Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପିଏମ୍ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ
ଜାତୀୟ ଖବର

ପିଏମ୍ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

October 25, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା୨୫.୧୦.୨୦୨୧)ପିଏମ୍ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନକୁ ଉଦ୍‌ଘାଟନ କରିଛନ୍ତି। ସେ ବାରଣାସୀରେ ୫୨୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଉତ୍ତରପ୍ରଦେଶ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ  ଡକ୍ଟର ମନସୁଖ ମାଣ୍ଡଭିୟା, ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ, ରାଜ୍ୟମନ୍ତ୍ରୀ ଓ ଲୋକ ପ୍ରତିନିଧିମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ବୈଶ୍ୱିକ ମହାମାରୀ ବିରୁଦ୍ଧରେ ସଂଗ୍ରାମ କରି ଦେଶ ଶହେ କୋଟି ଟିକା ଡୋଜ ପ୍ରଦାନର ସଫଳତା ହାସଲ କରିଛି। ବାବା ବିଶ୍ୱନାଥଙ୍କ ଆଶୀର୍ବାଦ, ମା’ ଗଙ୍ଗାଙ୍କ ଅମଳିନ ଗୌରବ ଓ ସହଜେ ଦୋହଲୁ ନ ଥିବା କାଶୀବାସୀଙ୍କ ବିଶ୍ୱାସ ଯୋଗୁଁ ସମସ୍ତଙ୍କ ନିମନ୍ତେ ମାଗଣା ଟିକା ଅଭିଯାନ ସଫଳତାର ସହ ଆଗେଇ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସ୍ୱାଧୀନତ୍ୱର ଭାରତବର୍ଷରେ ବହୁ ବର୍ଷ ଧରି ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରତି ଉପଯୁକ୍ତ ଧ୍ୟାନ ଦିଆ ନ ଯିବା ଯୋଗୁଁ ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ ଉପଯୁକ୍ତ ଉପଚାର ପାଇଁ ନାଗରିକମାନଙ୍କୁ ଏଣେତେଣେ ଯିବାକୁ ପଡି ଆର୍ଥିକ ଅନଟନ ଓ ଖରାପ ଅବସ୍ଥାର ଶିକାର ହେବାକୁ ପଡିଥିଲା ବୋଲି କହିଛନ୍ତି। ମେଡିକାଲ ଚିକିତ୍ସା ନେଇ ସବୁଠାରୁ ଅଧିକ କଷ୍ଟ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ବ୍ୟକ୍ତିଙ୍କୁ ଭୋଗିବାକୁ ପଡିଥିଲା। ଯେଉଁମାନେ ଶାସନରେ ଦୀର୍ଘଦିନ ଧରି ଥିଲେ ଦେଶର ସାମଗ୍ରିକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଠିକ୍ କରିଥିବା ପରିବର୍ତ୍ତେ ସେମାନେ ଜନସାଧାରଣଙ୍କୁ ସେବାରୁ ବଞ୍ଚିତ କଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଭିତ୍ତିଭୂମି ମିଶନ ଏହିସବୁ ଅଭାବ ଅସୁବିଧା ଦୂରକରିବା ପାଇଁ ଉଦ୍ଦିଷ୍ଟ। ଆଗାମୀ ଚାରି-ପାଞ୍ଚ ବର୍ଷ ମଧ୍ୟରେ ଗ୍ରାମରୁ ମଣ୍ଡଳ, ମଣ୍ଡଳରୁ ଜିଲ୍ଲା ଓ ଜିଲ୍ଲା ବା ଆଞ୍ଚଳିକରୁ ଜାତୀୟସ୍ତର ମଧ୍ୟ ସ୍ୱାସ୍ଥ୍ୟ ସେବାକୁ କାର୍ଯ୍ୟକ୍ଷମ କରିବା ଏହା ଉଦ୍ଦେଶ୍ୟ। ଏହି ନୂତନ ମିଶନ ଅଧୀନରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିଲକ୍ଷିତ ଭୂଲଭଟକା ଦୂର କରିବା ପାଇଁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନର ତିନିଟି ପ୍ରମୁଖ ପଦକ୍ଷେପ ରହିଛି। ପ୍ରଥମ ହେଉଛି, ବିସ୍ତୃତ ନିଦାନ ନିରୂପଣ ଓ ଉପଚାର ସୁବିଧା। ଏହି ପଦକ୍ଷେପ ଯୋଗୁଁ ଦେଶର ଗ୍ରାମ ଓ ସହରଗୁଡିକରେ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ରମାନ ଖୋଲାଯାଉଛି। ଏହିସବୁ କେନ୍ଦ୍ରଗୁଡିକରେ ସଅଳ ରୋଗନିରୂପଣ ସୁବିଧାମାନ ରହିବ। ସୁବିଧାଗୁଡିକ ମଧ୍ୟରେ ନିଃଶୁଳ୍କ ମେଡିକାଲ ପରାମର୍ଶ, ମୁକ୍ତ ପରୀକ୍ଷା ଓ ଔଷଧ ଅନ୍ତର୍ଭୁକ୍ତ । ଗୁରୁତର ରୋଗ ନିମନ୍ତେ ୩୫ହଜାର ନୂତନ ଜଟିଳ ରୋଗଚିକିତ୍ସା ଶଯ୍ୟା ୬୦୦ଟି ଜିଲ୍ଳାରେ ବ୍ୟବସ୍ଥା କରାଯିବା ସହ ୧୨୫ଟି ଜିଲ୍ଳାରେ ରେଫରାଲ କେନ୍ଦ୍ର ରହିଛି।

ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଦୃଷ୍ଟିକୋଣ ହେଲା ରୋଗ ନିରୂପଣ ପଦ୍ଧତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ମିଶନ ଅଧୀନରେ ରୋଗ ନିରୂପଣ ଓ ତଦାରଖ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ଏହି ଯୋଜନା ଅଧୀନରେ ଦେଶର ୭୩୦ଟି ଜିଲ୍ଳା, ତିନିହଜାର ବ୍ଲକ ପବ୍ଳିକ ହେଲ୍ପ ୟୁନିଟ୍ ସହ ସମନ୍ୱିତ ହେବ। ଏହା ବ୍ୟତୀତ ରୋଗ ନିୟନ୍ତ୍ରଣ ନିମନ୍ତେ ପାଞ୍ଚଟି ଆଞ୍ଚଳିକ ଜାତୀୟ କେନ୍ଦ୍ର, ୨୦ଟି ମହାନଗର ୟୁନିଟ୍ ଓ ୧୫ଟି ବିଏସଏଲ ପରୀକ୍ଷାଗାର ଏହି ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ ତୃତୀୟ ପଦକ୍ଷେପ ହେଲା। ମହାମାରୀ ଅନୁଧ୍ୟାନ କରୁଥିବା ଗବେଷଣା ପ୍ରତିଷ୍ଠାନଗୁଡିକର ସମ୍ପ୍ରସାରଣ। ବର୍ତ୍ତମାନ ଥିବା ୮୦ଟି ଭୂତାଣୁ ନିରୂପଣ ଓ ଗବେଷଣା ପରୀକ୍ଷାଗାର ଆହୁରି ଉନ୍ନତ କରାଯିବ। ୧୫ଟି ଜୈବ ନିରାପତ୍ତାସ୍ତରୀୟ ୧୫ଟି ପରୀକ୍ଷାଗାର କାର୍ଯ୍ୟକ୍ଷମ ହେବ। ୪ଟି ଜାତୀୟ ଭୂତାଣୁ ତତ୍ତ୍ୱ ପ୍ରତିଷ୍ଠାନ ଓ ଗୋଟିଏ ଜାତୀୟ ଏକକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯିବ। ଡବ୍ଲୁଏଚଓ ଆଞ୍ଚଳିକ ଗବେଷଣା ପ୍ଲାଟଫର୍ମ ଫର ଦକ୍ଷିଣ ଏସୀୟା ଏହି କାର୍ଯ୍ୟକୁ ଅନୁଧ୍ୟାନ କରିବ। “ଏହାର ଅର୍ଥ ହେଲା ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଉପଚାର ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଗବେଷଣା ପର୍ଯ୍ୟନ୍ତ ସମସ୍ତ ପଦ୍ଧତି ସମଗ୍ର ଦେଶରେ ବିକଶିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତଭୂମି ମିଶନ ସ୍ୱାସ୍ଥ୍ୟସେବା ସହ ଏକ ଆତ୍ମନିର୍ଭର ଭାରତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। “ଏହା ଦ୍ୱାରା ସାମଗ୍ରିକ ସ୍ୱାସ୍ଥ୍ୟ ସେବା ବିକଶିତ ହେବ। ଏହାର ଅର୍ଥ ହେଉଛି  ସ୍ୱାସ୍ଥ୍ୟ ସେବା ସହଜ ଲବ୍ଧ ଓ କମ୍ ବ୍ୟୟସାପେକ୍ଷ ହେବ।” ଶ୍ରୀ ମୋଦି କହିଛନ୍ତି ଯେ ସାମଗ୍ରିକ ସ୍ୱାସ୍ଥ୍ୟ ଯତ୍ନ ସହ ସୁଧାର ମଧ୍ୟ ଦେଇଥାଏ। ସ୍ୱଚ୍ଛଭାରତ ମିଶନ, ଜଳଜୀବନ ମିଶନ୍‌, ଉଜ୍ଜଳା, ପୋଷଣ ଅଭିଯାନ, ମିଶନ ଇନ୍ଦ୍ରଧନୁଷ ଭଳି ଯୋଜନା କୋଟି କୋଟି ଜନସାଧାରଣଙ୍କୁ ରୋଗରୁ ବଞ୍ଚାଇଛି। ଦୁଇକୋଟିରୁ ଅଧିକ ଗରିବ ଲୋକ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଉପଚାର ପାଇଥିବା ବେଳେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଜରିଆରେ କରାଯାଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଉତ୍ତରପ୍ରଦେଶରେ ଯେଉଁ ଗତିରେ ମେଡିକାଲ କଲେଜ ଖୋଲୁଛି ଏହାର ପ୍ରଭାବ ନିଶ୍ଚୟ ମେଡିକାଲ ସିଟ୍ ଓ ଡାକ୍ତର ସୃଷ୍ଟିରେ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅଧିକ ସ୍ଥାନ ସଂଖ୍ୟା ବୃଦ୍ଧି ଯୋଗୁଁ ଏବେ ଗରିବ ମାତାପିତାଙ୍କ ପିଲାମାନେ ମଧ୍ୟ ଡାକ୍ତର ହେବାର ସ୍ୱପ୍ନ ସାକାର କରିପାରିବେ।

