Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»ଫୋକସରେ ଉତ୍ତରପ୍ରଦେଶ: ବାରଣାସୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
PIB_NEWS

ଫୋକସରେ ଉତ୍ତରପ୍ରଦେଶ: ବାରଣାସୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

July 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଫୋକସରେ ଉତ୍ତରପ୍ରଦେଶ: ବାରଣାସୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ବାରଣାସୀରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ସେ ଯେଉଁ କେତେକ ପ୍ରକଳ୍ପ ଓ ନିର୍ମାଣ କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି  ତାହା ମଧ୍ୟରେ ବି.ଏଚ.ୟୁରେ ଶହେ ଶଯ୍ୟା ବିଶିଷ୍ଟ ଏମ୍‌.ସି.ଏଚ. ଶାଖା, ଗୋଡୁଲିଆରେ ବହୁମୁଖୀ ଉଦ୍ୟାନ, ଗଙ୍ଗାନଦୀରେ ପର୍ଯ୍ୟଟନ ବିକାଶ ପାଇଁ ରୋ ରୋ ଭେଳା, ବାରଣାସୀ-ଗାଜିପୁର ରାଜପଥରେ ତିନିଥାକିଆ ଫ୍ଲାଏଓଭର ବ୍ରିଜ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହିସବୁ ପ୍ରକଳ୍ପ ବାବଦରେ ୭୪୪କୋଟି ଟଙ୍କା ଖର୍ଚ୍ଚ ହେବ ।

ଏହାଛଡା ମୋଦୀ ପ୍ରାୟ ୮୩୯କୋଟି ଟଙ୍କାର ଅନେକ ପ୍ରକଳ୍ପ ଓ ପୂର୍ତ୍ତ ବିଭାଗୀୟ କାର୍ଯ୍ୟର ଶିଳାନ୍ୟାସ ମଧ୍ୟ କରିଛନ୍ତି । ଏଥିରେ ସିପେଟ, ଜଳଜୀବନ ମିଶନ ଅଧୀନରେ ୧୪୩ଟି ପ୍ରକଳ୍ପ ଓ  କାରରିୟାଁନରେ ଆମ୍ବ ଓ ପନିପରିବା ସମନ୍ୱିତ ପ୍ୟାକ ହାଉସ ଅନ୍ତର୍ଭୁକ୍ତ ।

ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଗତ କିଛି ମାସର ଭୟଙ୍କର କରୋନା ସଂକ୍ରମଣ ଅବସ୍ଥାର ସ୍ମୃତିଚାରଣ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଜଟିଳ ପରିସ୍ଥିତିର ଦମ୍ଭର ସାମ୍ନା କରିଥିବାରୁ କାଶୀ ଓ ଉତ୍ତରପ୍ରଦେଶ ଜନସାଧାରଣଙ୍କ ଉଦ୍ୟମର ପ୍ରଶଂସା କରିଥିଲେ । କାଶୀର ପ୍ରଶାସନ ଓ ସମସ୍ତ କରୋନା ଯୋଦ୍ଧା ଯେପରି କାଶୀରେ ସମସ୍ତ ଆୟୋଜନ କରିଛନ୍ତି ତା’ର ପ୍ରଶଂସା କରିଥିଲେ ।  “ଏପରିକି ଅତ୍ୟନ୍ତ କଠିନ ପରିସ୍ଥିତିରେ କାଶୀ ଚୁପ ବସିଯାଇନାହିଁ କି କେବେ କ୍ଲାନ୍ତ ହୋଇନାହିଁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶରେ ଚିକିତ୍ସା ଭିତ୍ତିଭୂମିର ଦୃତ ଉନ୍ନତି ନେଇ ବର୍ଣ୍ଣନା କରିଥିଲେ । ଗତ ଚାରିବର୍ଷ ମଧ୍ୟରେ ମେଡିକାଲ କଲେଜ ସଂଖ୍ୟାରେ ଚାରିଗୁଣ ବୃଦ୍ଧି ଘଟିଛି । ରାଜ୍ୟରେ କେତେକ ମେଡିକାଲ କଲେଜ ନିର୍ମାଣ ଶେଷ ଅବସ୍ଥାରେ ପହଂଚିଛି ।  ଶ୍ରୀ ମୋଦି ରାଜ୍ୟରେ ସ୍ଥାପିତ ହୋଇଥିବା ୫୫୦ଟି ଅମ୍ଳଜାନ କାରଖାନାରୁ ଆଜି (15-07-2021) ରେ ହିଁ ୧୪ଟିର ଉଦ୍‌ଘାଟନ ହେଉଥିବା ବିଷୟ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ପ୍ରକଳ୍ପ ଯୋଗୁଁ ପ୍ରାଚୀନ କାଶୀ ମହାନଗରୀ ବିକାଶ ରାସ୍ତାରେ ଅଗ୍ରସର ହେଲେ ମଧ୍ୟ ଏହାର ବିଶେଷତ୍ୱ ବଜାୟ ରହିବ । ରାଜରାସ୍ତା, ଫ୍ଲାଇଓଭର, ରେଳ ଓଭରବ୍ରିଜ, ଭୂତଳ ୱେରିଂ, ଆବର୍ଜନା ନିଷ୍କାସନ, ପାନୀୟଜଳ ସୁବିଧା, ପର୍ଯ୍ୟଟନ ବିକାଶ ପ୍ରତି ସରକାର ବେଶ ଧ୍ୟାନ ଦେଉଛନ୍ତି । “ଏବେ ମଧ୍ୟ ୮ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନା ବାବଦ କାର୍ଯ୍ୟ ଚାଲିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସହରର ବିଭିନ୍ନ ସ୍ଥାନରେ ସ୍ଥାନିତ ବୃହତ୍ ଏଲଇଡି ସ୍କ୍ରିନ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନଯୁକ୍ତ ଘାଟରେ ଲଗାଯାଇଥିବା ସୂଚନା ଫଳକ କାଶୀର ପର୍ଯ୍ୟଟକଙ୍କ ନିମନ୍ତେ ସହାୟତା ହେବ । ଏଲଇଡି ସ୍କ୍ରିନ ଜରିଆରେ କାଶୀର ଇତିହାସ, କଳା, ସ୍ଥାପତ୍ୟ ଓ ଅନ୍ୟାନ୍ୟ ସୂଚନା ଭକ୍ତମାନଙ୍କ ନିମନ୍ତେ ବେଶ୍ ଉପକାରୀ ହେବ । ଘାଟରେ ଓ କାଶୀ ବିଶ୍ୱନାଥ ମନ୍ଦିରରେ ଆରତି ମହାନଗରର ବିଭିନ୍ନ ସ୍ଥାନରେ ଥିବା ଏଲଇଡି ସ୍କ୍ରିନରେ ଜନସାଧାରଣ ଦର୍ଶନ କରିବାର ଅନୁଭୂତି ପାଇବେ । ଉଦ୍‌ଘାଟିତ ହୋଇଥିବା  ରୋ ରୋ ସେବା ଓ ରୁଦ୍ରାକ୍ଷ କେନ୍ଦ୍ର ପର୍ଯ୍ୟଟକଙ୍କ ନିମନ୍ତେ ବେଶ୍ ଉପକାରୀ ହେବ ।

ପ୍ରଧାନମନ୍ତ୍ରୀ କାଶୀକୁ ଆଧୁନିକ ଯୁଗରେ ଶିକ୍ଷାର ଏକ କେନ୍ଦ୍ରଭାବେ ବିକଶିତ କରାଯାଉଥିବା ପ୍ରକାଶ କରିଛନ୍ତି । ଆଜି କାଶୀରେ ଆଦର୍ଶ ବିଦ୍ୟାଳୟ, ଆଇଟିଆଇ ଓ ସେହିପରି ଅନେକ ଅନୁଷ୍ଠାନ ମାନ ରହିଛି । ଜ୍ଞାନକୌଶଳ ଓ ବୈଷୟିକ ସହଯୋଗ ସିପେଟ୍ କେନ୍ଦ୍ରକୁ ମିଳିବା ଫଳରେ  ସେ ଅଞ୍ଚଳରେ ଶିଳ୍ପକ୍ଷେତ୍ରରେ ବିକାଶ ଘଟିବ ।

ଶେଷରେ କରୋନା ଯେପରି ପୁଣି ନିଜର କାୟାବିସ୍ତାର ନ କରେ ସେଥିପ୍ରତି ସଚେତନ ରହିବାକୁ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶବାସୀଙ୍କୁ ଚେତାଇ ଦେଇଥିଲେ । ଯେକୌଣସି ଅବହେଳା ଏକ ବଡ ଲହର ଆଣିପାରେ । ପ୍ରତ୍ୟେକ ବ୍ୟକ୍ତି କରୋନା ମାର୍ଗଦର୍ଶିକା ପାଳନ କରିବା ସହ “ଟିକା ସମସ୍ତଙ୍କ ପାଇଁ, ସମସ୍ତଙ୍କ ପାଇଁ ମାଗଣା ” ଅଭିଯାନରେ ଟିକା ନେବାକୁ ନିବେଦନ କରିଥିଲେ ।

ଉତ୍ତରପ୍ରଦେଶ ନରେନ୍ଦ୍ରମୋଦୀ ପ୍ରଧାନମନ୍ତ୍ରୀ ବାରଣାସୀ ଯୋଗୀ ଆଦିତ୍ୟନାଥ
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.