Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ଭୁବନେଶ୍ୱରରେ ପହଁଚିବ ବିଜୟ ମଶାଲ, ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି
ଜାତୀୟ ଖବର

ଆଜି ଭୁବନେଶ୍ୱରରେ ପହଁଚିବ ବିଜୟ ମଶାଲ, ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି

October 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ଭୁବନେଶ୍ୱରରେ ପହଁଚିବ ବିଜୟ ମଶାଲ, ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର : ୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତି ପାଳନ ଉପଲକ୍ଷେ ଅକ୍ଟୋବର ୨୦ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଓଡିଶାରେ ଅମର ଯବାନ ଜ୍ୟୋତିର ସ୍ୱର୍ଣ୍ଣିମ ବିଜୟ ମଶାଲ ୨୯ ତାରିଖରେ ଭୁବନେଶ୍ୱରରେ ପହଁଚିବ। ଏହି ବିଜୟ ମଶାଲ ତଥା ୧୯୭୧ ଯୁଦ୍ଧର ବୀର ଯବାନମାନମାନଙ୍କ ସମ୍ମାନ ପ୍ରଦର୍ଶନ ନିମନ୍ତେ ଭୁବନେଶ୍ୱର ସ୍ଥିତ ୧୨୦ ବାଟାଲିୟନ ଷ୍ଟେସନ ହେଡ୍‌କ୍ୱାଟର୍ସ ତରଫରୁ ଓଡିଶା ସରକାରଙ୍କ ସହଯୋଗର ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏହା ଆଇ.ଏନ୍‌.ଏସ୍ ଚିଲିକାଠାରେ ଥିବା ଏହି ବିଜୟ ମଶାଲ ଶୁକ୍ରବାର ଅପରାହ୍ଣ ପ୍ରାୟ ୧୨.୩୦ରୁ ୧.୩୦ ମଧ୍ୟରେ ତମାଣ୍ଡୋ ଠାରେ ଓ ୧. ୩୦ମି.ରୁ ୩ଟା ମଧ୍ୟରେ ଭୁବନେଶ୍ୱର ୧୨୦ ବାଟାଲିୟନରେ ପହଁଚିବ। ଅକ୍ଟୋବର ୩୦ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହା ଭୁବନେଶ୍ୱର ଓ ୪ ତାରିଖରେ କଟକରେ ରହୁଥିବା ୧୯୭୧ ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ବୀର ଯବାନମାନଙ୍କ ଗୃହକୁ ବିଭିନ୍ନ ସମୟରେ ଯାତ୍ରା କରିବ।

୩୦ ତାରିଖ ଅପରାହ୍ଣରେ ରାଜ ଭବନରେ ବିଜୟ ମଶାଲକୁ ସମ୍ମାନ ପ୍ରଦର୍ଶନ କରାଯିବା ସହ ବୀର ଯବାନମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ୩୧ ତାରିଖରେ ଜୟଦେବ ବିହାର ସ୍ଥିତ ଆର୍‌.ବି.ଏଲ୍ ବ୍ୟାଙ୍କଠାରୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଇକେଲ ଶୋଭାଯାତ୍ରାରେ ବିଜୟ ମଶାଲ ଖଣ୍ଡଗିରି, ପଳାସପଲୀ୍ଲ. ନବୀନ ନିବାସ, ଫରେଷ୍ଟପାର୍କ, ଶିଶୁ ଭବନ,ମାଉସୀମା ମନ୍ଦିର ଛକ ଦେଇ ହୋଟେଲ ଗ୍ରାଣ୍ଡ ଆସିବ। ଏହି ଦିନ ସଂଧ୍ୟାରେ ରବିନ୍ଦ୍ର ମଣ୍ଡପଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

କୋଭିଡ୍ କଟକଣା ଅନୁପାଳନ ଦୃଷ୍ଟିରୁ ସେଠାରେ ସିମୀତ ସଂଖ୍ୟକ ଅତିଥି ଓ ଯୁଦ୍ଧ ବୀର ଯବାନମାନେ ଉପସ୍ଥିତ ରହିବେ। ୧ ତାରିଖ ସକାଳେ ବିଜୟ ମଶାଲ ସୈନିକ ସ୍କୁଲ ଯାତ୍ରା କରିବା ସହିତ ସେଠାରେ ସ୍କୁଲ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଦିନ ପୂର୍ବାହ୍ନରେ ବି.ଏସ୍‌.ଏଫ୍ ଓ ୨ ତାରିଖ ସକାଳେ ବିଜୟ ମଶାଲ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଓ ୩ ତାରିଖରେ ଡିଏଭି ପବ୍ଲିକ୍ ସ୍କୁଲ,ୟୁନିଟ୍‌-୮ ଏବଂ ଏନ୍‌.ସି.ସି କ୍ୟାମ୍ପ,ଆଦିବାସୀ ପଡିଆ-ୟୁନିଟ୍‌-୧ରେ ପହଁଚିବ।

୫ ତାରିଖ ସକାଳେ ବିଜୟ ମଶାଲ ପୁରୀ ସମୁଦ୍ରକୂଳଠାରେ ଆୟୋଜିତ ବାଲୁକା କଳା ପ୍ରଦର୍ଶନୀ ସ୍ଥଳରେ ପହଁଚିବ। ସେଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବା ସହିତ ପରେ ପରେ ବିଜୟ ମଶାଲ ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଯାତ୍ରା କରିବ। ୬ ତାରିଖ ସକାଳେ ଏହା ବାଲେଶ୍ୱର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ୧୨୦ ବାଟାଲିୟନ ଷ୍ଟେସନ ହେଡ୍‌କ୍ୱାଟର୍ସ, ଭୁବନେଶ୍ୱର ତରଫରୁ ସୂଚନା ଦିଆଯାଇଛି ।

ବିଜୟ ମଶାଲ
Share. Facebook Twitter LinkedIn Email WhatsApp Copy Link

Related Posts

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026

ପଞ୍ଜାବ ପେପର୍ ଲିକ୍ ଉପରେ NDA ର ପ୍ରତିବାଦ: ଇସ୍ତଫା ଦାବି

July 28, 2026

“ତଦନ୍ତ ଏବଂ ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର ହେଉ”: CJP ପ୍ରତିବାଦରେ ଲାଠିଚାର୍ଜ ଉପରେ ସୁପ୍ରିମକୋର୍ଟ

July 28, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ବ୍ୟାନ୍ କରିବା ପାଇଁ ପରିଣାମ ଭୋଗିବ ଫେସବୁକ୍!: ସମନ୍ କଲେ ସରକାର

July 28, 2026
Latest News

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026

ପଞ୍ଜାବ ପେପର୍ ଲିକ୍ ଉପରେ NDA ର ପ୍ରତିବାଦ: ଇସ୍ତଫା ଦାବି

July 28, 2026

“ତଦନ୍ତ ଏବଂ ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର ହେଉ”: CJP ପ୍ରତିବାଦରେ ଲାଠିଚାର୍ଜ ଉପରେ ସୁପ୍ରିମକୋର୍ଟ

July 28, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ବ୍ୟାନ୍ କରିବା ପାଇଁ ପରିଣାମ ଭୋଗିବ ଫେସବୁକ୍!: ସମନ୍ କଲେ ସରକାର

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.