Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଗେ ପଞ୍ଚାୟତ ନିର୍ବାଚନ, ପରେ ପୌର ନିର୍ବାଚନ କରିବାକୁ ସରକାରୀ ସ୍ତରରେ ଚାଲିଛି ପ୍ରସ୍ତୁତି
ବିଶେଷ ଖବର

ଆଗେ ପଞ୍ଚାୟତ ନିର୍ବାଚନ, ପରେ ପୌର ନିର୍ବାଚନ କରିବାକୁ ସରକାରୀ ସ୍ତରରେ ଚାଲିଛି ପ୍ରସ୍ତୁତି

July 3, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଗେ ପଞ୍ଚାୟତ ନିର୍ବାଚନ, ପରେ ପୌର ନିର୍ବାଚନ କରିବାକୁ ସରକାରୀ ସ୍ତରରେ ଚାଲିଛି ପ୍ରସ୍ତୁତି

ଭୁବନେଶ୍ବର, ନିର୍ବାଚନ ଅବଧୀ ଅନୁସାରେ ପ୍ରଥମେ ପୌର ନିର୍ବାଚନ ହେବା କଥା। କାରଣ ଏହାର ଅବଧୀ ବହୁ ଆଗରୁ ସରିଗଲାଣି। ପଞ୍ଚାୟତ ନିର୍ବାଚନର ଅବଧୀ ଆସନ୍ତା 2022ରେ ଶେଷ ହେବ। ସେଥିପାଇଁ ଏହି ଦୁଇ ତ୍ରୁଣମୂଳ ସଂସ୍ଥାର ନିର୍ବାଚନ ଏହି 2021ରେ ହେବା କଥା। ହେଲେ ସରକାରୀ ସ୍ତରରେ ପ୍ରଥମେ ପଞ୍ଚାୟତ ନିର୍ବାଚନ କରିବା ପାଇଁ କୁଆଡେ ପ୍ରସ୍ତୁତି ଚାଲିଥିବା ଜଣାପଡିଛି।

ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ରାଜ୍ୟରେ ପୌର ନିର୍ବାଚନ ପାଇଁ ବାଟ ଖୋଲି ଯାଇଛି। କାରଣ ସ୍ଥାନ ସଂରକ୍ଷଣ ନେଇ କୋର୍ଟରେ ଯେଉଁ ମାମଲା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି। କୋର୍ଟର ନିର୍ଦ୍ଦେଶ ଅନୁସାରେ ଆସନ ସଂରକ୍ଷଣ 50 ପ୍ରତିଶତରୁ ଅଧିକ ହେବ ନାହିଁ। ସେଥିପାଇଁ ରାଜ୍ୟ ସରକାର ବିଧାନସଭାରେ ଏହାକୁ ପାଶ କରି ନିର୍ବାଚନ ପାଇଁ ସୁପାରିଶ କରିବା କଥା।

ହେଲେ ଜଣେ ସରକାରୀ କର୍ମଚାରୀଙ୍କ କହିବା ଅନୁସାରେ ରାଜ୍ୟ ସରକାର ପ୍ରଥମେ ପଞ୍ଚାୟତ ନିର୍ବାଚନ କରିବେ। ସେଥିପାଇଁ ପୌର ନିର୍ବାଚନକୁ ଜାଣିଏହାର କାରଣରେ କୁହାଯାଇଛି ଯେ, ସରକାରୀ ଦଳ ବିଜେଡିର ବର୍ତ୍ତମାନ ଗ୍ରାମାଞ୍ଚଳରେ ସ୍ଥିତି ବେଶ ମଜବୁତ ରହିଛି। ଗତ ନିର୍ବାଚନରେ ବିଜେଡି ଗ୍ରାମାଞ୍ଚଳ ଭୋଟ ଅଧିକ ହାତେଇଛି।

ସେହିପରି ପୌରାଞ୍ଚଳକୁ ଦେଖିଲେ ବିଜେଡି ଅନ୍ୟଦଳଠାରୁ ଅଧିକ ଭୋଟ ହାତେଇଥିଲେ ମଧ୍ୟ ସେଥିରେ ଦଳ ସନ୍ତୁଷ୍ଠ ନାହିଁ। ସେଥିପାଇଁ ଯଦି ପୌର ନିର୍ବାଚନ ଆଗେ କରାଯାଏ ଏବଂ ଦଳର ପ୍ରଦର୍ଶନ ଅଶାନୁମୋଦିତ ହେବା ନାହିଁ । ଏହାପରେ ପଞ୍ଚାୟତ ନିର୍ବାଚନରେ ଦଳ ପଛରେ ପଡିଯିବ। ଗ୍ରାମାଞ୍ଚଳ ଭୋଟ ବିଜେଡି ପାଇଁ ନିଶ୍ଚିତ ଥିବାରୁ ସେହି ହାୱା ପୌର ନିର୍ବାଚନରେ ପଡିବ ବୋଲି ଚିନ୍ତା କରି ଆଗ ପଞ୍ଚାୟତ ନିର୍ବାଚନକୁ ଦଳ ଯିବ ବୋଲି କୁହାଯାଉଛି।

ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନ 2024 ସାଧାରଣ ନିର୍ବାଚନର ସେମିଫାଇନାଲ ବୋଲି କୁହାଯାଉଛି। ସେସବୁକୁ ଦୃଷ୍ଟିରେ ରଖି ବିଜେଡି ହାତେ ମାପି ଚାଖଣ୍ଡେ ଚାଲୁଛି। ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ବିଜେଡି ସର୍ବଶକ୍ତିମାନ ଦଳ ଭାବେ ରାଜ୍ୟରେ ରହିଛି। ତଥାପି କେଉଁଠି ନା କେଉଁଠି ଦଳ ଆଶଙ୍କା ଭିତରେ ରହିଥିବାର ଅନୁମାନ କରାଯାଉଛି।

ପଞ୍ଚାୟତ ନିର୍ବାଚନ ପୌର ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026
Latest News

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.