Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ପରୋକ୍ଷରେ ଆକ୍ରମଣ କଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ
ବିଶେଷ ଖବର

ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ପରୋକ୍ଷରେ ଆକ୍ରମଣ କଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ

August 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ପରୋକ୍ଷରେ ଆକ୍ରମଣ କଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର, ପୁଣିଥରେ ଓଡିଶା ମିଡିଆ ସମ୍ରାଟ ତଥା ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଚିରାଚରିତ ଭାବେ ନବୀନଙ୍କୁ ପରୋକ୍ଷରେ ଆକ୍ରମଣ କରିଛନ୍ତି। ସେ ସମ୍ବାଦ ଖବରକାଗଜର ‘ଆମଘରର ହାଲଚାଲ’ ରେ ଏହି ତେରଚ୍ଛା ବାଣ ମାରିଛନ୍ତି। ପୂର୍ବରୁ ସେ ଅନେକ ଥର ଏପରି କରିଛନ୍ତି। ଏଥର ଏହି ପୃଷ୍ଠାରେ ସେ ‘କୋଟିପତି କିରାଣୀଙ୍କ କଥା’ ଉଲ୍ଲେଖ କରିଛନ୍ତି। ଷ୍ଟାଫ୍ ସିଲେକସନ କମିଶନରର କିରାଣୀ ବିରଞ୍ଚିନାରାୟଣ ସାହୁଙ୍କ ଦୁର୍ନିତି କଥା ବିଷୟରେ ଲେଖିଛନ୍ତି।

ବିରଞ୍ଚିଙ୍କୁ ଢାଲ କରି ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଚାଲିଥିବା ସରକାର ଏବଂ ଅମଲାତନ୍ତ୍ରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସୌମ୍ୟବାବୁ ଲେଖିଛନ୍ତି ଯେ,

“ଆମର କାହିଁକି ମନେହେଉଛି, ନବୀନବାବୁ ଯେଉଁ ପରିମାଣରେ ବିନମ୍ର ଓ ନିରହଂକାର ତାଙ୍କର ଅମଲାତନ୍ତ୍ର ତା’ଠାରୁ ଅଧିକ ଉଗ୍ର ଓ ଅହଂକାରୀ। ଆଉ ଗୋଟିଏ ଛୋଟିଆ ଉଦାହରଣରୁ ଏହାକୁ ପ୍ରମାଣିତ କରିହେବ । ଓଡ଼ିଆ ଜାତିର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରକୁ ସରସ ସୁନ୍ଦର କରି ଗଢ଼ି ତୋଳିବା ସହିତ ଏହାକୁ ଏକ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାର ନବୀନବାବୁଙ୍କ ଉଦ୍ୟମକୁ ଦଳମତ ନିର୍ବିଶେଷରେ ସମସ୍ତେ ସ୍ବୀକାର କରୁଛନ୍ତି। କିନ୍ତୁ ଏହି ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ଯାଇ ବେଳାଭୂମିରେ ମଦ ଦୋକାନ ଖୋଲିବାର ନିଷ୍ପତ୍ତି କେଉଁ ଉର୍ବର ମସ୍ତିଷ୍କର ଆମେ ଜାଣୁନା। ସୁଖର କଥା ଭକ୍ତମାନଙ୍କ ଭାବନା ଓ ପ୍ରତିକ୍ରିୟାକୁ ସମ୍ମାନ ଜଣାଇ ଏପ୍ରକାର ନିଷ୍ପତ୍ତି ପ୍ରତ୍ୟାହୃତ ହୋଇଛି । କିନ୍ତୁ ଆହୁରି ଅନେକ ନିଷ୍ପତ୍ତି ଏପରି ନିଆଯାଉଛି ଯାହା ରାଜନୈତିକ ଉତ୍ତରଦାୟିତ୍ବର ସର୍ବନିମ୍ନ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଉପେକ୍ଷା କରୁଛି ।”

