Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିରୋଧୀଙ୍କ ଲାଗି ନାଲି ଆଖି ହେଲେ ଶାସକ ଦଳକୁ ସଲାମ, ନିର୍ବାଚନ କମିଶନଙ୍କ ଅମେରୁଦଣ୍ଡୀ ଅବସ୍ଥା
ବିଶେଷ ଖବର

ବିରୋଧୀଙ୍କ ଲାଗି ନାଲି ଆଖି ହେଲେ ଶାସକ ଦଳକୁ ସଲାମ, ନିର୍ବାଚନ କମିଶନଙ୍କ ଅମେରୁଦଣ୍ଡୀ ଅବସ୍ଥା

April 18, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Election Commission flying squad searches Odisha CM's helicopter
Election Commission flying squad searches Odisha CM's helicopter

କେଦାର ମିଶ୍ର

ଗତ ତିନିଦିନ ତଳେ ମାନ୍ୟବର ସୁପ୍ରିମ କୋର୍ଟ ଭାରତର ନିର୍ବାଚନ କମିଶନଙ୍କୁ ପଚାରିଥିଲେ ଯେ, ନିଜର କ୍ଷମତା ଓ ଶକ୍ତି ସମ୍ପର୍କରେ କମିଶନ କିଛି ଜାଣନ୍ତି ନା ନାହିଁ। ଏହାର ଉତ୍ତର ରଖି ନିର୍ବାଚନ କମିଶନଙ୍କ ଓକିଲ କହିଥିଲେ ଯେ, ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କଲେ, କମିଶନ କେବଳ ନୋଟିସ କରିପାରିବେ କିମ୍ବା ତାଗିଦ କରିପାରିବେ। ତେବେ ଏକଥା କହିବାର ମାତ୍ର କେଇ ଘଣ୍ଟା ଭିତରେ କମିଶନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବହୁଜନ ସମାଜ ପାର୍ଟି ର ମୁଖ୍ୟ ମାୟାବତୀ, କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ ଓ ସମାଜବାଦୀ ପାର୍ଟି ନେତା ଆଜମ ଖାଁଙ୍କ ବିରୋଧରେ ଦୃଢ କାର୍ୟାନୁଷ୍ଠାନ ଗ୍ରହଣ କଲେ। ଉତ୍ତେଜକ ଭାଷଣ ଓ ନିର୍ବାଚନ ସଭାରେ ସେନା ବାହିନୀର ଅପବ୍ୟବହାର କରିବା କାରଣରୁ ଏହି ନେତାମାନଙ୍କର ନିର୍ବାଚନ ପ୍ରଚାର କରିବା ଉପରେ ସାମୟିକ ପ୍ରତିବନ୍ଧକ ଲଗାଗଲା। ଏ ପ୍ରକାର କାର୍ୟାନୁଷ୍ଠାନ ଯଦିଓ ଯଥେଷ୍ଟ ନୁହେଁ, ତେବେ ଏହା କିଛିଟା ଶକ୍ତ ସଙ୍କେତ ଦେଇଥିଲା। ନିର୍ବାଚନ କମିଶନ ଯେ ପୂରା ଅମେରୁଦଣ୍ଡୀ ନୁହନ୍ତି, ସେକଥା ବିଶ୍ବାସକୁ ଆସିଥିଲା। ତେବେ ଏହାର ୨୪ ଘଣ୍ଟା ପରେ ନିର୍ବାଚନ କମିଶନ ପୁଣିଥରେ ନିଜର “ନିଦାବିଷ୍ଣୁ” ଅବତାରକୁ ଫେରି ଯାଇଛନ୍ତି।

