Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରଥମ ଓଡିଶା ଗସ୍ତ ଥିଲା ଏକ ଟ୍ରେଲର, ପୁରା ଫିଲ୍ମ ବାକି ରହିଛି
ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରଥମ ଓଡିଶା ଗସ୍ତ ଥିଲା ଏକ ଟ୍ରେଲର, ପୁରା ଫିଲ୍ମ ବାକି ରହିଛି

August 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରଥମ ଓଡିଶା ଗସ୍ତ ଥିଲା ଏକ ଟ୍ରେଲର, ପୁରା ଫିଲ୍ମ ବାକି ରହିଛି

ଭୁବନେଶ୍ବର, ଇତି ମଧ୍ୟରେ ଦୁଇଜଣ କେନ୍ଦ୍ର ମନ୍ତ୍ରୀ ଓଡିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରି ଯାଇଛନ୍ତି। ହେଲେ ନୂଆ ମନ୍ତ୍ରୀଙ୍କ ଏହି ପ୍ରଥମ ଗସ୍ତ ଥିଲା ବେଶ୍ ଘଟଣା ବହୁଳ। କାରଣ ଅଶ୍ବିନୀ ବୈଷ୍ଣବ ପାୱାରଫୁଲ ମନ୍ତ୍ରୀ ହେବା ପରେ ଓଡିଶାର ପାୱାର ସୋ କରିବା। ଅନ୍ୟପଟେ ପାୱାରଫୁଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାୱାରଲେସ ହେବା ପରେ ଓଡିଶାରେ ପାୱାର ଲେସ ସୋ କୁ ନେଇ ଚାଲିଛି ଚର୍ଚ୍ଚା।

ଓଡିଶାରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯେଉଁ କେତେ ଦିନ ରହିଲେ, ତାହା ପ୍ରମାଣିତ କରିଛି ଯେ ଲୋକେ ତାଙ୍କୁ କେତେ ସମର୍ଥନ କରନ୍ତି। ଏପରିକି ରାଜ୍ୟ ବିଜେପିରେ ଅନେକ ନେତା ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ଅଶ୍ବିନୀଙ୍କୁ ହୃଦୟର ସହ ସମର୍ଥନ କରିଛନ୍ତି। ଆଗକୁ ତାଙ୍କୁ ଉଭୟ ଧର୍ମେନ୍ଦ୍ର ବିରୋଧୀ ଏବଂ ସମର୍ଥକ ଆକୁଣ୍ଠ ସମର୍ଥନ କରିବେ ବୋଲି ଜଣାପଡିଛି।

ତେବେ ଦିଲ୍ଲୀର ସୁତ୍ର ଅନୁସାରେ ପ୍ରଥମ ଦିନ ଉଭୟ ଏକାଠି ଗସ୍ତ କରିବେ ବୋଲି କୁଆଡେ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମେ ମିଳିମିଶି କାର୍ଯ୍ୟ କରୁଛନ୍ତି ବୋଲି ସମସ୍ତେ ଅନୁଭବ କରିବା ପାଇଁ ଗସ୍ତକୁ ମିଳିତ ଭାବେ କରାଯାଇଥିଲା। ଅନ୍ତତଃ ପକ୍ଷେ ଗୋଟିଏ ଦିନ ଉଭୟ ମିଳିମିଶି କାମ କରନ୍ତୁ ବୋଲି କୁହାଯାଇଥିଲା। ସେହି ଅନୁସାରେ ସେମାନେ ପ୍ରଥମ ଗସ୍ତର ପ୍ରଥମ ଦିନ ମିଳିମିଶି ଭୁବନେଶ୍ବରରୁ ପୁରୀ ପର୍ଯ୍ୟନ୍ତ ଏକାଠି ଯାଇଥିଲେ।

