Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନଭେମ୍ବର ୧୬ ତାରିଖରୁ ଖୋଲିବ ସମସ୍ତ ସ୍କୁଲ କଲେଜ, ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ
ଜାତୀୟ ଖବର

ନଭେମ୍ବର ୧୬ ତାରିଖରୁ ଖୋଲିବ ସମସ୍ତ ସ୍କୁଲ କଲେଜ, ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ

October 29, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ନଭେମ୍ବର 16 ତାରିଖରୁ ସମସ୍ତ ସ୍କୁଲ କଲେଜ ଖୋଲିବାକୁ ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ

କୋଲକାତା: ଆସନ୍ତା ନଭେମ୍ବର ୧୬ ତାରିଖରୁ ସମସ୍ତ କଲେଜ ଏବଂ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପଶ୍ଚିମବଂଗ ସରକାର ଗତକାଲି ରାତିରେ ଏହି ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଏ ନେଇ ଆଜି ସମସ୍ତ ସ୍କୁଲ କଲେଜ ଏବଂ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି।

ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ନଭେମ୍ବର ୧୬ ତାରିଖରୁ ପୂର୍ବପରି ଯେପରି କ୍ଲାସରେ ପାଠ ପଢାଯାଉଥିଲା ସେହିପରି ପାଠ ପଢାଯିବ। ତେବେ କୋଭିଡ କଟକଣାକୁ ମାନି ଏହି କ୍ଲାସ କରାଯିବ। ସେଥିପାଇଁ କଲେଜ କିମ୍ବା ସ୍କୁଲ କର୍ତ୍ତପକ୍ଷ ନଭେମ୍ବର 1 ତାରିଖରୁ କାର୍ଯ୍ୟରେ ଯୋଗ ଦେବେ।

ଯେହେତୁ ୨୦ ମାସ ଧରି ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ଥିଲା, ସେଥିପାଇଁ ପୂର୍ବରୁ ପ୍ରସ୍ତୁତି ନିମନ୍ତେ ଶିକ୍ଷାନୁଷ୍ଠାନ କର୍ତ୍ତୁପକ୍ଷ ନଭେମ୍ବର 1 ତାରିଖରୁ କାର୍ଯ୍ୟରେ ଯୋଗଦେବେ। ଏଥିସହିତ ଜିଲ୍ଲପାଳମାନଙ୍କୁ ମଧ୍ୟ ଏହାର ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ନଭେମ୍ବର ୧୬ ତାରିଖରେ ଶିକ୍ଷାନୁଷ୍ଠାନ ଖୋଲିବା ଉପଯୁକ୍ତ ବୋଲି ନିଶ୍ଚିତ କରିବେ।

ସେହିପରି ରେଳ ଏବଂ ବସ ସେବାରେ ଛାତ୍ରଛାତ୍ରୀଙ୍କୁ ସୁବିଧା ଦେବା ପାଇଁ ମଧ୍ୟ ସଂପୃକ୍ତ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କର ଯାତାୟତ ପାଶ ବ୍ୟବସ୍ଥା କରିବାକୁ ମଧ୍ୟ ସଂପୃକ୍ତ କର୍ତ୍ତୁପକ୍ଷଙ୍କୁ କୁହାଯାଇଛି। ଏହି ନିର୍ଦ୍ଦେଶନାମା ଉଭୟ ସ୍କୁଲ ଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରଦାନ କରାଯାଇଛି।

ଗତ ସୋମବାର ଦିନ ସିଲିଗୁଡିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକ ନଭେମ୍ବର ୧୬ ତାରିଖରେ ଖୋଲିବ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ଉଭୟ ସ୍କୁଲ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରି ଗତକାଲି ନିର୍ଦ୍ଦେଶନାମା ଜାରୀ କରିଛନ୍ତି।

କଲେଜ ଖୋଲିବ ସ୍କୁଲ ପଶ୍ଚିମବଂଗ ସ୍କୁଲ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

୧୭୦ ଦିନ ପରେ ଯୋଧପୁର ଜେଲରୁ ମୁକୁଳିଲେ ସୋନମ ୱାଙ୍ଗଚୁକ୍, NSA ମଧ୍ୟ ପ୍ରତ୍ୟାହାର କଲେ ସରକାର 

March 14, 2026

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026
Latest News

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.