ସମାଜର ଭାଗିଦାରୀ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦିଗ ବୋଲି ମନ୍ତ୍ରୀ ପରିଷଦ ବୈଠକରେ ପୁନଃ ଉଲ୍ଲେଖ କରାଯାଇଥିଲା। ଏହି ସଙ୍କଟର ମୁକାବିଲା କରିବା ଲାଗି ଦେଶ ନିଜ ଆଡ଼ୁ ଯେକୌଣସି ପ୍ରୟାସ କରିବ ଏବଂ ଭୂତାଣୁକୁ ପରାଜିତ କରିବ ବୋଲି ମନ୍ତ୍ରୀ ପରିଷଦ ବୈଠକରେ ବିଶ୍ବାସ ପ୍ରକଟ କରାଯାଇଥିଲା।

ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିବା ବେଳେ ସମସ୍ତ ମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଅଂଶଗ୍ରହଣ କରିଥିଲେ। ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭିକେ ପଲ କୋଭିଡ-୧୯ ମହାମାରୀ ପରିଚାଳନା ଉପରେ ଏକ ଉପସ୍ଥାପନା ଦେଇଥିଲେ।

କରୋନା ସମୀକ୍ଷା ପ୍ରଧାନମନ୍ତ୍ରୀଙ୍କ କରୋନା ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.