Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡିରେ ସାମିଲ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଦଳର କେତେ ହେବ ଲାଭ !
ବିଶେଷ ଖବର

ବିଜେଡିରେ ସାମିଲ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଦଳର କେତେ ହେବ ଲାଭ !

November 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିରେ ସାମିଲ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଦଳର କେତେ ହେବ ଲାଭ !

ନବରଂଗପୁର: ଶେଷରେ ବିଜେଡିରେ ସାମିଲ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ନବରଂଗପୁରରେ ଏକ ମିଶ୍ରଣ ପର୍ବରେ ସେ ଏବଂ ତାଙ୍କର ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କୁ ଦଳର ସାଂଗଠନିକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ଦଳୀୟ ଉତ୍ତରୀୟ ପିନ୍ଧାଇ ପ୍ରଦୀପ ଦଳରେ ସାମିଲ ହେଲେ ବୋଲି ଘୋଷଣା କରିଥିଲେ। ଏହି ଉତ୍ସବରେ ତାଙ୍କର ପ୍ରତିଦ୍ବନ୍ଦୀ ତଥା ସାଂସଦ ରମେଶ ମାଝୀ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଦୀପ ଓ ତାଙ୍କ ସମର୍ଥକମାନେ ନବରଙ୍ଗପୁର ସହର ଚାଉଁରିଆଗୁଡା ଛକଠାରୁ ଏକ ବିଶାଳ ରାଲିରେ ନବରଙ୍ଗପୁର ସହର ପରିକ୍ରମା କରି ମାଝୀଗୁଡାଠାରେ ପହଞ୍ଚିଥିଲେ ।ଏହା ପୂର୍ବରୁ ପ୍ରଦୀପ ନବରଂଗପୁରରେ ଏକ ବିଶାଳ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ସେତେବେଳେ ସେହି ସଭାରେ ସେ ବିଜେଡିରେ ଯୋଗଦେବେ ବୋଲି ଘୋଷଣା ମଧ୍ୟ କରିଥିଲେ।

ନିକଟରେ ପ୍ରଦୀପ କଂଗ୍ରେସ ଉପରେ ଅସନ୍ତୁଷ୍ଠ ହୋଇ ଇସ୍ତଫା ପ୍ରଦାନ କରିଥିଲେ। ସେ ସୋନିଆ ଗାନ୍ଧୀଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇଥିଲେ। ସେଥିରେ ସେ ଅଭିମାନ ଭରା କଣ୍ଠେ କଂଗ୍ରେସ ଛାଡୁଛି ବୋଲି କହିଥିଲେ। ମୁଖ୍ୟତଃ କଂଗ୍ରେସରେ ବର୍ତ୍ତମାନ ସେବା କରିବାର ସୁଯୋଗ ନାହିଁ ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ। ସେ ଇସ୍ତଫା ଦେବା ପରେ ବିଜେଡିରେ ସାମିଲ ହେବେ ବୋଲି କଳ୍ପନ ଜଳ୍ପନା ପ୍ରକାଶ ପାଇଥିଲା।

ପ୍ରଦୀପ ବିଜେଡିରେ ସାମିଲ ହେବା ପରେ ଆସନ୍ତା ବର୍ଷ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ଦଳ ତରଫରୁ କୁଆଡେ ପ୍ରତିଶୃତି ଦିଆଯାଇଛି। କାରଣ ଆସନ୍ତା ବର୍ଷ ତିନୋଟି ରାଜ୍ୟସଭା ସଦସ୍ୟ ପଦବୀ ଖାଲିପଡୁଛି। ପ୍ରଦୀପଙ୍କର ସାଂସଦରେ ବେଶ ଭଲ ଅଭିଜ୍ଞତା ଥିବାରୁ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ଦଳ ନିଷ୍ପତି କରିଛି ବୋଲି ଜଣାପଡିଛି।

ପ୍ରଦୀପ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ ବୋଲି ପ୍ରଚାର ହେବା ପରେ ନବରଂଗପୁର ବିଜେଡିରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଥିଲେ। ଏପରିକି ସାଂସଦ ରମେଶ ମାଝୀ ମଧ୍ୟ ଏହାକୁ ନେଇ କୁଆଡେ ଦଳର ମଙ୍ଗୁଆଳମାନଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ସେସବୁକୁ ପ୍ରଣବ ପ୍ରକାଶ ପରିଚାଳନା କରିବାରେ ସଫଳ ହୋଇଛନ୍ତି। ଯାହା ