Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତି, ସରକାରୀ କର୍ମଚାରୀଙ୍କ ବଢିଲା ପେନସନ, ଜାଣନ୍ତୁ କେଉଁମାନେ ପାଇବେ
ବିଶେଷ ଖବର

ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତି, ସରକାରୀ କର୍ମଚାରୀଙ୍କ ବଢିଲା ପେନସନ, ଜାଣନ୍ତୁ କେଉଁମାନେ ପାଇବେ

October 11, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତି, ସରକାରୀ କର୍ମଚାରୀଙ୍କ ବଢିଲା ପେନସନ, ଜାଣନ୍ତୁ କେଉଁମାନେ ପାଇବେ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏକ ବଡ ନିଷ୍ପତି ନିଆଯାଇଛି। ତାହା ହେଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ପେନସନ ପରିମାଣକୁ ବୃଦ୍ଧି କରିଛନ୍ତି। ଯେଉଁ କର୍ମଚାରୀମାନେ ଜାତୀୟ ପେନସନ ଯୋଜନାରେ ଆସୁଛନ୍ତି ସେମାନେ ଏହି ବର୍ଦ୍ଧିତ ପରିମାଣ ପାଇବେ।

କ୍ୟାବିନେଟର ନିଷ୍ପତି ଅନୁସାରେ କର୍ମଚାରୀଙ୍କ ପେନସନ ପାଇଁ ରାଜ୍ୟ ସରକାର ଯେଉଁ ଅଂଶ ପ୍ରଦାନ କରୁଛନ୍ତି ସେଥିରେ ବୃଦ୍ଧି କରାଯାଇଛି। ପୂର୍ବରୁ ଦିଆଯାଉଥିବା 10 ପ୍ରତିଶତ ରାଜ୍ୟ ଅଂଶକୁ 14 ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ପେନସନ ପିଛାଲା ଭାବେ ଗତ 2019 ଏପ୍ରିଲ 1 ତାରିଖରୁ ଲାଗୁ କରିବା ପାଇଁ କ୍ୟାବିନେଟ ମୋହର ମାରିଛନ୍ତି।

କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଏହା ଦ୍ବାରା ରାଜ୍ୟର 2 ଲକ୍ଷ 8 ହଜାର ରାଜ୍ୟ ସରକାରୀ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ସରକାର 380 କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବେ। ବର୍ତ୍ତମାନ ପିଛିଲା ଭାବେ ଏହା ପ୍ରଦାନ କରାଗଲା ରାଜ୍ୟ ସରକାରଙ୍କୁ 772 କୋଟି ଟଙ୍କା ଦେବାକୁ ପଡିବ।

ଏହି ବର୍ଦ୍ଧିତ ପେନସନ ଅଂଶ ରାଜ୍ୟ ସରକାରଙ୍କ ଗ୍ରୁପ ବି,ସି, ଡି ଏବଂ କଣ୍ଟ୍ରାଚ୍ୟୁୟାଲ କର୍ମଚାରୀ ପାଇବେ। ଏଥିସହିତ ସରକାରୀ ଏଡେଡ୍ ଶିକ୍ଷାନୁଷ୍ଠାନ କର୍ମଚାରୀ ମଧ୍ୟ ଏହି ବର୍ଦ୍ଧିତ ପେନସନ ଯୋଜନାର ଲାଭ ପାଇପାରିବେ। ଏଥିସହିତ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରଙ୍କୁ ମଧ୍ୟ ଏହି ପେନସନ ଦେବାକୁ ନିଷ୍ପତି ହୋଇଛି।

ଆଜି 35 ତମ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ 17ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନିଷ୍ପତି ନିଆଯାଇଥିଲା।

ଓଡିଶା କ୍ୟାବିନେଟ ବୈଠକ କ୍ୟାବିନେଟ ପେନସନ ଯୋଜନା ରାଜ୍ୟ ସରକାରୀ କର୍ମଚାରୀ ସରକାରୀ କର୍ମଚାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.