Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି, କୋଭିଡ19ର 3ୟ ଲହରକୁ ମୁକାବିଲା ପାଇଁ ନେଲେ ଭିନ୍ନ ପଦକ୍ଷେପ
ଜାତୀୟ ଖବର

ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି, କୋଭିଡ19ର 3ୟ ଲହରକୁ ମୁକାବିଲା ପାଇଁ ନେଲେ ଭିନ୍ନ ପଦକ୍ଷେପ

May 16, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର, ରାଜ୍ୟରେ କରୋନା ଲଢେଇକୁ ଅଧିକ ଲକ୍ଷଭେଦୀ ଓ ଫଳପ୍ରସୂ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଅପରାହଣରେ ରାଜ୍ୟବାସୀଙ୍କୁ ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ଵରେ ରାଜ୍ୟରେ ଚାଲିଥିବା କୋଭିଡ ଲଢେଇରେ ପ୍ରତ୍ୟକ ଜୀବନ ମୂଲ୍ୟବାନ । ଏ ଦିଗରେ ଆଜି ରାଜ୍ୟ ସରକାର ଦୁଇଟି ବଡ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।

ପ୍ରଥମତଃ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ କରୋନା ଟୀକା କିଣିବା ପାଇଁ ଇତି ମଧ୍ୟରେ ଗ୍ଲୋବାଲ ଟେଣ୍ଡର ଆହ୍ଵାନ କରାଯାଇଛି । ଓଡିଶା ରାଜ୍ୟ ଔଷଧ ନିଗମ ଲିଃ. ମାଧ୍ୟମରେ ପ୍ରାୟ ୩.୮ କୋଟି ଟୀକା କ୍ରୟ କରାଯିବ । ଜନସାଧାରଣଙ୍କୁ ଶୀଘ୍ର ଟୀକା ଯୋଗାଇବା ଲକ୍ଷ୍ୟ ସାଧନ ନିମନ୍ତେ ଏହି ଟେଣ୍ଡର ମାଧ୍ୟମରେ ୪ ମାସ ମଧ୍ୟରେ ଟୀକା କ୍ରୟ ପାଇଁ ଚେଷ୍ଟା କରାଯାଉଛି ।

ଏହି ଗ୍ଲୋବାଲ ଟେଣ୍ଡରରେ ବିଶ୍ଵର ଯେକୌଣସି ଦେଶର ଟୀକା ଉତ୍ପାଦନକାରୀ କମ୍ପାନୀମାନେ ଭାଗ ନେଇ ପାରିବେ । ଚଳିତ ମେ ମାସ ୧୯ ତାରିଖ ଦିନ ପ୍ରି-ବିଡ ବୈଠକ ଅନୁଷ୍ଠିତ ହେବ ଏବଂ ଏହି ମାସ ୨୮ ତାରିଖ ଟେଣ୍ଡର ଗ୍ରହଣ ପାଇଁ ଶେଷ ତାରିଖ ରଖାଯାଇଛି ।

ଦ୍ବିତୀୟରେ କୋଭିଡ ମୁକାବିଲା ନିମନ୍ତେ ସର୍ବୋତ୍ତମ ବିଜ୍ଞାନ ଓ ତଥ୍ୟଭିତ୍ତିକ ପରାମର୍ଶ ଦେବା ପାଇଁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପରାମର୍ଶଦାତା କମିଟି ଗଠନ କରାଯାଇଛି । ଖ୍ୟାତିସମ୍ପନ୍ନ ଡାକ୍ତର କେ. ଶ୍ରୀନାଥ ରେଡ୍ଡୀ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି । ଏହି କମିଟି ରାଜ୍ୟରେ ଟିକାକରଣ ଏବଂ ଭବିଷ୍ୟତରେ ସମ୍ଭାବ୍ୟ କରୋନା ଲହରକୁ ସାମନା କରିବା ପାଇଁ ଭିତ୍ତିଭୂମି, ଟେକ୍ନୋଲୋଜି ଏବଂ ଆନ୍ତର୍ଜାତୀୟ କ୍ଷେତ୍ରରେ ପ୍ରାମାଣିତ ସର୍ବୋତ୍ତମ ପଦ୍ଧଟି ବିଷୟରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ ।

ଡାକ୍ତର ଦେବୀ ସେଠୀ, ଡାକ୍ତର ରମାକାନ୍ତ ପଣ୍ଡାଙ୍କ ସମେତ ଖ୍ୟାତନାମା ବୈଜ୍ଞାନିକମାନଙ୍କୁ ଏହି କମିଟିରେ ସଦସ୍ୟ ଭାବେ ଗ୍ରହଣ କରାଯାଇଛି । ଓଡିଶା ଭେଷଜ ଶିକ୍ଷା ଓ ତାଲିମର ନିର୍ଦ୍ଦେଶକ ଏହାର ଆବାହକ ରହିଛନ୍ତି ।

କୋଭିଡ19 ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026
Latest News

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.