Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ପରୋକ୍ଷରେ ଆକ୍ରମଣ କଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ
ବିଶେଷ ଖବର

ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ପରୋକ୍ଷରେ ଆକ୍ରମଣ କଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ

August 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ପରୋକ୍ଷରେ ଆକ୍ରମଣ କଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର, ପୁଣିଥରେ ଓଡିଶା ମିଡିଆ ସମ୍ରାଟ ତଥା ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଚିରାଚରିତ ଭାବେ ନବୀନଙ୍କୁ ପରୋକ୍ଷରେ ଆକ୍ରମଣ କରିଛନ୍ତି। ସେ ସମ୍ବାଦ ଖବରକାଗଜର ‘ଆମଘରର ହାଲଚାଲ’ ରେ ଏହି ତେରଚ୍ଛା ବାଣ ମାରିଛନ୍ତି। ପୂର୍ବରୁ ସେ ଅନେକ ଥର ଏପରି କରିଛନ୍ତି। ଏଥର ଏହି ପୃଷ୍ଠାରେ ସେ ‘କୋଟିପତି କିରାଣୀଙ୍କ କଥା’ ଉଲ୍ଲେଖ କରିଛନ୍ତି। ଷ୍ଟାଫ୍ ସିଲେକସନ କମିଶନରର କିରାଣୀ ବିରଞ୍ଚିନାରାୟଣ ସାହୁଙ୍କ ଦୁର୍ନିତି କଥା ବିଷୟରେ ଲେଖିଛନ୍ତି।

ବିରଞ୍ଚିଙ୍କୁ ଢାଲ କରି ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଚାଲିଥିବା ସରକାର ଏବଂ ଅମଲାତନ୍ତ୍ରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସୌମ୍ୟବାବୁ ଲେଖିଛନ୍ତି ଯେ,

“ଆମର କାହିଁକି ମନେହେଉଛି, ନବୀନବାବୁ ଯେଉଁ ପରିମାଣରେ ବିନମ୍ର ଓ ନିରହଂକାର ତାଙ୍କର ଅମଲାତନ୍ତ୍ର ତା’ଠାରୁ ଅଧିକ ଉଗ୍ର ଓ ଅହଂକାରୀ। ଆଉ ଗୋଟିଏ ଛୋଟିଆ ଉଦାହରଣରୁ ଏହାକୁ ପ୍ରମାଣିତ କରିହେବ । ଓଡ଼ିଆ ଜାତିର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରକୁ ସରସ ସୁନ୍ଦର କରି ଗଢ଼ି ତୋଳିବା ସହିତ ଏହାକୁ ଏକ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାର ନବୀନବାବୁଙ୍କ ଉଦ୍ୟମକୁ ଦଳମତ ନିର୍ବିଶେଷରେ ସମସ୍ତେ ସ୍ବୀକାର କରୁଛନ୍ତି। କିନ୍ତୁ ଏହି ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ଯାଇ ବେଳାଭୂମିରେ ମଦ ଦୋକାନ ଖୋଲିବାର ନିଷ୍ପତ୍ତି କେଉଁ ଉର୍ବର ମସ୍ତିଷ୍କର ଆମେ ଜାଣୁନା। ସୁଖର କଥା ଭକ୍ତମାନଙ୍କ ଭାବନା ଓ ପ୍ରତିକ୍ରିୟାକୁ ସମ୍ମାନ ଜଣାଇ ଏପ୍ରକାର ନିଷ୍ପତ୍ତି ପ୍ରତ୍ୟାହୃତ ହୋଇଛି । କିନ୍ତୁ ଆହୁରି ଅନେକ ନିଷ୍ପତ୍ତି ଏପରି ନିଆଯାଉଛି ଯାହା ରାଜନୈତିକ ଉତ୍ତରଦାୟିତ୍ବର ସର୍ବନିମ୍ନ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଉପେକ୍ଷା କରୁଛି ।”

ସେହିପରି ସୌମ୍ୟବାବୁ ଆଉ ଏକ ପାରା ରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ କିପରି ନେତାମାନଙ୍କୁ ପଛରେ ପକାଇ ଅମଲାତନ୍ତ୍ର ବା ପ୍ରଶାସକମାନଙ୍କ ଶାସନ ଚାଲିଛି। ସେ କହିଛନ୍ତି ଯେ,

“ରାଜନୀତି ବିଜ୍ଞାନର ଛାତ୍ର ଭାବରେ ଆମେ ପଢ଼ିଥିଲୁ ଯେ ଅମଲାତନ୍ତ୍ର ରାଜନୈତିକ ଉତ୍ତରଦାୟିତ୍ରର ଆଢୁଆଳରେ ରହି ସବୁକାର୍ଯ୍ୟ କରେ। ଏବେ କିନ୍ତୁ ମନେହେଉଛି ସବୁକିଛି ଓଲଟି ଯାଇଛି । ସରକାରଙ୍କର କୌଣସି ନୀତିଗତ ମୌଳିକ ନିଷ୍ପତ୍ତି ଏବଂ ଉଲ୍ଲେଖନୀୟ କାର୍ଯ୍ୟକ୍ରମର ଘୋଷଣା ସମୟରେ ମନ୍ତ୍ରୀମାନେ ଦୃଶ୍ୟମାନ ହେଉନାହାନ୍ତି। କରୋନା କଟକଣାର ସବୁକଥାକୁ ନୂଆ ନିୟମ ଭାବରେ ଗ୍ରହଣ କରିନେଲା ପରି ଆମ ରାଜନେତାମାନେ ଏହାକୁ ଆଧୁନିକ ଗଣତନ୍ତ୍ରର ନୂଆ ବ୍ୟବସ୍ଥା ଭାବି ମାନି ନେଇଛନ୍ତି।”

ଦୋଷ ତୁଟାଇବା ସୌମ୍ୟରଂଜନ ଏହି ଲେଖାର ପ୍ରଥମେ ନବୀନ ପଟ୍ଟନାୟକଙ୍କ କିଛି ପ୍ରଶଂସା କରିଛନ୍ତି। ମୋଟ ବଡବଡ ଚାରି ପାରା ଲେଖା ମଧ୍ୟରୁ ପ୍ରଥମ ପାରାରେ ସେ ଏହି ପ୍ରଶଂସା କରିଥିବା ବେଳେ ଆଉ ତିନି ପାରାରେ କେବଳ ସମାଲୋଚନା ପରିଲକ୍ଷିତ ହୋଇଛି। ତେବେ ନବୀନ ସୌମ୍ୟବାବୁଙ୍କୁ ମନ୍ତ୍ରୀ ନ କରିବା ପର୍ଯ୍ୟନ୍ତ ସେ ଏପରି ବିରୋଧ ଜାରି ରଖିବେ ବୋଲି ଆଲୋଚନା ଚାଲିଛି।

Naveen Patnaik ନବୀନ ପଟ୍ଟନାୟକ ସୌମ୍ୟରଂଜନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025

ଗୋରୁ ବୋଝେଇ ଗାଡ଼ିକୁ ଧରିଲା ବଜରଙ୍ଗ ଦଳ: ବାଣପୁର ଥାନାରେ ମାମଲା ରୁଜୁ

August 24, 2025

ମାରୁତି ସୁଜୁକିର ଆସିଲା ପ୍ରଥମ ବୈଦ୍ୟୁତିକ ଯାନ ‘ଇ ଭିଟାରା’, ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

August 24, 2025
Latest News

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ଗମ୍ଭାରୀମୁଣ୍ଡାରେ ରୋଟାରୀ କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର

August 24, 2025

ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.