Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବୈଜୟନ୍ତଙ୍କ ଲାଗି ଏତେ ସହଜ ନୁହେଁ କେନ୍ଦ୍ରାପଡାର ନିର୍ବାଚନୀ ଗଣିତ, କେନ୍ଦ୍ରାପଡାରେ କଂଗ୍ରେସର ଶକ୍ତିଥିବା ଯାଏ ବିଜେଡି ସେଠାରେ ହାରିବାର ସମ୍ଭାବନା ଯଥେଷ୍ଟ କମ
ବିଶେଷ ଖବର

ବୈଜୟନ୍ତଙ୍କ ଲାଗି ଏତେ ସହଜ ନୁହେଁ କେନ୍ଦ୍ରାପଡାର ନିର୍ବାଚନୀ ଗଣିତ, କେନ୍ଦ୍ରାପଡାରେ କଂଗ୍ରେସର ଶକ୍ତିଥିବା ଯାଏ ବିଜେଡି ସେଠାରେ ହାରିବାର ସମ୍ଭାବନା ଯଥେଷ୍ଟ କମ

April 8, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ନିର୍ବାଚନୀ ଗଣିତର ସୂତ୍ର ସବୁ ସାଧାରଣ ଗଣିତ ସୂତ୍ରଠାରୁ ଢେର ଅଲଗା। ନିର୍ବାଚନୀ ଗଣିତରେ ଦୁଇ ଓ ଦୁଇ ମିଶି ଚାରି ହେବା ବଦଳରେ ବାଇଶ ମଧ୍ୟ ହୋଇପାରନ୍ତି। ତେଣୁ ଏ ପ୍ରକାର ଗଣିତର ସମୀକରଣ ବୁଝିବା ଏତେ ସହଜ ନୁହଁ। ଟେଲିଭିଜନରେ ଅମୁକଙ୍କ ସପକ୍ଷରେ ହାୱା ବୋହୁଛି କିମ୍ବା ତାଙ୍କ ବିରୋଧରେ ପରିବର୍ତ୍ତନର ସ୍ଵର ଶୁଭୁଛି ବୋଲି ଶୁଣିବାକୁ ହୁଏତ ଭଲ ଲାଗିପାରେ। ହେଲେ ନିର୍ବାଚନୀ ଗଣିତ ବୁଝିବାକୁ ହେଲେ ଭୋଟଦାନର ଇତିହାସ, ଭୂଗୋଳ ତଥା ପରିସଙ୍ଖ୍ୟାନକୁ ବୁଝିବା ନିହାତି ଜରୁରୀ। ଦୁର୍ଭାଗ୍ୟକ୍ରମେ ଆମ ରାଜ୍ୟରେ ନିର୍ବାଚନୀ ବିଶ୍ଳେଷଣ ପାଇଁ ସେମିତି କୌଣସି ସ୍ଵତନ୍ତ୍ର ଅନୁଷ୍ଠାନ ଆଜି ପର୍ୟନ୍ତ ଗଢା ହୋଇନାହିଁ। ଜାତୀୟ ସ୍ତରରେ ବହୁ ପ୍ରକାର ନିର୍ବାଚନୀ ବିଶ୍ଳେଷଣ ପ୍ରସ୍ତୁତ ହେଉଥିଲେ ମଧ୍ୟ ସେଥିରେ ଓଡିଶାର ନିର୍ବାଚନ ରାଜନୀତିକୁ ନେଇ ବିଶେଷ ଆଲୋଚନା ଘଟୁନାହିଁ। ତେଣୁ ଆମେ ନିର୍ବାଚନୀ ଗଣିତକୁ ନେଇ ଆମ ନିଜ ତରଫରୁ ଛୋଟ ଛୋଟ ସମୀକରଣର ବ୍ୟାଖ୍ୟା କରିବାକୁ ଚେଷ୍ଟା କରୁଛୁ। ସେଇ କ୍ରମରେ ଆଜି କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ କୁ ନେଇ ଆମେ ଆଲୋଚନା କରିବା।

