Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନନ୍ଦିନୀ ଶତପଥୀ ଓଡିଶାର ‘ପ୍ରଥମ’ ମହିଳା ମୁଖ୍ୟମନ୍ତ୍ରୀ କି ?
ଜାତୀୟ ଖବର

ନନ୍ଦିନୀ ଶତପଥୀ ଓଡିଶାର ‘ପ୍ରଥମ’ ମହିଳା ମୁଖ୍ୟମନ୍ତ୍ରୀ କି ?

August 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନନ୍ଦିନୀ ଶତପଥୀ ଓଡିଶାର 'ପ୍ରଥମ' ମହିଳା ମୁଖ୍ୟମନ୍ତ୍ରୀ କି ?
ଶରତ ପାଇକରାୟ

ମୋର ବର୍ଷ କିମ୍ବା ତାରିଖ ମନେ ପଡୁ ନାହିଁ। ସେତେବେଳେ ନନ୍ଦିନୀ ଶତପଥୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ମୁଁ ଇଟିଭି ଓଡିଆର ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥାଏ। ଥରେ ଭୁବନେଶ୍ବରର ଏକ ତାରକା ହୋଟେଲରେ ଏକ ମହିଳା ସଂଗଠନର କାର୍ଯ୍ୟକ୍ରମ ହେଉଥିଲା। ସେଥିରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ। ଏଥିସହିତ ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ସହିତ ବହୁ ବିଶିଷ୍ଠ ମହିଳା ଅତିଥୀ ମଧ୍ୟ ଥିଲେ। ସୌଭାଗ୍ୟ ମୋର ସେଦିନ ଛୁଟି ଥିବାରୁ ସେହି କାର୍ଯ୍ୟକ୍ରମରେ ଜଣେ ଦର୍ଶକ ଭାବେ ସାମିଲ ହୋଇପାରିଥିଲି।

ମୁଁ ପହଁଛିବାର କିଛି ସମୟ ପରେ ସଭା କାଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ସମସ୍ତେ ସେମାନଙ୍କର ଭାଷଣ ଦେବା ବେଳେ ନନ୍ଦିନୀ ଶତପଥୀଙ୍କୁ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଧିତ କରୁଥିଲେ। ଏପରି ସମ୍ବୋଧନ କରିବାରେ କିଛି ଭୁଲ ମଧ୍ୟ ନ ଥିଲା। କାରଣ ସେ ଥିଲେ ମହିଳା ଭାବେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ। ତେବେ ଯେତେବେଳେ ନନ୍ଦିନୀ ଶତପଥୀଙ୍କ କହିବାର ପାଳି ଆସିଲା, ସେତେବେଳେ ସେ ପ୍ରଥମେ ଏହି ‘ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ’ ସମ୍ବୋଧନକୁ ନେଇ ବିରକ୍ତି ପ୍ରକାଶ କରିଥିଲେ। ନନ୍ଦିନୀ ଦେବୀଙ୍କ ଏପରି ବିରକ୍ତି ଭାବ ଦେଖି ଆୟୋଜକ ତଥା ସେଠାରେ ଥିବା ଦର୍ଶକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ନନ୍ଦିନୀଦେବୀ କହିଲେ ଯେ, ମୋତେ ସମସ୍ତେ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଧିତ କଲ। ଭଲ କଥା। ହେଲେ ମୁଁ ଜାଣିପାରୁ ନାହିଁ ଆପଣମାନେ ମୋତେ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ବୋଲି କାହିଁକି କହୁଛନ୍ତି। ହଠାତ୍ ନନ୍ଦିନୀ ଦେବୀଙ୍କ ଏପରି ପ୍ରଶ୍ନରେ ସମସ୍ତେ ସ୍ତବ୍ଧ ହୋଇପଡିଥିଲେ। ତାପରେ ନନ୍ଦିନୀ ଦେବୀ କହିଲେ, ଯେଉଁମାନେ ମୋତେ ଏପରି ସମ୍ବୋଧନ କଲେ ସେହିମାନଙ୍କୁ ମୋର ପ୍ରଶ୍ନ ମୁଁ ଯଦି ପ୍ରଥମ ହେଲି ତେବେ ଓଡିଶାର ଦ୍ବିତୀୟ ମହିଳା ମୁଖ୍ୟମନ୍ତ୍ରୀ କିଏ ? ଯଦି କେହି ନାହାଁନ୍ତି ତେବେ ମୁଁ ପ୍ରଥମ କାହିଁକି ହେବି ? ପ୍ରେକ୍ଷାଳୟରେ ସମସ୍ତେ ପରସ୍ପରକୁ ଅନେଇଲେ। ଭାବିଲେ ସେମାନେ କଣ କିଛି ଭୁଲ କହିଛନ୍ତି କି ? କିଛି ସମୟ ପାଇଁ ଦର୍ଶକରେ ଭରପୁର ସେହି ପ୍ରେକ୍ଷାଳୟଟି ନିରବି ଯାଇଥିଲା। ନନ୍ଦିନୀଦେବୀ ମଧ୍ୟ ପ୍ରଶ୍ନଟି ଫୋପାଡି ଦେଇ କିଛି ସମୟ ପାଇଁ ଚୁପ ରହି ସମସ୍ତଙ୍କୁ ଅନାଉଥିଲେ।