ଇତି ମଧ୍ୟରେ ଏମିତି କିଛି ଘଟନା ଘଟିଛି, ଯାହାକି ନିର୍ବାଚନ କମିଶନଙ୍କ ଅସହାୟତାକୁ ପଦାରେ ପକାଇ ଦେଇଛି। ଗତ ୧୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସିଥିବାବେଳେ ତାଙ୍କ ହେଲିକପ୍ଟରକୁ ସମ୍ବଲପୁରର ନିର୍ବାଚନ ପର୍ଯ୍ୟବେକ୍ଷକ  ମହମ୍ମଦ ମହସିନ ଯାଞ୍ଚ କରିଥିଲେ। ଏହାର ପରିଣତି ସ୍ଵରୂପ ଶ୍ରୀ ମହସିନଙ୍କୁ  କାର୍ୟରୁ ନିଲମ୍ବିତ କରାଯାଇଛି। ଏଠି ବୁଝା ପଡୁନାହିଁ, ଶ୍ରୀ ମହସିନ କି ଅପରାଧ କଲେ ଯେ ତାଙ୍କୁ ନିର୍ବାଚନ କମିଶନ ନିଲମ୍ବିତ କଲେ? ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ଜଣେ ଦଳୀୟ ପଦାଧିକାରୀ ଓ ତାଙ୍କୁ ଅନ୍ୟ ଦଳର ପ୍ରତିଯୋଗୀଙ୍କ ସହିତ ସମାନ ବ୍ୟବହାର ନିର୍ବାଚନ କମିଶନ ପ୍ରଦର୍ଶନ କରିବା କଥା। ତାହା ନକରି, ନିଷ୍ଠାପର ଭାବରେ କାର୍ୟ ସମ୍ପାଦନ କରିଥିବା ଜଣେ ଅଧିକାରୀଙ୍କୁ ଦଣ୍ଡିତ କରିବା, ନିର୍ବାଚନ କମିଶନଙ୍କ ଭିତିରି ଉଦ୍ଦେଶ୍ୟ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଖୋଦ ପ୍ରଧାନମନ୍ତ୍ରୀ ନିୟମିତ ଭାବରେ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିଲେ ମଧ୍ୟ, ତାଙ୍କୁ ନୋଟିସ ପଠାଇବାର ସାହସ କମିଶନ ପାଖରେ ନାହିଁ। ବାରଂବାର ସେନା ବାହିନୀ ଓ ବୈଦେଶିକ ନୀତିକୁ ଆକାରଣରେ ନିର୍ବାଚନୀ ସଭାମାନଙ୍କରେ ରଖୁଥିବା ଓ ଅନେକ ସମୟରେ ଅରୁଚିକର ବ୍ୟକ୍ତିଗତ ଟିପ୍ପଣୀ ରଖୁଥିବା ନରେନ୍ଦ୍ର ମୋଦୀଙ୍କୁ କମିଶନ ପ୍ରାଣରେ ଭୟ କରୁଥିଲା ପରି ମନେ ହେଉଛି। ପ୍ରଧାନମନ୍ତ୍ରୀ କାର୍ୟାଳୟ ର ଆପତ୍ତି କ୍ରମେ ଜଣେ ପର୍ୟବେକ୍ଷକଙ୍କ ଉପରେ ଅବାନ୍ତର କାର୍ୟାନୁଷ୍ଠାନ ଗ୍ରହଣ କରି ନିର୍ବାଚନ କମିଶନ ପ୍ରମାଣିତ କରିଦେଇଛନ୍ତି ଯେ, ସେମାନେ କେବଳ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ରହି କାମ କରୁଛନ୍ତି। ଏମିତି ଏକ ପରାଧୀନ କମିଶନ ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା କରିପାରିବ ବୋଲି ଆମେ ସାଧାରଣ ନାଗରିକ ମାନେ ବିଶ୍ଵାସ କରିବୁ କେମିତି ?

