ସଂଗ୍ରାମ ଜେନାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ ଭବନରେ ଶେଷ ଦର୍ଶନ, ପିସିସି ପକ୍ଷରୁ ଶୋକସଭା

Published: Aug 19, 2021, 10:55 pm IST

ଭୁବନେଶ୍ୱର, ପୂର୍ବତନ ଯୁବ କଂଗ୍ରେସ ସଭାପତି ତଥା ଟାଣୁଆ ସଂଗଠକ ସଂଗ୍ରାମ କେଶରୀ ଜେନା (ବାପି) ଙ୍କ ମରଶରୀର କଂଗ୍ରେସ ଭବନରେ ଶେଷ ଦର୍ଶନ ପାଇଁ ଅଣାଯାଇଥିଲା। ଭୁବନେଶ୍ବରର ବିମାନ ବନ୍ଦରରେ ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନ ଅଣାଯାଇଥିଲା।

ସେଠାରେ ସଭାପତି ନିରଂଜନ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ବହୁ ନେତା ଶେଷ ଦର୍ଶନ କରିଥିଲେ। ଏହାପରେ ତାଙ୍କ ମର ଶରୀରକୁ ତାଙ୍କର ଭୁବନେଶ୍ବରସ୍ଥିତ ସୂର୍ଯ୍ୟନଗରରେ ଶେଷ ଦର୍ଶନ ପାଇଁ ରଖାଯିବ। ଏହାପରେ ଆସନ୍ତାକାଲି ତାଙ୍କର ଗାଁ ଆନନ୍ଦପୁରକୁ ନିଆଯାଇ ସେଠାରେ ଶେଷକୃତ୍ୟ ସଂପର୍ଣ୍ଣ କରାଯିବ।

ତାଙ୍କ ବିୟୋଗରେ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ଶୋକ ସଭାରେ ଆୟୋଜନ କରାଯାଇଥିଲା। ଅଧ୍ୟକ୍ଷତା କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଲେ ଯେ ବାପି ବାବୁଙ୍କର କାର୍ଯ୍ୟ ସରିନଥିଲା । ସେ ଆଗକୁ ଆହୁରି ବଢ଼ିଥାନ୍ତେ । ଜଣେ ଦୃଢ଼ ସଂଗଠକ ଭାବରେ ତାଙ୍କର ସ୍ୱତନ୍ତ୍ର ସ୍ଥାନ ଥିଲା । ଈଶ୍ୱର ତାଙ୍କର ଅମର ଆତ୍ମାର ସଦ୍‌ଗତି ପ୍ରଦାନ କରନ୍ତୁ ଓ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ଅମର ଆତ୍ମାର ସଦଗତି ନିମନ୍ତେ ସଭାରେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ସେହିପରି ଏଆଇସିସି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ସାଂସଦ ଡ. ଏ ଚେଲା କୁମାର ଏବଂ ଏଆଇସିସି ସଂପାଦକ ତଥା ଓଡ଼ିଶା ସହ ପ୍ରଭାରୀ ଜି. ରୁଦ୍ର ରାଜୁ ସଂଗ୍ରାମ ଜେନାଙ୍କ ବିୟୋଗରେ ଶୋକ ବାର୍ତାରେ ପ୍ରକାଶ କରି କହିଛନ୍ତି ସଂଗ୍ରାମ ଜଣେ କଂଗ୍ରେସର ସଚ୍ଚା ଯୋଦ୍ଧା ଥିଲେ ତାଙ୍କ ବିୟୋଗ କଂଗ୍ରେସ ପରିବାର ପାଇଁ ଅପୁରଣୀୟ କ୍ଷତି । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Related posts