BREAKING NEWS: କେରଳର କୋଝିକୋଡ ଜିଲ୍ଲାରେ ‘ନିପା’ ଭାଇରସ୍ ଚିହ୍ନଟ, ଗଲେ କେନ୍ଦ୍ରୀୟ ଟିମ୍

Published: Sep 5, 2021, 11:17 pm IST

ନୂଆଦିଲ୍ଲୀ : କେରଳର କୋଝିକୋଡ ଜିଲ୍ଲାରେ ନିପା ଭାଇରସର ଏକ ମାମଲା ସାମ୍ନାକୁ ଆସିଛି । କେରଳର କୋଝିକୋଡ ଜିଲ୍ଲାରେ ୩ ସେପ୍ଟେମ୍ବର ୨୦୨୧ରେ ଏନ୍‌ସେଫାଲାଇଟିସ୍ ଏବଂ ମାୟୋକାର୍ଡିଟିସ ଲକ୍ଷଣ ଥିବା ଏକ ୧୨ବର୍ଷର ବାଳକକ ନିପା ଭାଇରସ ସଂକ୍ରମିତ ହୋଇଥିବା ମାମଲା ସାମ୍ନାକୁ ଆସିଥିଲା ।

ଏହି ଭାଇରସ୍ ବାଦୁଡିର ସାଲିଭା ମାଧ୍ୟମରେ ସଂକ୍ରମିତ ହୋଇଥାଏ । ଶିଶୁଟି ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲା । ଆଜି ସକାଳେ ତା’ର ମୃତ୍ୟୁ ଘଟିଛି । କେନ୍ଦ୍ର ସରକାର ପଠାଇଥିବା ଏନସିଡିସିର ଏକ ଟିମ୍ ଆଜି ରାଜ୍ୟରେ ପହଞ୍ଚୁଛନ୍ତି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ନିମ୍ନ ଲିଖିତ ସାର୍ବଜନୀନ ସ୍ୱାସ୍ଥ୍ୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି :

୧) ପରିବାର, ଗାଁ ଏବଂ ବିଶେଷଭାବରେ ମାଲପ୍ପୁରମ ଭଳି ସମାନ ଭୌଗୋଳିକ ପରିସ୍ଥିତି ଥିବା ସ୍ଥାନଗୁଡିକରେ ସକ୍ରିୟ ସଂକ୍ରମିତ ବ୍ୟକ୍ତିଙ୍କୁ ଠାବ କରିବା ।

୨) ଗତ ୧୨ଦିନ ମଧ୍ୟରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସହ ସମ୍ପୃକ୍ତ ସମ୍ପର୍କୀୟଙ୍କୁ ଚିହ୍ନଟ କରିବା ।

୩) ସମ୍ପର୍କରେ ଆସୁଥିବା ଲୋକମାନଙ୍କୁ ଦୃଢଭାବେ କ୍ୱାରେଣ୍ଟାଇନ କରିବା ଏବଂ କୌଣସି ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରଖିବା ।

୪) ପରୀକ୍ଷାଗାରରେ ଯାଞ୍ଚ ପାଇଁ ନମୁନା ସଂଗ୍ରହ ଏବଂ ପରିବହନ ।

ଉଲ୍ଲେଖନୀୟ ଯେ ୨୦୧୮ ମସିହାରେ ମଧ୍ୟ କେରଳରେ କୋଝିକୋଡ ଏବଂ ମାଲପ୍ପୁରମ୍ ଜିଲ୍ଲାରେ ନିପା ଭାଇରସ୍ ସଂକ୍ରମଣ ଦେଖିବାକୁ ମିଳିଥିଲା ।

Related posts