ଇତି ମଧ୍ୟରେ ଆହୁରି ଦୁଇଟି ଘଟନା ମଧ୍ୟ ସାମନାକୁ ଆସିଛି। ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଯାଞ୍ଚ କରିବାକୁ ନିର୍ବାଚନ କମିଶନଙ୍କ ପର୍ୟବେକ୍ଷକ ଆସିବାରୁ ଶ୍ରୀ ପ୍ରଧାନ ଉପସ୍ଥିତ ଅଧିକାରୀ ଓ ପୋଲିସଙ୍କୁ ଅତି କଦର୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଅପମାନିତ କରିଥିବା କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଏଯାଏ ନିର୍ବାଚନ କମିଶନ ନୀରବ ରହିଛନ୍ତି। ଅପରପକ୍ଷରେ ଆଜି ହଠାତ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ଵାମୀ ଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି। ଉଭୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁଟକେଶକୁ ମଧ୍ୟ ଖୋଲିକି ତନ୍ନ ତନ୍ନ ଭାବରେ ଯାଞ୍ଚ କରାଯାଇଛି। ନବୀନ ବାବୁ ଅତ୍ୟନ୍ତ ସ୍ଥିର ଭାବରେ ଏହି ତଦନ୍ତରେ ସହାୟତା କରିଥିଲେ, କିନ୍ତୁ ତାର ଠିକ ବିପରୀତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସରକାରୀ ଅଧିକାରୀମାନଙ୍କୁ ଖୋଲାଖୋଲି ଧମକ ଦେବା ସହିତ ସେମାନଙ୍କୁ ଅପମାନିତ କରିଥିଲେ। ଏହି ନିର୍ବାଚନ ସମୟରେ ଅନେକ ସ୍ଥଳରେ ଧର୍ମେନ୍ଦ୍ର ପ୍ରଧାନ ସରକାରୀ ଅଧିକାରୀ ଓ ପୋଲିସକୁ ଖୋଲାଖୋଲି ଧମକ ଦେଉଥିଲେ ମଧ୍ୟ ତାଙ୍କ ବିରୋଧରେ ନିର୍ବାଚନ ଅଧିକାରୀ କାର୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ବିରୋଧୀ ଦଳର ନେତା ଓ ମୁଖ୍ୟମନ୍ତ୍ରୀମାନଙ୍କ ଉପରେ ହାକିମାତି ଦେଖାଉଥିବା ନିର୍ବାଚନ କମିଶନ ବିଜେପି ପ୍ରତି ଏତେ କୋହଳ କାହିଁକି? ଆଜି ପର୍ୟନ୍ତ ସବୁ ପ୍ରମୁଖ ବିରୋଧୀ ନେତାଙ୍କ ଉପରେ ନିର୍ବାଚନ କମିଶନ ଓ ଆୟକର ବିଭାଗ ଚଢାଉ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଓ ବିଜେପି ସଭାପତିଙ୍କ ପ୍ରତି କମିଶନଙ୍କ ମାତ୍ରାଧିକ ଭୟ ରହିଛି କି ?

ଯଦି ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀ କମିଶନଙ୍କ ଯାଞ୍ଚର ସମ୍ମୁଖୀନ ହେବେ, ତାହେଲେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରାଯିବ ନାହିଁ କାହିଁକି ? ବିଜେପି ସଭାପତି ଅମିତ ଶାହଙ୍କ ହେଲିକପ୍ଟର କେତେଥର ଯାଞ୍ଚ ହେଲାଣି ? କେନ୍ଦ୍ରମନ୍ତ୍ରୀମାନେ ଯାଞ୍ଚକାରୀ ଅଧିକାରୀଙ୍କୁ ଧମକ ଦେଉଥିବାବେଳେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଦାୟର ହେଉନାହିଁ କାହିଁକି?

ପ୍ରଥମଥର ଲାଗି ଆମ ଦେଶରେ ନିର୍ବାଚନ କମିଶନ ସବୁଠୁ ଡରୁଆ ଓ ମାନ୍ଦା ଲାଗୁଛନ୍ତି। ବୋଧେ ଏ ଦେଶର ନିର୍ବାଚନ ସମୟରେ ସବୁଠୁ ଶକ୍ତିଶାଳୀ ହେବାର କ୍ଷମତା ରଖିଥିବା ନିର୍ବାଚନ କମିଶନ ନିଜ କ୍ଷମତା ବିଷୟରେ ସଚେତନ ଇ ନୁହନ୍ତି!

ହେଲିକାପ୍ଟରଯାଞ୍ଚ
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.