କିଛି ସମୟର ନିରବତା ପରେ ନନ୍ଦିନୀଦେବୀ କହିଲେ ଯେ, ବର୍ତ୍ତମାନ ସୁଦ୍ଧା ଓଡିଶାରେ ଦ୍ବିତୀୟ କିମ୍ବା ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ନାହାଁନ୍ତି। ଯଦି ଥାଆନ୍ତେ ତେବେ ମୁଁ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତି। ଯେ ପର୍ଯ୍ୟନ୍ତ ଓଡିଶାରେ କେହି ମହିଳା ମୁଖ୍ୟମନ୍ତ୍ରୀ ହୋଇ ନାହାଁନ୍ତି, ସେ ପର୍ଯ୍ୟନ୍ତ ମୁଁ ହେଉଛି ଓଡିଶାର ‘ଏକମାତ୍ର’ ମହିଳା ମୁଖ୍ୟମନ୍ତ୍ରୀ। ପ୍ରଥମ ନୁହଁ ଏକମାତ୍ର। ଏପରି ଉତ୍ତରରେ ସେଠାରେ ଉପସ୍ଥିତ ସମସ୍ତ ବିଜ୍ଞ ଅତିଥି ତଥା ଦର୍ଶକମାନେ ନିରବରେ ନିଜର ଭୁଲ ବୁଝି ନନ୍ଦିନୀଦେବୀଙ୍କ କଥାକୁ ସମର୍ଥନ କରିଥିଲେ। ସେଦିନର ନନ୍ଦିନୀ ଦେବୀ ସେହି ଭାଷଣ ମୋ ପାଇଁ ଏକ ସ୍ମରଣୀୟ ହୋଇ ରହିଛି।

( ଗତକାଲି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୧୫ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏହି ଲେଖାଟି ବରିଷ୍ଠ ସାମ୍ବାଦିକ ଶରତ ପାଇକରାୟଙ୍କ ଫେସବୁକ ପୋଷ୍ଟରୁ ପ୍ରକାଶିତ କରାଯାଇଛି।)

ନନ୍ଦିନୀ ଶତପଥୀ ଶରତ ପାଇକରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ପୁରସ୍କାର ପାଇବାକୁ ଓଡ଼ିଶାର ହିର୍ଲି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ମନୋନିତ

January 23, 2026

ଆଜି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ ଉପରାଷ୍ଟ୍ରପତି ସି.ପି ରାଧାକୃଷ୍ଣନ

January 23, 2026

ମରୁଡ଼ି ପ୍ରଶମନ ପ୍ରକଳ୍ପ ପାଇଁ ୧୪୧.୫୦ କୋଟିର ବୁଝାମଣା ସ୍ୱାକ୍ଷର କଲା ଓଡିଶା

January 23, 2026

ନକ୍ସଲ ବିରୋଧୀ ଅଭିଯାନରେ ବଡ଼ ସଫଳତା, ‘ପାତିରା ମାଞ୍ଝି’ ସହ ୧୫ ନକ୍ସଲ ନିହତ: ଅମିତ ଶାହ

January 23, 2026
Latest News

ଜାତୀୟ ପୁରସ୍କାର ପାଇବାକୁ ଓଡ଼ିଶାର ହିର୍ଲି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ମନୋନିତ

January 23, 2026

ଆଜି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ ଉପରାଷ୍ଟ୍ରପତି ସି.ପି ରାଧାକୃଷ୍ଣନ

January 23, 2026

ମରୁଡ଼ି ପ୍ରଶମନ ପ୍ରକଳ୍ପ ପାଇଁ ୧୪୧.୫୦ କୋଟିର ବୁଝାମଣା ସ୍ୱାକ୍ଷର କଲା ଓଡିଶା

January 23, 2026

ନକ୍ସଲ ବିରୋଧୀ ଅଭିଯାନରେ ବଡ଼ ସଫଳତା, ‘ପାତିରା ମାଞ୍ଝି’ ସହ ୧୫ ନକ୍ସଲ ନିହତ: ଅମିତ ଶାହ

January 23, 2026

ବିଶ୍ୱ ଆର୍ଥିକ ମଞ୍ଚରେ ଭାରତକୁ ନେଇ ବିଶ୍ୱର ଆତ୍ମବିଶ୍ୱାସ ସମ୍ପର୍କରେ ଆଲୋକପାତ କଲେ କେନ୍ଦ୍ର ମନ୍ତ୍ରୀ

January 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.