Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜୁନ ୧୫ ତାରିଖ ପର୍ଯ୍ୟନ୍ତ କୋଭିଡ ଟିକା ଯୋଗାଣ ସମ୍ପର୍କିତ ତଥ୍ୟ ଆଗୁଆ ଦେଲେ କେନ୍ଦ୍ର ସରକାର
ବିଶେଷ ଖବର

ଜୁନ ୧୫ ତାରିଖ ପର୍ଯ୍ୟନ୍ତ କୋଭିଡ ଟିକା ଯୋଗାଣ ସମ୍ପର୍କିତ ତଥ୍ୟ ଆଗୁଆ ଦେଲେ କେନ୍ଦ୍ର ସରକାର

May 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଜୁନ ୧୫ତାରିଖ ପର୍ଯ୍ୟନ୍ତ କୋଭିଡ ଟିକା ଯୋଗାଣ ସମ୍ପର୍କିତ ତଥ୍ୟ ଆଗୁଆ ଦେଇଛନ୍ତି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ କୋଭିଡ ଟିକା କେନ୍ଦ୍ର ପ୍ରସ୍ତୁତ କରିବା ଏବଂ ଏହାର ପ୍ରଶାସନିକ ପରିଚାଳନା ପାଇଁ ଯୋଜନା କରି ଏହାର ପ୍ରଚାର କରିବା ପାଇଁ ପରାମର୍ଶ ଦେଇଛନ୍ତି। ଟିକାଦାନ କେନ୍ଦ୍ରଗୁଡିକ ଭିଡ ନ ହେବା ପାଇଁ ଟିକାଦାନ ବ୍ୟବସ୍ଥା ନିର୍ଘଣ୍ଟ ପ୍ରସ୍ତୁତ କରି ଜନସାଧାରଣଙ୍କୁ ଜଣାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଚଳିତ ମେ’ ମାସ ପହିଲାଠାରୁ ଜାତୀୟସ୍ତରରେ କୋଭିଡ-୧୯ ଟିକାକରଣ ଏବଂ ଏହାର ସୁଲଭ ମୂଲ୍ୟ ସମ୍ପର୍କିତ ନୀତି ନିର୍ଦ୍ଧାରଣ କରାଯାଇଛି। ଏହି ନୀତି ଅନୁଯାୟୀ ସମସ୍ତ କେନ୍ଦ୍ରୀୟ ଔଷଧ ଲାବରେଟରୀ ପ୍ରସ୍ତୁତ କରିଥିବା ଟିକାର ୫୦ଶତାଂଶ କେନ୍ଦ୍ର ସରକାର ଅଧିଗ୍ରହଣ କରିବେ। ଏହାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପୂର୍ବଭଳି ବିନା ମୂଲ୍ୟରେ ଦେବେ। ଏଥି ସହିତ ଅନ୍ୟ ୫୦ଶତାଂଶକୁ ରାଜ୍ୟ ସରକାର ଓ ଘରୋଇ ଡାକ୍ତରଖାନାଗୁଡିକର କିଣିବା ପାଇଁ ରଖାଯିବ। ଏ ସମ୍ପର୍କିତ ଆଗୁଆ ସୂଚନା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୧୫ଦିନ ବ୍ୟବଧାନରେ ମାସକୁ ଦୁଇଥର ଦିଆଯିବ। ରାଜ୍ୟ ଓ ବିଭିନ୍ନ ଜିଲ୍ଲାର କୋଭିଡ-୧୯ ପରିଚାଳନାରେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଗତକାଲି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛନ୍ତି।

ମେ’ ମାସ ଶେଷ ପର‌୍ୟ୍ୟନ୍ତ ଏବଂ ଜୁନ ୧୫ତାରିଖ ପର‌୍ୟ୍ୟନ୍ତ କୋଭିସିଲ୍ଡ ଓ କୋଭାକ୍ସିନ୍ର ନିଶୁଳ୍କ ଯୋଗାଣ ସମ୍ପର୍କୀତ ସୂଚନା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପଠାଇ ଦେଇଛି। ଆହୁରିମଧ୍ୟ ମେ’ ଏବଂ ଜୁନ ମାସ ନିମନ୍ତେ କିଣିବା ପାଇଁ ଟିକା ସମ୍ପର୍କୀତ ତଥ୍ୟ ମଧ୍ୟ ଜଣାଇ ଦିଆଯାଇଛି। ଏହାଦ୍ୱାରା ଟିକାଦାନ ପ୍ରକ୍ରିୟାକୁ ପ୍ରଭାବଶାଳୀ ଓ ନିୟନ୍ତ୍ରିତ କରାଯାଇପାରିବ।