କେନ୍ଦ୍ରାପଡା ୨୦୧୯ ନିର୍ବାଚନର ଏକ ପ୍ରମୁଖ ଆକର୍ଷଣ ପାଲଟିଛି। କାରଣ ଅତ୍ୟନ୍ତ ସ୍ପଷ୍ଟ। ଗତ କୋଡିଏ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ରହି ଆସିଥିବା ବୈଜୟନ୍ତ ପଣ୍ଡା ଏବେ ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି ଓ ବିଜେପି ଟିକଟରେ କେନ୍ଦ୍ରାପଡା ଲୋକସଭା ପାଇଁ ନିର୍ବାଚନ ଲଢୁଛନ୍ତି। ବୈଜୟନ୍ତଙ୍କ ହାତରେ ଓଡିଶାର ସବୁଠୁ ବଡ ଟେଲିଭିଜନ ଚାନେଲ ରହିଛି ଓ ସୋସିଆଲ ମିଡିଆରେ ତାଙ୍କର ଖାସ ଅନୁଗତ ଅଛନ୍ତି। ତେଣୁ ଦିଲ୍ଲୀ ଗଣମାଧ୍ୟମରେ ସେ ଜଣେ ଟାଣୁଆ ନେତା ବୋଲି ବିବେଚିତ ହୁଅନ୍ତି। ଏଇ ନିର୍ବାଚନରେ କେନ୍ଦ୍ରାପଡା ଆସନ ଜିତିବା ବୈଜୟନ୍ତଙ୍କ ପକ୍ଷରେ ସହଜ ହେବ କି ? ତାଙ୍କର ପ୍ରତିପକ୍ଷରେ ଥିବା ବିଶିଷ୍ଟ ଓଡିଆ ଅଭିନେତା ଅନୁଭବ ମହାନ୍ତି ବୈଜୟନ୍ତଙ୍କୁ ମୁକାବିଲା କରିବାରେ କେତେଦୂର ସକ୍ଷମ ହେବେ ? କେନ୍ଦ୍ରାପଡାର ହାର ଜିତରେ କଂଗ୍ରେସ ଦଳର ଭୂମିକା କଣ ହେବ ? ଏଇ ତିନୋଟି ପ୍ରଶ୍ନର ଉତ୍ତର ଖୋଜିବା ଆସନ୍ତୁ।

ପ୍ରଥମତଃ ବୈଜୟନ୍ତ ପଣ୍ଡା ନିଜ ବଳରେ କେବେହେଲେ ନିର୍ବାଚନ ଲଢି ନାହାନ୍ତି। ସେ ସବୁବେଳେ ବିଜେଡି ହାୱାରେ ନିର୍ବାଚିତ ହୋଇ ଆସିଛନ୍ତି। ଆଜି ବିଜେଡି ବିରୋଧରେ ବିଜେପିର ପ୍ରାର୍ଥୀ ଭାବରେ ତାଙ୍କୁ କେନ୍ଦ୍ରାପଡା ଗ୍ରହଣ କରିବ କାହିଁକି ? ଗତ କୋଡିଏ ବର୍ଷ ଧରି ବିଜେଡ଼ିର ଯେଉଁ କର୍ମୀ ଓ ନେତାମାନେ ବୈଜୟନ୍ତଙ୍କ ବିରୋଧରେ ଥିଲେ, ସେମାନେ ଆଜି ତାଙ୍କର ପ୍ରଚାରକ ହେବେ କେମିତି ? ତେଣୁ ଦେଖାଯାଉଛି, କେନ୍ଦ୍ରାପଡାର ବହୁ ପୁରୁଣା ବିଜେପି କର୍ମୀ ଏବେ ଦଳରୁ ଇସ୍ତଫା ଦେଉଛନ୍ତି। ଅନେକାଂଶରେ ବୈଜୟନ୍ତଙ୍କୁ କେନ୍ଦ୍ରାପଡାର ବିଜେପି ୟୁନିଟ ଗ୍ରହଣ କରିପାରିନାହିଁ। ସ୍ଥାନୀୟ ବିଜେପି ନେତାଙ୍କୁ ଉପେକ୍ଷା କରି ବୈଜୟନ୍ତ ତାଙ୍କର ପୁରୁଣା ବିଜେଡି ଅନୁଗତଙ୍କୁ ନେଇ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି।