ବିଗତ ଦିନର ପବିତ୍ର କାଶୀ ମହାନଗରୀର ଦୁର୍ଦ୍ଧଶା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନଗରୀର ଭିତ୍ତିଭୂମିକୁ ନଗରବାସୀ ପ୍ରାୟ ଆଦରି ନେଇଥିଲେ। ଏଥିରେ ଆଜି ପରିବର୍ତ୍ତନ ଘଟିଛି।” ଗତ ସାତବର୍ଷ ମଧ୍ୟରେ ବାରଣାସୀରେ ହୋଇଥିବା କାର୍ଯ୍ୟ ବିଗତ ଅନେକ ଦଶନ୍ଧି ମଧ୍ୟରେ ମଧ୍ୟ ହୋଇ ନ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ କିଛି ବର୍ଷ ମଧ୍ୟରେ ବିଏଚୟୁ ର ବୈଶ୍ୱିକ ସଫଳତା କାଶୀର ଏକ ଉତ୍କର୍ଷ ସଦୃଶ। “ଆଜି ପ୍ରଯୁକ୍ତିରୁ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ବିଏଚୟୁରେ ଅଭୂତପୂର୍ବ ସୁବିଧାମାନ କରାଯାଇଛି। ଦେଶର କୋଣ ଅନୁକୋଣରୁ ଯୁବ ବନ୍ଧୁମାନେ ଏଠାକୁ ଶିକ୍ଷାଲାଭ  ପାଇଁ ଆସୁଛନ୍ତି” ବୋଲି ସେ କହିଥିଲେ।

ବିଗତ ପାଞ୍ଚବର୍ଷରେ ବାରଣାସୀରେ ଖଦୀରେ ଶତକଡା ୬୦ଭାଗ ଉତ୍ପାଦନ  ଓ ୯୦ଭାଗ ବିକ୍ରୟ ବୃଦ୍ଧିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ପୁଣି ଥରେ ସ୍ଥାନୀୟ ସାମଗ୍ରୀ ଉପରେ ପ୍ରାଧାନ୍ୟ ଦେଇ ଭୋକାଲ ଫର ଲୋକାଲ  ହେବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଲୋକାଲ ଅର୍ଥ କେବଳ ଦୀପ ତିଆରି ଭଳି ନୁହେଁ, ବରଂ ପର୍ବପର୍ବାଣୀରେ ଦେଶବାସୀଙ୍କ କଠିନ ଶ୍ରମ ଓ ପୃଷ୍ଠପୋଷକତାର ପ୍ରତିଫଳନ ଆବଶ୍ୟକ।

Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା: ବଙ୍ଗଳାରେ ବିଚାରପତିମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି

April 22, 2026

ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ, ୨୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ କଲେ ସର୍ଭେ

April 22, 2026

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ପଶ୍ଚିମ ଏସିଆର ପରିସ୍ଥିତିକୁ ସାମ୍ବାଦିକ ସମ୍ମିଳନୀ

April 21, 2026
Latest News

ଇଥାନଲ୍ ଉପରେ ନିୟମ ପରିବର୍ତ୍ତନ କଲେ ସରକାର, ମହଙ୍ଗା ବିମାନ ଯାତ୍ରା ହେବ ଶସ୍ତା !

April 22, 2026

ଟ୍ରମ୍ପ ଦେଲେ ଖୁସି ଖବର: ଇରାନ ସହିତ ହୋଇପାରେ ଶାନ୍ତି ଆଲୋଚନା

April 22, 2026

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା: ବଙ୍ଗଳାରେ ବିଚାରପତିମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି

April 22, 2026

ପ୍ରଥମ ଚିଲିକା ପୁସ୍ତକ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

April 22, 2026

ବ୍ରହ୍ମପୁର ରେଳ ଷ୍ଟେସନର ହେବ ଆଧୁନିକୀକରଣ; ୩ଟି ନୂଆ ଲାଇନ ସହ ଦକ୍ଷିଣ ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତିଫଳନ

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.