Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାକୁ ସ୍ପେଶାଲ ଫୋକସ ରାଜ୍ୟ ପାଇଁ ରାଜ୍ୟସଭାରେ ଦାବୀ କଲା ବିଜେଡି, ଏଥର ଦେଲା ନୂଆ ତଥ୍ୟ
ଜାତୀୟ ଖବର

ଓଡିଶାକୁ ସ୍ପେଶାଲ ଫୋକସ ରାଜ୍ୟ ପାଇଁ ରାଜ୍ୟସଭାରେ ଦାବୀ କଲା ବିଜେଡି, ଏଥର ଦେଲା ନୂଆ ତଥ୍ୟ

August 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାକୁ ସ୍ପେଶାଲ ଫୋକସ ରାଜ୍ୟ ପାଇଁ ରାଜ୍ୟସଭାରେ ଦାବୀ କଲା ବିଜେଡି, ଏଥର ଦେଲା ନୂଆ ତଥ୍ୟ

ନୂଆଦିଲ୍ଲୀ, ପୁଣି ଥରେ ଓଡିଶାକୁ ବିଶେଷ ଧ୍ୟାନ ଦେବା ପାଇଁ କେନ୍ଦ୍ର ନିକଟରେ ଦାବୀ କରିଛି ବିଜେଡି। ତେବେ ଏଥର ନୂଆ ତରିକାରେ ବିଜେଡି କେନ୍ଦ୍ର ନିକଟରେ ଏହି ଦାବୀ ଉପସ୍ଥାପନା କରିଛି। ଆଜି ରାଜ୍ୟ ସଭାରେ ବିଜେଡି ସଦସ୍ୟ ଡ ସସ୍ମିତ ପାତ୍ର ଶୂନ୍ୟକାଳରେ ଏହି ଦାବୀ ଉପସ୍ଥାପନା କରିଥିଲେ। ପୂର୍ବରୁ ବିଜେଡି ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଘୋଷଣା କରାଯାଉ ବୋଲି କେନ୍ଦ୍ର ନିକଟରେ ଦାବୀ କରିଆସୁଥିଲା। ହେଲେ ଏଥର ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବୀ କରିଛି।

ରାଜ୍ୟସଭାରେ ସସ୍ମତି କହିଛନ୍ତି ଯେ, ଓଡିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଛି। କେତେବେଳେ ବାତ୍ୟା କିମ୍ବା ବନ୍ୟା ଲାଗିରହିଛି। ସେହି ସମୟରେ କେନ୍ଦ୍ର ଓଡିଶା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ଦାବୀ କରିଛି। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଭାଗୁଆଳିରେ ବିନିଯୋଗ ହେଉଛି। ଅର୍ଥାତ କେନ୍ଦ୍ର ସରକାର 60 ପ୍ରତିଶତ ଦେଉଥିବା ବେଳେ ସେହି ଯୋଜନା ପାଇଁ ରାଜ୍ୟ 40 ପ୍ରତିଶତ ଦେଉଛି। ହେଲେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ଖର୍ଚ୍ଚ କରୁଛନ୍ତି ତାହାକୁ ହିସାବ କଲେ ଏହି ଅଂଶ 50:50 ହୋଇଯାଇଛି।

ତେବେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଏହା ଅଂଶ ଭରଣା କରିବା ରାଜ୍ୟ ପକ୍ଷରେ ସମ୍ଭବ ହେଉ ନାହିଁ। ସେଥିପାଇଁ କେନ୍ଦ୍ର ସରକାର ଏହାକୁ 90:10 ଅଂଶରେ ଲାଗୁ କରନ୍ତୁ ବୋଲି ସସ୍ମିତ ଦାବୀ କରିଛନ୍ତି। ତେବେ ସେ ଗୃହକୁ ଜଣାଇଛନ୍ତି ଯେ, ରାଜ୍ୟରେ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ହେବା ସେହି ଦିନଠାରୁ ଏହାକୁ ତିନିବର୍ଷ ପାଇଁ ଲାଗୁ କରାଯାଉ। ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୟରେ ଏହା ଠିକ୍ ଭାବେ ମୁକାବିଲା କରିହେବ ବୋଲି ସସ୍ମିତ କହିଛନ୍ତି।

ସେହିପରି ସସ୍ମତି କେବିକେ ଜିଲ୍ଲାକୁ କେନ୍ଦ୍ର ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମଧ୍ୟ ଦାବୀ ଜଣାଇଛନ୍ତି। ଅବିଭକ୍ତ କଳାହାଣ୍ଡି, କୋରାପୁଟ ଏବଂ ବଲାଙ୍ଗିର ଜିଲ୍ଲାରେ ବ୍ୟାଙ୍କ ସେବା, ଟେଲି ଯୋଗାଯୋଗ ଏବଂ ଇଣ୍ଟରନେଟ ସେବା ବୃଦ୍ଧି କରିବା ପାଇଁ ଅନୁରୋଧ କରିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସେ ଗୃହରେ ଦାବୀ କରିଛନ୍ତି। ଗୃହରେ ପ୍ରବଳ ହଟ୍ଟଗୋଳ ଚାଲିଥିବା ବେଳେ ସସ୍ମିତ ଏହି ଦାବୀ ଉପସ୍ଥାପନା କରିଥିଲେ।

ଡ ସସ୍ମିତ ପାତ୍ର ବିଜେଡି ରାଜ୍ୟସଭା
Share. Facebook Twitter LinkedIn Email WhatsApp Copy Link

Related Posts

ବିବାଦୀୟ ଅଧ୍ୟାୟ ପାଇଁ ସାର୍ବଜନୀନ ଭାବରେ କ୍ଷମା ମାଗିଲା NCERT

March 10, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ କୀର୍ତ୍ତି ଆଜାଦଙ୍କ ଟିମ୍ ଇଣ୍ଡିଆକୁ କଟାକ୍ଷ: ଜୟ ଶାହଙ୍କୁ କଲେ ଟାର୍ଗେଟ

March 10, 2026

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026

ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥା: ଆନ୍ତର୍ଜାତୀୟ ରାଜନୀତିର ନୂଆ ପରିଦୃଶ୍ୟ

March 10, 2026
Latest News

ବିବାଦୀୟ ଅଧ୍ୟାୟ ପାଇଁ ସାର୍ବଜନୀନ ଭାବରେ କ୍ଷମା ମାଗିଲା NCERT

March 10, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ କୀର୍ତ୍ତି ଆଜାଦଙ୍କ ଟିମ୍ ଇଣ୍ଡିଆକୁ କଟାକ୍ଷ: ଜୟ ଶାହଙ୍କୁ କଲେ ଟାର୍ଗେଟ

March 10, 2026

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026

ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥା: ଆନ୍ତର୍ଜାତୀୟ ରାଜନୀତିର ନୂଆ ପରିଦୃଶ୍ୟ

March 10, 2026

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.