ମେ’ ପହିଲଠାରୁ ଜୁନ ଶେଷ ପର‌୍ୟ୍ୟନ୍ତ ଅବଧି ପାଇଁ ୪କୋଟି ୮୭ଲକ୍ଷ ୫୫ହଜାର ଡୋଜ ଟିକା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସିଧାସଳଖ ଯୋଗାଇବା ପାଇଁ ଟିକା ପ୍ରସ୍ତୁତକାରୀମାନେ ଜଣାଇଦେଇଛନ୍ତି। ଟିକାର ଯଥାଯଥ ଉପଯୋଗ ପାଇଁ ମଧ୍ୟ କେତେକ ନିର୍ଦ୍ଦେଶାବଳୀ ଦିଆଯାଇଛି। ଏଥିରେ ଜିଲ୍ଲାସ୍ତରରେ କୋଭିଡ ଟିକାକେନ୍ଦ୍ର ପ୍ରସ୍ତୁତି ଏବଂ ଟିକାଦାନ ସମ୍ପର୍କୀତ ନୀତି ନିର୍ଦ୍ଧାରଣ କରିବାକୁ କୁହାଯାଇଛି।

ଏ ସମ୍ପର୍କୀତ ତଥ୍ୟକୁ ବିଭିନ୍ନ ଗଣମାଧ୍ୟମକୁ ଜଣାଇବା, କୋୱିନ ଡିଜିଟାଲ ପ୍ଲାଟଫର୍ମରେ ଏବଂ ସରକାରୀ ଟିକାଦାନ କେନ୍ଦ୍ରର ତଥ୍ୟ ସହ ଟିକାଦାନ ନିର୍ଘଣ୍ଟକୁ ସ୍ଥାନିତ କରିବା, ଟିକାଦାନ କ୍ଷେତ୍ରରେ ଗହଳି ନ ହେବା ଭଳି ପଦକ୍ଷେପ ନେବା, ଟିକା ନେବା ପାଇଁ ବୁକିଂ କରିବା କ୍ଷେତ୍ରରେ ରହିଥିବା ଅସୁବିଧାଗୁଡିକୁ ଦୂର କରିବା ଆଦି ପାଇଁ ମଧ୍ୟ ନିର୍ଦ୍ଦେଶାବଳୀରେ କୁହାଯାଇଛି।

କୋଭିଡ-୧୯ ସଂକ୍ରମଣ କ୍ଷେତ୍ରରେ ସମ୍ବେଦନଶୀଳ ଗୋଷ୍ଠୀଙ୍କ ଟିକାକରଣ ନେଇ ନିୟମିତଭାବେ କେନ୍ଦ୍ର ସରକାର ଉଚ୍ଚସ୍ତରରେ ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି।

କେନ୍ଦ୍ର ସରକାର କୋଭିଡ଼ ଟିକା
Share. Facebook Twitter LinkedIn Email WhatsApp Copy Link

Related Posts

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026

ସ୍କୁଲ ବହିରେ ତ୍ରୁଟି: ନିଲମ୍ବିତ ହେଲେ ପୂର୍ବତନ ନିର୍ଦ୍ଦେଶକଙ୍କ ସହ ତିନି ଅଫିସର, ୬ ଜଣଙ୍କ ବିରୋଧରେ..

June 26, 2026

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ସହ ସକାରାତ୍ମକ ଆଲୋଚନା

June 26, 2026
Latest News

ବଜ୍ରପାତରେ ଆହତ ହେବା ପରେ ବି ୧୦୦% ଡିଜିଟାଇଜେସନ କାମ ଶେଷ କଲେ ବିଏଲ୍ଓ ପ୍ରମିଳା ଓଝା

June 27, 2026

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.