ହେଲେ ଦ୍ବିତୀୟ ଦିନ ଉଭୟ ଅଲଗା ହୋଇଗଲେ। ଅଶ୍ବିନୀ ବୈଷ୍ଣବ ଦକ୍ଷିଣ ଓଡିଶା ଏବଂ ପଶ୍ଚିମ ଓଡିଶା ଗସ୍ତ କରି ନିଜର ପାରାକାଷ୍ଠା ଦେଖାଇ ଦେଲେ। ଅଶ୍ବିନୀ ଏହା କରିବେ ବୋଲି ଧର୍ମେନ୍ଦ୍ର ମଧ୍ୟ ଭଲ ଭାବେ ଜାଣିଥିଲେ। ହେଲେ ତାଙ୍କ ସହିତ ଯିବା ପାଇଁ ବାରଣ କରାଯାଇଥିବାରୁ ସେ ଚୁପଚାପ ଭୁବନେଶ୍ବରରେ ନିଜର ମନ୍ତ୍ରଣାଳୟ କାର୍ଯ୍ୟରେ ବ୍ୟସ୍ତ ରହିଲେ। ନଚେତ ସେ ଏହି ସୁଯୋଗ ହାତଛଡା କରି ନ ଥାଆନ୍ତେ।

ଧର୍ମେନ୍ଦ୍ରଙ୍କଠାରୁ ଅଲଗା ହେବା ପରେ ଅଶ୍ବିନୀ ବୈଷ୍ଣବଙ୍କ ଏକାକୀ ଗସ୍ତ ଥିଲା ବେଶ୍ ଗୁରୁତ୍ବ ପୂର୍ଣ୍ଣ। କାରଣ ଓଡିଶା ବିଜେପିରେ ବିନା ଧର୍ମେନ୍ଦ୍ରରେ ଏତେ ବଡ ସଭା କରାଯାଉ ନ ଥିଲା, ଯାହା ବୈଷ୍ଣବ କରିଥିଲେ। ଦଳୀୟ କର୍ମିମାନେ  ଧର୍ମେନ୍ଦ୍ରଙ୍କ ବିନା ଆଉ କାହା ମୁଣ୍ଡ ଉପରେ ଫୁଲ ବର୍ଷା କରୁ ନ ଥିଲେ।  ହେଲେ ପ୍ରଥମ ଥର ପାଇଁ ଧର୍ମେନ୍ଦ୍ରଙ୍କୁ ଛାଡି ଅଶ୍ବିନୀ ବୈଷ୍ଣବଙ୍କ  ଉପରେ ପୁଷ୍ଟ ବୃଷ୍ଟି କରିବା ବିଜେପି ରାଜନୀତିରେ ନୂଆ ଘଟଣା ହୋଇଛି।

ଏସବୁ ସ୍ବାଗତ ସମ୍ବର୍ଦ୍ଧନା ଦୃଶ୍ୟକୁ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବରରେ ବସି ଟେଲିଭିଜନରେ ଉପଭୋଗ କରୁଥିଲେ। ସେତେବେଳେ ସେ କଣ ଭାବୁଥିଲେ ତାହା କହି ହେବ ନାହିଁ। ହେଲେ ନିଶ୍ଚିତ ଠଉରେଇ ହେବ ଯେ ତାଙ୍କର ଯେଉଁ ଅଖଣ୍ଡ କ୍ଷମତା ଥିଲା ତାହା ଆଉ ନାହିଁ।  ସେତେକି ନୁହେଁ, ସେ ମଧ୍ୟ ଜାଣି ସାରିଲେଣି ଯେ, ଆଗାମୀ ଦିନରେ ଅଶ୍ବିନୀ ବୈଷ୍ଣବ ଏକାକି ଓଡିଶା ଗସ୍ତ କରି ତାଙ୍କର କ୍ଷମତା ବଢାଇ ଚାଲିବେ। ତେଣୁ ଅଶ୍ବିନୀଙ୍କ ଏହି ପ୍ରଥମ ଗସ୍ତ ଥିଲା କେବଳ ମାତ୍ର ଟ୍ରେଲର, ପୁରା ଫିଲ୍ମ ଆଗମୀ ଦିନରେ ପ୍ରଦର୍ଶିତ ହେବ ଏଥିରେ ସନ୍ଦେହ ନାହିଁ।

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.