Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେନ୍ଦ୍ର ପରେ ରାଜ୍ୟର ଅଯୋଗ୍ୟ ମନ୍ତ୍ରୀଙ୍କ ତାଲିକା ପ୍ରସ୍ତୁତ କଲେ ନବୀନ, ବିପଦରେ ସାତ ମନ୍ତ୍ରୀ
ବିଶେଷ ଖବର

କେନ୍ଦ୍ର ପରେ ରାଜ୍ୟର ଅଯୋଗ୍ୟ ମନ୍ତ୍ରୀଙ୍କ ତାଲିକା ପ୍ରସ୍ତୁତ କଲେ ନବୀନ, ବିପଦରେ ସାତ ମନ୍ତ୍ରୀ

July 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, କେନ୍ଦ୍ର ସରକାର ଗତ ସାତ ତାରିଖରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ସହିତ ସଂପ୍ରସାର ମଧ୍ୟ କରିଛନ୍ତି। ଏଥିରେ ଯେଉଁମାନେ ଦକ୍ଷତା ପ୍ରତିପାଦନ କରାଇ ନାହିଁନ୍ତି ସେମାନଙ୍କୁ ମନ୍ତ୍ରୀ ମଣ୍ଡଳରୁ ଛୁଟି ପ୍ରଦାନ କରିଦେଇଛନ୍ତି। ସେଥିରେ ଓଡିଶାର ସାଂସଦ ପ୍ରତାପ ଷଡଙ୍ଗୀ ହେଉଛନ୍ତି ଜଣେ। ଏଥିରେ ମୋଦି ଯୁବ ନେତୃତ୍ୟକୁ ପ୍ରାଧାନ୍ୟ ଦେଇଛନ୍ତି।

ସେହି ଆଧାରରେ ବର୍ତ୍ତମାନ ଓଡିଶାର ମନ୍ତ୍ରୀମଣ୍ଡଳର ରୂପରେଖ ମଧ୍ୟ ପରିବର୍ତ୍ତନ ହେବ। ଏଥର ଯେଉଁମାନେ ଅଯୋଗ୍ୟ ମନ୍ତ୍ରୀ ସେମାନଙ୍କୁ ମନ୍ତ୍ରମଣ୍ଡଳରୁ ଛୁଟି ଦିଆଯିବ। ତେବେ ଏହି ଆଯୋଗ୍ୟ ମନ୍ତ୍ରୀମାନେ କିଏ ସେ ନେଇ ତାଲିକା ପ୍ରସ୍ତୁତ କରୁଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ କିଛିମାସ ତଳେ ନବୀନ ମନ୍ତ୍ରୀମାନଙ୍କର ପରୀକ୍ଷା ନେଇଥିଲେ। ସେହି ଆଧାରରେ କିଏ ପାଶ୍ , କିଏ ଫେଲ ହେବ ମାର୍କିଂ କରାଯାଉଛି।

ଦଳର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ ବର୍ତ୍ତମାନ ନବୀନ କେତେ ଜଣ ଅଯୋଗ୍ୟ ତାଲିକା କରିଛନ୍ତି ତାହା କହିବା ମୁସ୍କୁଲି। ହେଲେ ବର୍ତ୍ତମାନ ସାତ ଜଣ ମନ୍ତ୍ରୀଙ୍କ ସଂପର୍କରେ ବାରମ୍ବାର ତଦାରଖ କରାଯାଉଛି। କାରଣ ସେମାନଙ୍କର ପ୍ରଦର୍ଶନ ଭଲ ନାହିଁ। ଏହି ମନ୍ତ୍ରୀମାନେ ହେଲେ ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପ୍ରଫୁଲ୍ଲ କୁମାର ମଲ୍ଲିକ, ଜଗନ୍ନାଥ ସାରକା, ସୁଦାମ ମାରାଣ୍ଡି, ଜ୍ୟୋତି ପାଣିଗ୍ରାହୀଙ୍କ ପ୍ରତି ସବୁଠାରୁ ବେଶୀ ବିପଦ ରହିଛି।

ଏମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ମନ୍ତ୍ରୀ କରାଯାଇଥିଲା। ହେଲେ ପରବର୍ତ୍ତି ସମୟରେ ଏହି ପଦର ଗୁରୁତ୍ବ କଣ ତାହା ଏମାନେ ଉପଲବଧି କରିପାରୁ ନାହାଁନ୍ତି। ଫଳରେ ଏମାନେ ମନ୍ତ୍ରୀ ମଣ୍ଡଳରୁ ବିଦା ହେବା ସମ୍ଭାବନା ଅଧିକ ଅଛି ବୋଲି କୁହାଯାଇଛି। ତେବେ ନୂଆ ମନ୍ତ୍ରୀ ମଣ୍ଡଳରେ ଏମାନଙ୍କ ବଦଳରେ ଉଭୟ ଯୁବ ଓ ବରିଷ୍ଠ ବିଧାୟକଙ୍କୁ ମନ୍ତ୍ରୀ ପଦ ଦିଆଯିବ ବୋଲି ଏହି ନେତା ଜଣଙ୍କ କହିଛନ୍ତି।

ତେବେ ତିନିଠାକୁର ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପକ୍ରିୟା କରାଯିବ ବୋଲି ଜଣାପଡିଛି।

ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଜନଗଣନା-୨୦୨୭: ବିଶ୍ୱର ସବୁଠୁ ବଡ଼ ଜନଗଣନା ଅଭିଯାନ ଆରମ୍ଭ

April 2, 2026

ସୋଆରେ ଉତ୍କଳ ଦିବସ ପାଳିତ

April 1, 2026

ଆଇସିଏଆର-ସିଫାର ୩୯ତମ ବାର୍ଷିକ ଦିବସ ପାଳିତ

April 1, 2026

ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

April 1, 2026
Latest News

ଜନଗଣନା-୨୦୨୭: ବିଶ୍ୱର ସବୁଠୁ ବଡ଼ ଜନଗଣନା ଅଭିଯାନ ଆରମ୍ଭ

April 2, 2026

ଆଜି ଏପ୍ରିଲ ୨ ତାରିଖ ଗୁରୁବାର ଦିନ କ’ଣ ରହିଛି ଆପଣଙ୍କ ରାଶିରେ, ପଢନ୍ତୁ ବିସ୍ତୃତ ରାଶିଫଳ

April 2, 2026

ସୋଆରେ ଉତ୍କଳ ଦିବସ ପାଳିତ

April 1, 2026

ଆଇସିଏଆର-ସିଫାର ୩୯ତମ ବାର୍ଷିକ ଦିବସ ପାଳିତ

April 1, 2026

ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ: ଓଡ଼ିଶା ସମେତ ୮ ରାଜ୍ୟକୁ ୧,୫୩୬ କୋଟି ମଞ୍ଜୁର

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.