୨୦୧୪ ନିର୍ବାଚନରେ ଏଠାରୁ ବିଜେଡି ୬,୦୧,୫୭୪ (୫୨.୭୨%), କଂଗ୍ରେସ ୩, ୯୨, ୪୬୬ (୩୪.୪%) ଓ ବିଜେପି ୧,୧୮,୭୦୭(୧୦.୪%) ଭୋଟ ପାଇଥିଲେ। ଏଥର ବୈଜୟନ୍ତ ବିଜେଡି ଛାଡି ବିଜେପିରେ ଯୋଗ ଦେବା ପରେ ତାଙ୍କର ପାରମ୍ପରିକ ଭୋଟ ଆଧାର ଆପେ ଆପେ ୫ ଲକ୍ଷ ତଳକୁ ଖସି ଆସୁଛି। ବିଜେଡ଼ିର ୬ ଲକ୍ଷ ଭୋଟରୁ ବୈଜୟନ୍ତ ନିଜ ଲାଗି କେତେ ଭୋଟ ଆଣି ପାରିବେ? ଅତି ସରଳ ଭାବରେ କହିଲେ, ଶଙ୍ଖରୁ ପଦ୍ମଫୁଲ ଚିହ୍ନକୁ  କେତେ ଭୋଟ ବଦଳି ହୋଇପାରିବ ? ପୁନଶ୍ଚ ବିଜେପିର ଯେଉଁ ଲକ୍ଷେ ଭୋଟ ଥିଲା ତାହା ବୈଜୟନ୍ତଙ୍କ ପକେଟକୁ ପୂରା ଆସିବ ତ ? ବିଜେଡ଼ିର ୫୨% ଭୋଟର ଯେଉଁ ଆଧାର, ସେଥିରୁ କେତେ  ଭୋଟ ଏଥର ବିଜେପି ଖାତା କୁ ଆସିବ ? ଯେତେ ଅଧିକ ସୁଇଙ୍ଗ ହେଲେ ମଧ୍ୟ ୫୨% ଭୋଟକୁ ତଳକୁ ଖସାଇବା ଆଦୌ ସହଜ ବ୍ୟାପାର ନୁହେଁ।

ଅନୁଭବ ମହାନ୍ତି ରାଜନୀତିର କଚ୍ଚା ଖେଳାଳି ନୁହନ୍ତି। ସେ ରାଜ୍ୟସଭାରେ ପାଖାପାଖି ପାଞ୍ଚ ବର୍ଷ ରହିସାରିଲେଣି। ସିନେମା ତାରକା ଭାବରେ ତାଙ୍କର ଏକ ସ୍ଵାଭାବିକ ଅନୁଗତ ଗୋଷ୍ଠୀ ଅଛନ୍ତି। ତେଣୁ ବୈଜୟନ୍ତଙ୍କ ଆଗରେ ଅନୁଭବ ଆଦୌ ଦୁର୍ବଳ ପ୍ରାର୍ଥୀ ନୁହନ୍ତି। ତେବେ ଅନୁଭବଙ୍କ ତୁଳନାରେ ବୈଜୟନ୍ତଙ୍କ ଲାଗି ସବୁଠୁ ବଡ ଆହ୍ଵାନ ହେବେ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ। ଅନୁଭବ ବିଜେଡି ଭୋଟକୁ ନେଇ ବେଶ ସହଜ । ହେଲେ ଆଜି ଓଡିଶାରେ ବିଜେପିର ଅଭିବୃଦ୍ଧି କେବଳ କଂଗ୍ରେସର ଭୋଟ ବିନିମୟରେ ଘଟୁଛି। କେନ୍ଦ୍ରାପଡାରେ କଂଗ୍ରେସର ଶକ୍ତି ବିଜେପିର ସବୁଠୁ ବଡ ଦୁର୍ବଳତା ହେବାକୁ ଯାଉଛି। ଆଜି ମଧ୍ୟ କେନ୍ଦ୍ରାପଡାର ତିନୋଟି ବିଧାନସଭା କଂଗ୍ରେସ ହାତରେ ରହିଛି ( ଯଦିଓ ସାଲେପୁର ବିଧାୟକ ପ୍ରକାଶ ବେହେରା ଏବେ ବିଜେପି କୁ ଆସିଛନ୍ତି)। ଆଳି ଓ ରାଜନଗର ବିଧାନସଭା କ୍ଷେତ୍ରରେ  କଂଗ୍ରେସର ସ୍ଥିତି ଗତଥର ବେଶ ଭଲ ଥିଲା। କେବଳ ପାଟକୁରା କୁ ବାଦ ଦେଲେ ବିଜେପିର ସ୍ଥିତି କେନ୍ଦ୍ରାପଡାର ଅନ୍ୟାନ୍ୟ ବିଧାନସଭା କ୍ଷେତ୍ରରେ ଅତ୍ୟନ୍ତ ନଗଣ୍ୟ। ସେଥିରେ ବିଜେପିର ବିଜୟ ସହଜସାଧ୍ୟ ହେବ କେମିତି ?