ସେହିପରି ସୌମ୍ୟବାବୁ ଆଉ ଏକ ପାରା ରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ କିପରି ନେତାମାନଙ୍କୁ ପଛରେ ପକାଇ ଅମଲାତନ୍ତ୍ର ବା ପ୍ରଶାସକମାନଙ୍କ ଶାସନ ଚାଲିଛି। ସେ କହିଛନ୍ତି ଯେ,

“ରାଜନୀତି ବିଜ୍ଞାନର ଛାତ୍ର ଭାବରେ ଆମେ ପଢ଼ିଥିଲୁ ଯେ ଅମଲାତନ୍ତ୍ର ରାଜନୈତିକ ଉତ୍ତରଦାୟିତ୍ରର ଆଢୁଆଳରେ ରହି ସବୁକାର୍ଯ୍ୟ କରେ। ଏବେ କିନ୍ତୁ ମନେହେଉଛି ସବୁକିଛି ଓଲଟି ଯାଇଛି । ସରକାରଙ୍କର କୌଣସି ନୀତିଗତ ମୌଳିକ ନିଷ୍ପତ୍ତି ଏବଂ ଉଲ୍ଲେଖନୀୟ କାର୍ଯ୍ୟକ୍ରମର ଘୋଷଣା ସମୟରେ ମନ୍ତ୍ରୀମାନେ ଦୃଶ୍ୟମାନ ହେଉନାହାନ୍ତି। କରୋନା କଟକଣାର ସବୁକଥାକୁ ନୂଆ ନିୟମ ଭାବରେ ଗ୍ରହଣ କରିନେଲା ପରି ଆମ ରାଜନେତାମାନେ ଏହାକୁ ଆଧୁନିକ ଗଣତନ୍ତ୍ରର ନୂଆ ବ୍ୟବସ୍ଥା ଭାବି ମାନି ନେଇଛନ୍ତି।”

ଦୋଷ ତୁଟାଇବା ସୌମ୍ୟରଂଜନ ଏହି ଲେଖାର ପ୍ରଥମେ ନବୀନ ପଟ୍ଟନାୟକଙ୍କ କିଛି ପ୍ରଶଂସା କରିଛନ୍ତି। ମୋଟ ବଡବଡ ଚାରି ପାରା ଲେଖା ମଧ୍ୟରୁ ପ୍ରଥମ ପାରାରେ ସେ ଏହି ପ୍ରଶଂସା କରିଥିବା ବେଳେ ଆଉ ତିନି ପାରାରେ କେବଳ ସମାଲୋଚନା ପରିଲକ୍ଷିତ ହୋଇଛି। ତେବେ ନବୀନ ସୌମ୍ୟବାବୁଙ୍କୁ ମନ୍ତ୍ରୀ ନ କରିବା ପର୍ଯ୍ୟନ୍ତ ସେ ଏପରି ବିରୋଧ ଜାରି ରଖିବେ ବୋଲି ଆଲୋଚନା ଚାଲିଛି।

Naveen Patnaik ନବୀନ ପଟ୍ଟନାୟକ ସୌମ୍ୟରଂଜନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026

ଓୟୁଏସ୍‌ଏସ୍‌ଏସ୍‌ସି ପାଇଁ ୭୨ଟି ନୂତନ ପଦବୀ

April 15, 2026

ଆଜି ଶକ୍ତି ପ୍ରଦର୍ଶନ କରିବ ଓଡ଼ିଶା ଜନତା କଂଗ୍ରେସ

April 15, 2026

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026
Latest News

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026

ଓୟୁଏସ୍‌ଏସ୍‌ଏସ୍‌ସି ପାଇଁ ୭୨ଟି ନୂତନ ପଦବୀ

April 15, 2026

ଜୟଶ୍ରୀରାମ କୁହନ୍ତୁ: ଚିକିତ୍ସାରେ ରିହାତି ପାଆନ୍ତୁ

April 15, 2026

ଉପକୂଳ ସମୁଦ୍ରରେ ମାଛଧରା ନିଷେଧ

April 15, 2026

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ୧ ମୃତ, ୧୫ ଆହତ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.