Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଫେଲ ମାରିଲା ଇସ୍ରୋର EOS-3 ଉତକ୍ଷେପଣ, ଏହା କଣ କରି ଥାଆନ୍ତା ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ
ଜାତୀୟ ଖବର

ଫେଲ ମାରିଲା ଇସ୍ରୋର EOS-3 ଉତକ୍ଷେପଣ, ଏହା କଣ କରି ଥାଆନ୍ତା ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

August 12, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଫେଲ ମାରିଲା ଇସ୍ରୋର EOS-3 ଉତକ୍ଷେପଣ, ଏହା କଣ କରି ଥାଆନ୍ତା ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆଜି ଭୋରରୁ ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ISRO ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ EOS-3 ଉତକ୍ଷେପଣ ଫେଲ ମାରିଛି। ଉତକ୍ଷେପଣ ହେବାର କିଛି ସମୟ ପୂର୍ବରୁ ଏହି ମିଶନ ଫେଲ ମାରିଛି। ରକେଟର କ୍ରାୟୋଜେନିକ୍ ଇଂଜିନରେ କେତେକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ମିଶନ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ ବୋଲି ଘୋଷଣା କରାଯାଇଛି।

SRO ତାହାର EOS-03 ଉତକ୍ଷେପଣ କରିବାରେ ବିଫଳ

51.70 ମିଟର ଲମ୍ବା ରକେଟ୍ GSLV0F10 / EOS-3 ଅବଗଣନା ଶେଷ ପରେ ସଫଳତାର ସହିତ 05.43 ରେ ଲଞ୍ଚ କରାଯାଇଥିଲା। ସାଧାରଣତଃ ଲିଫ୍ଟ-ଅଫ୍ ପୂର୍ବରୁ, ଲଞ୍ଚ୍ ପ୍ରାଧିକରଣ ବୋର୍ଡ ଲିଫ୍ଟ-ଅଫ୍ ପାଇଁ ଡେକ୍ ସଫା କରିଥାଏ। ଯୋଜନା ଅନୁଯାୟୀ ତାହା ମଧ୍ୟ ଶେଷ ହୋଇଥିଲା। ରକେଟ ଉତକ୍ଷେପଣର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସବୁକିଛି ସ୍ୱାଭାବିକ ଥିଲା। ହେଲେ ହଠାତ କିଛି ମିନିଟ୍ ପରେ ସେଥିରେ ସମସ୍ୟା ଦେଖାଦେଲା। ଫଳରେ ବୈଜ୍ଞାନିକମାନେ ନିଜ ମଧ୍ୟରେ ଆଲୋଚନା କଲେ।

ଏହା ପରେ ମିଶନ୍ କଣ୍ଟ୍ରୋଲ୍ ସେଣ୍ଟରରେ ରେଞ୍ଜ୍ ଅପରେସନ୍ସ ନିର୍ଦ୍ଦେଶକ ଏହି ଉତକ୍ଷେପଣ କରାଯିବ ନାହିଁ ବୋଲି ଘୋଷଣା କରାଗଲା। କେତେକ ସମସ୍ୟା ଯୋଗୁଁ ମିଶନ ସମ୍ପୂର୍ଣ୍ଣ ରୂପେ ସମ୍ପନ୍ନ ହୋଇପାରି ନାହିଁ ବୋଲି ଘୋଷଣା କରାଗଲା।

 ISRO ର ବିବୃତ୍ତି

ISRO ର ଅଫିସିଆଲ୍ ଟ୍ୱିଟ୍ କରି କହିଛି ଯେ GSLV-F10 ଲଞ୍ଚ ଆଜି ନିର୍ଦ୍ଧାରିତ ଭାରତୀୟ ସମୟ 05 ଟା 43 ମିନଟରେ ହୋଇଥିଲା। । ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟର ପ୍ରଦର୍ଶନ ସ୍ୱାଭାବିକ ଥିଲା । ହେଲେ କେତେକ ବୈଷୟିକ ଅସାମଞ୍ଜସ୍ୟ କାରଣରୁ କ୍ରିଏଜେନିକ୍ ଉପର ଷ୍ଟେଜ୍ କାର୍ଯ୍ୟକ୍ଷମ ହେଲା ନାହିଁ। ଉଦ୍ଦେଶ୍ୟ ଅନୁଯାୟୀ ଏହି ମିଶନ ପୂରଣ ହୋଇପାରିବ ନାହିଁ।

ଏହି ଉପଗ୍ରହ EOS-03 ର କଣ କାର୍ଯ୍ୟ ଥିଲା

ଏହି ଉପଗ୍ରହର ନାମ ହେଉଛି ପୃଥିବୀ ଅବଜରଭେସନ୍ ସାଟେଲାଇଟ୍ ବା EOS। ଏହାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏହା ଏକ ବୃହତ ଅଞ୍ଚଳର ରିଅଲ୍ ଟାଇମ୍ ଚିତ୍ର ପ୍ରତି ମୂହୁର୍ତ୍ତରେ ପଠାଇପାରିବ। ଏପରିକି କୌଣସି ଏକ ସ୍ଥାନ ସଂପର୍କରେ ଗଭୀରଭାବେ ଶୀଘ୍ର ମନିଟରିଂ କରିବାରେ ସାହାଯ୍ୟ କରିପାରିବ ।

ସେହିପରି ପ୍ରାକୃତିକ ବିପର୍ଯ୍ୟୟ ତଥା ଯେକୈଣସି ଦୁର୍ଘଟଣା ସଂପର୍କରେ ସାଟାଲାଇଟ ତଥ୍ୟ ଜାଣିବାରେ ଏହି ଉପଗ୍ରହ ସାହାର୍ଯ୍ୟ କରିପାରିଥାଆନ୍ତା। ଏହି ଉପଗ୍ରହକୁ କୃଷି, ବନ ବିଭାଗ, ଜଳଉତ୍ସ ସମେତ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ତେବେ ସବୁଠାରୁ ବଡ କଥା ଥିଲା ଏହି ସାଟାଲାଇଟ ମାଧ୍ୟମରେ ବିପର୍ଯ୍ୟୟ ଚେତାବନୀ, ସାଇକ୍ଲୋଥନ୍ ମନିଟରିଂ, କିମ୍ବା ବଜ୍ରପାତର ଆଗୁଆ ସୂଚନା ହାସଲ ହୋଇପାରି ଥାଆନ୍ତା।

ଏହି GSLV ରକେଟରେ ପ୍ରଥମ ଥର ପାଇଁ 4 ମିଟର ବ୍ୟାସ ବିଶିଷ୍ଟ ଓଗିଭ ଆକୃତିର ପେଲୋଡ୍ ଫାଇରିଂ ପ୍ରେରଣ କରାଯାଉଥିଲା। ଏହା ହେଉଛି ଜିଏସଏଲଭିର 14ତମ ଉଡାଣ।

isro
Share. Facebook Twitter LinkedIn Email WhatsApp Copy Link

Related Posts

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ହ୍ବାଟ୍‌ସଆପ୍‌ର ‘ୟୁଜରନେମ୍‌’ ଫିଚରକୁ ନେଇ ବଢ଼ିଲା ଚିନ୍ତା: କାହିଁକି ରୋକ ଲଗାଇବାକୁ କହିଲେ କେନ୍ଦ୍ର ସରକାର?

July 2, 2026

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026
Latest News

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ୮ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରି

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ଗଜପତିରେ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ୭ ଯୁବତୀ ଉଦ୍ଧାର; ୨ ଦଲାଲ ଗିରଫ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.