Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାତ୍ୟା ‘ୟାସ୍‌’ ମୁକାବିଲା କରିବା ପାଇଁ ସଶସ୍ତ୍ର ସେନାଙ୍କୁ ରଖାଗଲା ସଜାଗ
ଜାତୀୟ ଖବର

ବାତ୍ୟା ‘ୟାସ୍‌’ ମୁକାବିଲା କରିବା ପାଇଁ ସଶସ୍ତ୍ର ସେନାଙ୍କୁ ରଖାଗଲା ସଜାଗ

May 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାତ୍ୟା ‘ୟାସ୍‌’ ମୁକାବିଲା କରିବା ପାଇଁ ସଶସ୍ତ୍ର ସେନାଙ୍କୁ ରଖାଗଲା ସଜାଗ

ଭୁବନେଶ୍ବର, ଆସନ୍ତା ୨୬ତାରିଖ ଦିନ ପୂର୍ବ ଉପକୂଳରେ ମାଡ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’ ପ୍ରଭାବର ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ପ୍ରସ୍ତୁତି ଆରମ୍ଭ କରିଦେଇଛି । ଭାରତୀୟ ବାୟୁସେନା ଦ୍ୱାରା ୯୫୦ଜଣ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ବା ଏନଡିଆରଏଫ ଯବାନ ଓ ୭୦ଟନ୍ ଓଜନର ସାମଗ୍ରୀ ସହ ଜାମନଗର, ବାରଣାସୀ, ପାଟନା ଓ ଆରାକୋନ୍ନମରୁ କୋଲକାତା, ଭୁବନେଶ୍ୱର ଓ ପୋର୍ଟ ବ୍ଲେୟାରରେ ୧୫ଟି ପରିବହନ ଏୟାରକ୍ରାଫ୍ଟ ଦ୍ୱାରା ଆଜି ସୁଦ୍ଧା ପହଂଚାଯାଇଛି ।

୧୬ଟି ପରିବହନ ଏୟାରକ୍ରାଫ୍ଟ ଓ ୨୦ଟି ହେଲିକପ୍ଟର ତତ୍କାଳ ମୁତୟନ ପାଇଁ ସଜାଗ ରହିଛନ୍ତି । ପଶ୍ଚିମାଞ୍ଚଳରେ ମାନବିକ ସହାୟତା ଓ ବିପର‌୍ୟ୍ୟୟ ପ୍ରଶମନ କାର‌୍ୟ୍ୟରୋ ନିୟୋଜିତ ଭାରତୀୟ ନୌସେନାର ଦଶଟି ଏଚଏଡିଆର ଦଳକୁ ଭୁବନେଶ୍ୱର ଓ କୋଲକାତା ପଠାଇଥିବାବେଳେ ୫ଟି ମାନବିକ ସହାୟତା ଓ ବିପର‌୍ୟ୍ୟୟ ପ୍ରଶମନ (ଏଚଏଡିଆର)ଦଳ ପୋର୍ଟବ୍ଲେୟାରରେ ପ୍ରସ୍ତୁତ ଅଛନ୍ତି ।

ପୂର୍ବ ନୌକମାଣ୍ଡ, ଆଣ୍ଡାମାନ ଓ ନିକୋବର କମାଣ୍ଡର ଆଠଟି ଜାହାଜ ସମ୍ଭାବ୍ୟ କ୍ଷତିଗ୍ରସ୍ତ ଲୋକଙ୍କ ସାହାଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି । ଚାରିଟି ବୁଡାଳୀ ଓ ଦଶଟି ବନ୍ୟା ସହାୟତାକାରୀ ଦଳ କୋଲକାତା, ଭୁବନେଶ୍ୱର ଓ ଚିଲିକାରେ ଡେରା ପକାଇଛନ୍ତି । ପ୍ରଶାସନରୁ ସୂଚନା ପାଇବାମାତ୍ରେ ସେମାନେ ସହାୟତା କାର‌୍ୟ୍ୟରେ ଲାଗିଯାଇପାରିବେ ।

