Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡ଼ିର ଇସ୍ତାହାର ‘ନବୀନ ଓଡ଼ିଶାର ପରିଚୟ’ ଉନ୍ମୋଚିତ : ମହିଳା, ଯୁବ, ଚାଷୀଙ୍କ ଉପରେ ଗୁରୁତ୍ବ
ବିଶେଷ ଖବର

ବିଜେଡ଼ିର ଇସ୍ତାହାର ‘ନବୀନ ଓଡ଼ିଶାର ପରିଚୟ’ ଉନ୍ମୋଚିତ : ମହିଳା, ଯୁବ, ଚାଷୀଙ୍କ ଉପରେ ଗୁରୁତ୍ବ

April 9, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବିଜେଡ଼ି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡ଼ିର ନିର୍ବାଚନ ଇସ୍ତାହାର ୨୦୧୯କୁ ଉନ୍ମୋଚିତ କରିଛନ୍ତି। ଏହି ଇସ୍ତାହାରର ଶୀର୍ଷକ ରହିଛି ‘ନବୀନ ଓଡ଼ିଶାର ପରିଚୟ’। ୧୯ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡ଼ି ସରକାର ଏଥର ଇସ୍ତାହାରରେ ସବୁ ବର୍ଗଙ୍କୁ ସାମିଲ୍‌ କରିଛି। ବିଶେଷକରି ନାରୀ, ଯୁବ ଓ ଚାଷୀଙ୍କ ପ୍ରତି ବିଶେଷ ଅଗ୍ରାଧିକାର ଦିଆଯାଇଛି।  ତେବେ ଚଳିତ ନିର୍ବାଚନ ପାଇଁ ବିଜେଡ଼ିର ଇସ୍ତାହାରର ଥିମ୍‌ ରହିଛି ‘ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା’। ଘର ଘର ବୁଲି ମତ ସଂଗ୍ରହ କରାଯିବା ପରେ ଇସ୍ତାହାର ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଅମର ପଟ୍ଟନାୟକ।

ମହିଳାଙ୍କୁ ସମ୍ମାନ ତଥା ସଶକ୍ତ କରିବାପାଇଁ ଚଳିତ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି। ଇସ୍ତାହାରରେ ମଧ୍ୟ ମହିଳାଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରାଯାଇଛି। ମହିଳାଙ୍କ ପାଇଁ ୫ ହଜାର କୋଟିର ସରକାରୀ କାମ ଦିଆଯିବାକୁ ଘୋଷଣା କରାଯାଇଥିବାବେଳେ ମାଗଣା ନାରୀ ଶିକ୍ଷା ଯୋଜନାରେ କେଜିଠାରୁ ଇଞ୍ଜିନିୟର ପର୍ଯ୍ୟନ୍ତ ମାଗଣା ଶିକ୍ଷା ଓ ଗରିବ ଝିଅମାନଙ୍କ ବାହାଘର ପାଇଁ ୨୫,୦୦୦ଟଙ୍କାର ସହାୟତା ରାଶି ଦିଆଯିବ, ଏସ.ଏଚ.ଜି ଗ୍ରୁପର ମହିଳାଙ୍କୁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ବୋଲି ଇସ୍ତାହାରରେ ଉଲ୍ଲେଖ ରହିଛି।

ସେହିପରି କୃଷକଙ୍କ ପାଇଁ କାଳିଆ ଯୋଜନାକୁ ତ୍ବରାନ୍ବିତ ତଥା କାଳିଆ କମିଶନ ଗଠନ ହେବ ବୋଲି ସୂଚନା ରହିଛି। ସରକାର ଗଠନର ପ୍ରଥମ ଦିନରେ ହିଁ ବାକିଥିବା ୨୫ ଲକ୍ଷ ଚାଷୀଙ୍କୁ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ଦିଆଯିବ, ଭୂମିହୀନଙ୍କୁ ବାର୍ଷିକ ୧୨,୦୦୦ଟଙ୍କା ଓ ଚାଷୀଙ୍କୁ ବାର୍ଷିକ ୧୦,୦୦୦ଟଙ୍କା ଦିଆଯିବ, ଜଳସେଚନ ପାଇଁ ୫୦ହଜାର କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି। ସେହିପରି ଯୁବକମାନଙ୍କ ପାଇଁ ଶୂନ ପ୍ରତିଶତ ସୁଧରେ ମାଗଣା ଶିକ୍ଷା ଋଣ, ସ୍ଥାନୀୟ ଯୁବକଙ୍କ ପାଇଁ ରହିବ ୭୫ ପ୍ରତିଶତ ସଂରକ୍ଷଣ , ମେକ୍‌ଇନ୍‌ ଓଡ଼ିଶା ମାଧ୍ୟମରେ ୩୦ ଲକ୍ଷ ନିଯୁକ୍ତି, ବିଶ୍ବବିଦ୍ୟାଳୟ ତଥା କଲେଜରେ ମାଗଣା ଓ୍ବାଇଫାଇ, ଛାତ୍ରଛାତ୍ରୀଙ୍କୁ ୧ ଜିବି ଇଣ୍ଟରନେଟ୍‌ ମାଗଣା ଦିଆଯିବ ବୋଲି କୁହାଯାଇଛି। ସେହିପରି ବିଜୁ ସ୍ବାସ୍ଥ୍ୟ ଯୋଜନାରେ ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି, ଆଞ୍ଚଳିକ ବୈଷ୍ୟମତା ଦୂର କରିବା ପାଇଁ ଉନ୍ନୟନ ପରିଷଦ ଗଠନ ଓ  ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ପାଇଁ ଦାବି ଆଦି ଉପରେ ଗୁରୁତ୍ବ ଦିଆଯାଇଛି। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତାରେ ଯିଏ ପ୍ରଦାନ କରିବ, ତାକୁ ବିଜେଡ଼ି ସମର୍ଥନ କରିବ ବୋଲି ଏହି ଇସ୍ତାହାରରେ ଉଲ୍ଲେଖ ରହିଛି । ଏହି ଅବସରରେ ନବୀନ ବିଜେପିକୁ କଡା ସମାଲୋଚନା କରିବା ସହିତ  ବିଜେଡ଼ି ଯାହା ପ୍ରତିଶୃତି ଦେଇଆସିଛୁ ତାହାକୁ ପୂରଣ କରିଛି ବୋଲି କହିଛନ୍ତି। ଏହି ଇସ୍ତାହାରରେ ମହିଳା ସଶକ୍ତିକରଣ, ଯୁବ ସଶକ୍ତିକରଣ, ଚାଷୀ ସଶକ୍ତିକରଣକୁ ଅଧିକ ଗୁରୁତ୍ୱ ଦେଇଛି। ଇସ୍ତାହାର ଉନ୍ମୋଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପସନ୍ନ ପାଟ୍ଟଶାଣୀ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

BJD manifesto release thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Latest News

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.