Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»RathJatra»ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ସିଂହଦ୍ବାରରେ ତିନି ରଥ, ଆଜି ରାତିରୁ ବଳବତ୍ତର ହେବ କର୍ଫ୍ୟୁ
RathJatra

ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ସିଂହଦ୍ବାରରେ ତିନି ରଥ, ଆଜି ରାତିରୁ ବଳବତ୍ତର ହେବ କର୍ଫ୍ୟୁ

July 11, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ, ଆସନ୍ତାକାଲି ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତିନି ରଥ ସିଂହଦ୍ବାରରେ ଲାଗିଛି। ଆଜି ଆଜ୍ଞାମାଳ ଆସିବା ପରେ ପ୍ରଥମେ ନନ୍ଦିଘୋଷ, ଦେବଦଳନ ଏବଂ ତାଳଧ୍ବଜ ରଥକୁ ସିଂହଦ୍ବାର ନିକଟକୁ ନିଆଯାଇ ଗୁଣ୍ଡିଚା ମନ୍ଦିର ମୁହାଁ ରଖାଯାଇଛି। ଆସନ୍ତାକାଲି ମହାପ୍ରଭୃ ଏହି ରଥରେ ବିଜେ କରି ଗୁଣ୍ଡିଚା ମନ୍ଦିର ଯିବେ।

ପଂରପରା ଅନୁସାରେ ରଥଯାତ୍ରା ପୂର୍ବଦିନ ରଥ ନିର୍ମାଣର ସମସ୍ତ କାର୍ଯ୍ୟ ଶେଷ ହୋଇଥାଏ। ରଥଖଳାରେ ଏହା ନିର୍ମାଣ ହେଉଥିବାରୁ ସିଂହଦ୍ବାରଠାରୁ ଏହା ଅଳ୍ପ ଦୂରରେ ରୁହେ। ହେଲେ ରଥଯାତ୍ରା ପାଇଁ ତା ପୂର୍ବଦିନ ରଥକୁ ଦକ୍ଷଣିମୋଡ କରାଯାଇ ସିଂହଦ୍ବାର ନିକଟକୁ ନିଆଯାଇଥାଏ। ଫଳରେ ଠାକୁର ଶ୍ରୀମନ୍ଦିରରୁ ବାହାରି ସିଧା ରଥରେ ବସିପାରିବେ।

ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ମନ୍ଦିର ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆଜି ରାତିରୁ ପୁରୀ ସହରରେ କର୍ଫୁ ଲାଗିବ ଯାହା ମଙ୍ଗଳବାର ସଂଧ୍ୟା ପର୍ଯ୍ୟନ୍ତ ରହିବ। ବିନା ଭକ୍ତରେ କିପରି ଶାନ୍ତି ଶୃଙ୍ଖଳାରେ ପ୍ରଭୃଙ୍କ ନିତି ହେବ ସେ ନେଇ ମନ୍ଦିର ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଛି।

ମନ୍ଦିର ପ୍ରଶାସନ ଅନୁସାରେ ସୋମବାର ସକାଳ ୮ଟା ୩୦ ମିନିଟରେ ପହଣ୍ଡି ବିଜେ ହେବ। ତିନିଠାକୁରଙ୍କ ଏହି ପହଣ୍ଡି ବିଜେ ଦିନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ। ସେହିପରି ଛେରା ପହଁରା ମଧ୍ୟାହ୍ନ ୧୨ ଟା ୪୫ ରୁ ୨ଟା ପଯ୍ୟନ୍ତ ଚାଲିବ। ରଥଟଣା ଅପରାହ୍ନ ୩ଟା ବେଳ ଆରମ୍ଭ ହେବ।

କରୋନା ପାଇଁ ଗଜପତି ଦିବ୍ୟସିଂହ ଚଳିତ ସ୍ନାନ ପୂର୍ଣ୍ଣିମାରେ ଛେରା ପହଁରା କରି ନ ଥିଲେ। ହେଲେ ସେ ରଥଯାତ୍ରା ଏବଂ ବାହୁଡା ଯାତ୍ରାରେ ଛେରା ପହଁରା କରିବେ ବୋଲି ରାଜନଅର ତରଫରୁ କୁହାଯାଇଛି। ଗତ ବର୍ଷ ମଧ୍ୟ ସ୍ନାନ ପୂର୍ଣ୍ଣିମାରେ ଗଜପତି ଛେରା ପହଁରା କରି ନ ଥିଲେ।

Rath Jatra ରଥଯାତ୍ରା ସିଂହଦ୍ବାର
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀଙ୍କ ଆତ୍ମହତ୍ୟା

September 23, 2026

ଭୁବନେଶ୍ୱର-କଟକ NHରେ ଦୁର୍ଘଟଣା, ଓଲଟିଲା କଦଳୀ ବୋଝେଇ ଟ୍ରକ୍

September 23, 2026

ଅବପାତର ରୂପ ନେଉଛି ଲଘୁଚାପ: ଆଜି ରାତିରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବ, ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହେବ ପ୍ରବଳ ବର୍ଷା

September 23, 2026

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ମାର୍କ ଉଡ୍

September 23, 2026
Latest News

ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀଙ୍କ ଆତ୍ମହତ୍ୟା

September 23, 2026

ଆପଣଙ୍କ ଫୋନ୍‌ରୁ ଲାପଟପ୍‌ ପର୍ଯ୍ୟନ୍ତ ସବୁଠି ରହିଛି IP Address; ଜାଣନ୍ତୁ କ’ଣ ଏହା, କିପରି କାମ କରେ ଓ କେତେ ସୁରକ୍ଷିତ

September 23, 2026

ମୁଣ୍ଡବିନ୍ଧା ହେଲେ ଖାଉଛନ୍ତି କି ପେନକିଲର୍‌? ଆଣ୍ଟିବାୟୋଟିକ୍‌ ନେବା ପୂର୍ବରୁ ଜାଣନ୍ତୁ ଏହି କଥା

September 23, 2026

Smartphone Screen Guard: ଏଣିକି ମନଇଚ୍ଛା ବିକ୍ରି ହେବନି ଟେମ୍ପର୍ଡ ଗ୍ଲାସ୍, ୨୦୨୭ରୁ ଲାଗୁ ହେବ ନୂଆ ନିୟମ

September 23, 2026

ଭୁବନେଶ୍ୱର-କଟକ NHରେ ଦୁର୍ଘଟଣା, ଓଲଟିଲା କଦଳୀ ବୋଝେଇ ଟ୍ରକ୍

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.