Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସରିଲା ନିଷ୍ପତି : ବିଜେଡିରେ ଯୋଗଦେବେ କଂଗ୍ରେସ ନେତା ପ୍ରଦୀପ ମାଝୀ, ଦିଆଗଲା ଭଲ ଅଫର
ଜାତୀୟ ଖବର

ସରିଲା ନିଷ୍ପତି : ବିଜେଡିରେ ଯୋଗଦେବେ କଂଗ୍ରେସ ନେତା ପ୍ରଦୀପ ମାଝୀ, ଦିଆଗଲା ଭଲ ଅଫର

September 20, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ସରିଲା ନିଷ୍ପତି : ବିଜେଡିରେ ଯୋଗଦେବେ କଂଗ୍ରେସ ନେତା ପ୍ରଦୀପ ମାଝୀ, ଦିଆଗଲା ଭଲ ଅଫର

ଭୁବନେଶ୍ବର : ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ବିଜେଡିରେ ଯୋଗଦେବେ। ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଉଭୟ ବିଜେଡି ଏବଂ ପ୍ରଦୀପ ରାଜି ହୋଇଛନ୍ତି। ଯାହା ଜଣାପଡୁଛି ଆସନ୍ତା 24 ତାରିଖରେ ସେ ବିଜେଡିରେ ଯୋଗ ଦେବେ।

ତେବେ ସେ ଭୁବନେଶ୍ବରରେ ଯୋଗ ନ ଦେଇ ନବରଙ୍ଗପୁରରେ ମହାସମାରୋହରେ ଯୋଗ ଦେବେ ବୋଲି ଜଣାପଡିଛି। ତେବେ ମୁଖ୍ୟମନ୍ତ୍ରୀ ଅରାଜି ହେଲେ ଭୁବନେଶ୍ବରରେ ଏହି ମିଶ୍ରଣ ପର୍ବ କରାଯିବ ବୋଲି ନିଷ୍ପତି ହୋଇଛି। ପ୍ରଦୀପଙ୍କ ସହିତ ଚିତ୍ରକୋଣ୍ଡାର ପୂର୍ବତନ ବିଧାୟିକା ମମତା ମାଢୀ ମଧ୍ୟ ବିଜେଡିରେ ଯୋଗଦେବାର ସମ୍ଭାବନା ରହିଛି।

ପ୍ରଦୀପ ମାଝି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ନିଷ୍ପତି ହୋଇଛି। ଏହି ନିର୍ଭର ପ୍ରତିଶୃତି ବିଜେଡି ତରଫରୁ ପ୍ରଦାନ କରାଯାଇଛି। କାରଣ ଆସନ୍ତା ବର୍ଷ ତିନୋଟି ରାଜ୍ୟସଭା ଆସନ ଖାଲି ହେଉଛି। ସେଗୁଡିକ ହେଲା ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର ଏବଂ ଏନ ଭାସ୍କର ରାଓ। ଏହି ତିନୋଟିରୁ ଗୋଟିଏ ପ୍ରଦୀପ ନେବେ।

ତେବେ ପ୍ରଦୀପ ମାଝି ବହୁ ପୂର୍ବରୁ ବିଜେଡିରେ ସାମିଲ ହେବାର ଥିଲା। ହେଲେ ନବରଂଗପୁର ବିଜେଡି ତରଫରୁ ଏହାକୁ ବିରୋଧ କରାଯିବାରୁ ତାହା ସ୍ଥଗିତ ଥିଲା। ବିଶେଷ କରି ନବରଂଗପୁର ସାଂସଦ ରମେଶ ମାଝି ଏହାକୁ ନେଇ କୁଆଡେ ଅସନ୍ତୁଷ୍ଠ ଥିଲେ। ପରେ ତାଙ୍କୁ ଏବଂ ଜିଲ୍ଲା ନେତାଙ୍କୁ ଦଳ ତରଫରୁ ବୁଝାବୁଝି କରିବା ପରେ ଏହି ମିଶ୍ରଣ ଚୁଡାନ୍ତ ହୋଇଛି।

ନିକଟରେ କଂଗ୍ରେସର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି ବିଜେଡିରେ ଯୋଗ ଦେଇଛନ୍ତି। ସେ ଗତ ନିର୍ବାଚନରେ କୋଟପାଡରୁ ମନ୍ତ୍ରୀ ପଦ୍ମନୀ ଦିଆନଙ୍କଠାରୁ ହାରିଥିଲେ। ବର୍ତ୍ତମାନ ପ୍ରଦୀପ ମାଝି ଯୋଗଦେବା ପରେ ନବରଂଗପୁର ଜିଲ୍ଲାରେ କଂଗ୍ରେସ ଦୁର୍ଗ ଭୁଷୁଡି ପଡିଛି। ଅନ୍ୟପକ୍ଷରେ ବିଜେଡିର ଦୁର୍ଗ ଦୃଢରୁ ସୁଦୃଢ ହୋଇଛି।

Pradeep Majhi ନବରଂଗପୁର ପ୍ରଦୀପ ମାଝି ପ୍ରଦୀପ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.