ବୈଜୟନ୍ତ ହୁଏତ ବିଜେଡି ହାତରୁ କିଛି ଭୋଟ ଛଡାଇ ପାରନ୍ତି, ହେଲେ ତାହା ଜିଣିବା ଲାଗି ତାଙ୍କୁ ସହାୟକ ହେବ ନାଇଁ। କେନ୍ଦ୍ରାପଡା ଲୋକସଭା ଆସନରେ, କେବଳ ୧୯୫୨ କୁ ବାଦ ଦେଲେ ସେଠାରୁ କେବେହେଲେ କଂଗ୍ରେସ ଜିତିନାହିଁ। କିନ୍ତୁ କଂଗ୍ରେସର ଆପାତତଃ ୩୦% ଭୋଟ କେନ୍ଦ୍ରାପଡାର ବିଭିନ୍ନ କ୍ଷେତ୍ରରେ ଆଜି ମଧ୍ୟ ସୁରକ୍ଷିତ ରହିଛି ? ଧରଣୀଧରନାୟକଙ୍କ ଠାରୁ ଏ ଭୋଟ ଛଡାଇପାରିବାର ଦକ୍ଷତା ବୈଜୟନ୍ତଙ୍କର ଅଛି କି ? ଯଦି ନାହିଁ, ତାହେଲେ କେନ୍ଦ୍ରାପଡାରେ ପୁଣିଥରେ କଂଗ୍ରେସ ବନାମ ବିଜେଡି ସଂଘର୍ଷ ହିଁ ସ୍ଵାଭାବିକ ଲାଗୁଛି !

 

Share. Facebook Twitter LinkedIn Email WhatsApp Copy Link

Related Posts

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

EPF ରେ ବଡ଼ ବୃଦ୍ଧି: 6,857 ଟଙ୍କା ପରିବର୍ତ୍ତେ 11,429 ଟଙ୍କା ହେବ ପେନସନ, ଜାଣନ୍ତୁ ଗଣିତ

September 16, 2026

ସେପ୍ଟେମ୍ବର ୧୭ରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

September 16, 2026

ସମ୍ବଲପୁରରୁ ପାଣିପାଗ ଉପରେ ନଜର ରଖିବ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ରାଡାର୍

September 16, 2026
Latest News

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

September 16, 2026

୧୦୦ ମେଟ୍ରିକ୍ ଟନ୍ ପଣ୍ୟ ଅନ୍‌ଲୋଡିଂରେ ଦେଶର ପ୍ରଥମ ରେଳପଥ ଜୋନ୍ ହେଲା ପୂର୍ବତଟ ରେଳପଥ

September 16, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା

September 16, 2026

ଆଇଟିଇଆରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭଲିବଲ କୋର୍ଟ ଉଦ୍‌ଘାଟିତ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.