Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆରମ୍ଭ ହେଲା ବାତ୍ୟା ଗୁଲାବର ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଗୋପାଳପୁରରୁ ଅଳ୍ପ ଦୂରରେ ରହିଛି
ଜାତୀୟ ଖବର

ଆରମ୍ଭ ହେଲା ବାତ୍ୟା ଗୁଲାବର ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଗୋପାଳପୁରରୁ ଅଳ୍ପ ଦୂରରେ ରହିଛି

September 26, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆରମ୍ଭ ହେଲା ବାତ୍ୟା ଗୁଲାବର ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଗୋପାଳପୁରରୁ ଅଳ୍ପ ଦୂରରେ ରହିଛି

ଭୁବନେଶ୍ବର, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଗୁଲାବ ବର୍ତ୍ତମାନ ବାତ୍ୟା ରୂପ ନେଇଛି। ଗତ 6 ଘଣ୍ଟା ମଧ୍ୟରେ ଏହା ଘଣ୍ଟାକୁ 10 କିଲୋମିଟର ବେଗରେ ସ୍ଥଳଭାଗକୁ ମାଡିଆସୁଛି। ବର୍ତ୍ତମାନ ପାଣିପାଗ ବିଭାଗ ଅନୁସାରେ ଗୁଲାବ ଗୋପାଳପୁରର ଦକ୍ଷିଣପଶ୍ଚିମ ଦିଗର 270 କିଲୋମିଟର ଦୂରରେ ରହିଛି। ଆଜି ସଂଧ୍ୟାରେ ସ୍ଥଳ ଭାଗ ଛୁଇଁବ ବୋଲି ଆକଳନ କରାଯାଇଛି।

ଏହାର ପ୍ରଭାବରେ ବର୍ତ୍ତମାନ ରାଜଧାନୀ ସମେତ ଦକ୍ଷିଣ ଓଡିଶାର ବର୍ଷା ସହିତ ସାମାନ୍ୟ ପବନ ଆରମ୍ଭ ହୋଇଯାଇଛି। ରାଜଧାନୀରେ ସକାଳୁ ସକାଳୁ ପାଗ ସାମାନ୍ୟ ଭଲ ଥିବା ବେଳେ 9ଟା ବେଳକୁ ଏଥିରେ ପରିବର୍ତ୍ତନ ଦେଖାଦେଇଥିଲା। ହଠାତ ମେଘୁଆ ପାଗ ହେବା ସହିତ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ମଝିରେ ମଝିରେ ପ୍ରବଳ ବର୍ଷା ମଧ୍ୟ ଅନୁଭୂତ ହୋଇଛି। ସଂଧ୍ୟା ବେଳକୁ ଏହାର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡିଛି।

ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇ କୁହାଯାଇଛି। ଏଥିସହିତ ସମୁଦ୍ରକୁଳିଆ ଅଞ୍ଚଳଗୁଡିକରେ ସତର୍କ ରହିବା ପାଇଁ ମଧ୍ୟ କୁହାଯାଇଛି। ଦକ୍ଷିଣ ଓଡିଶାର ଜିଲ୍ଲାଗୁଡିକର ଜିଲ୍ଲାପାଳ ଏହା ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି।

ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ମଧ୍ୟ ଗତକାଲିଠାରୁ କରାଯାଇଛି। ଏଥିପାଇଁ 42 ଟି ଓଡ୍ରାଫ ଟିମ ଏବଂ 24ଟି ଏନଡିଆରଏଫ ଟିମକୁ ମଧ୍ୟ ସଜାଗ କରି ରଖାଯାଇଛି। ସେମାନଙ୍କୁ ବାତ୍ୟା ପ୍ରଭାବିତ ଜିଲ୍ଲାଗୁକରେ ମୁତୟନ କରାଯାଇଛି। ଏଥିସହିତ ଅଗ୍ନିଶମ ବିଭାଗ ଏବଂ ତଟ ସୁରକ୍ଷା ବାହିନୀଙ୍କୁ ମଧ୍ୟ ସଜାଗ ରଖାଯାଇଛି।

'ଗୁଲାବ' Cyclone Gulab ବାତ୍ୟା ବାତ୍ୟା ଗୁଲାବ
Share. Facebook Twitter LinkedIn Email WhatsApp Copy Link

Related Posts

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ମହାପ୍ରଭୁଙ୍କ ଦର୍ଶନ କରିବେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ

February 13, 2026

ଦୁଇଟି ବନ୍ଦେ ଭାରତ ଟ୍ରେନ୍ ବନ୍ଦ କଲା ରେଳବାଇ: ଜାଣନ୍ତୁ ରୁଟ ଏବଂ କାରଣ

February 13, 2026
Latest News

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.