ଯେକୌଣସି ବିପତ୍ତିର ମୁକାବିଲା ନିମନ୍ତେ ସାତୋଟି ବନ୍ୟା ରିଲିଫ ଦଳ ଓ ଦୁଇଟି ବୁଡାଳୀ ଦଳ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ମୁତୟନ ଅଛନ୍ତି । ଆବଶ୍ୟକସ୍ଥଳେ ଉଦ୍ଧାର ଓ ଖୋଜ ପାଇଁ ବିଶାଖାପାଟନମ୍ ଓ ପୋର୍ଟବ୍ଲେୟାର ଠାରେ ନୌସେନା ଏୟାରକ୍ରାଫ୍ଟ ଓ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ଅଛନ୍ତି।

ବେସାମରିକ ପ୍ରଶାସନର ବରାଦ କ୍ରମେ ଭାରତୀୟ ସଶସ୍ତ୍ର ସେନାର ଆଠଟି ଉଦ୍ଧାରକାରୀ ଦଳ ଓ ତିନିଟି ଇଞ୍ଜିନିୟର ଟାସ୍କଫୋର୍ସ ସାହାଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି । ସଶସ୍ତ୍ର ସେନା ସମ୍ଭାବ୍ୟ କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟଗୁଡିକର ବେସାମରିକ ପ୍ରଶାସନିକ କଳ ସହ ଯୋଗାଯୋଗରେ ଅଛନ୍ତି ।

କୋଭିଡ-୧୯ ହସ୍‌ପିଟାଲଗୁଡିକୁ ଔଷଧପତ୍ର ଓ ଅମ୍ଳଜାନ ବିନା ବାଧାରେ ପହଂଚାଇବା ପାଇଁ ସଡକ ଓ ରେଳ ଯୋଗାଯୋଗ ନେଇ ମଧ୍ୟ ସଶସ୍ତ୍ର ସେନା ବେଶ୍ ଅବଗତ ଅଛନ୍ତି । ସେ ଦୃଷ୍ଟିରୁ ସଶସ୍ତ୍ର ସେନା ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ପ୍ରତିହତ କରିବା ସହ ଧନଜୀବନ ରକ୍ଷା ଓ ନାଗରିକମାନଙ୍କ ମନରେ ସାହାସ ସଂଚାର ପାଇଁ ପ୍ରସ୍ତୁତ ହୋଇରହିଛି ।

Cyclone Yaas ndrf odraf ODRAF TEAM
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍କନ ରଥଯାତ୍ରାକୁ ନେଇ ମୁହଁ ଖୋଲିଲେ ଗଜପତି ମହାରାଜ: ଜାଣନ୍ତୁ କ’ଣ କହିଲେ?

July 13, 2026

ସର୍ବକ୍ଷମା ଯୋଜନା ପାଇଁ ଆବେଦନ ଆହ୍ୱାନ କଲା ଇପିଏଫଓ

July 13, 2026

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: କାର୍ ସହ ଗଞ୍ଜେଇ ଜବତ, ଜଣେ ଗିରଫ

July 13, 2026

ଚ଼ିଲିକା ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ: ବିଜେପି ରେ ସାମିଲ ହେଲେ ବିଜେଡ଼ି କର୍ମୀ

July 13, 2026
Latest News

ଇସ୍କନ ରଥଯାତ୍ରାକୁ ନେଇ ମୁହଁ ଖୋଲିଲେ ଗଜପତି ମହାରାଜ: ଜାଣନ୍ତୁ କ’ଣ କହିଲେ?

July 13, 2026

ସର୍ବକ୍ଷମା ଯୋଜନା ପାଇଁ ଆବେଦନ ଆହ୍ୱାନ କଲା ଇପିଏଫଓ

July 13, 2026

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: କାର୍ ସହ ଗଞ୍ଜେଇ ଜବତ, ଜଣେ ଗିରଫ

July 13, 2026

ଚ଼ିଲିକା ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ: ବିଜେପି ରେ ସାମିଲ ହେଲେ ବିଜେଡ଼ି କର୍ମୀ

July 13, 2026

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.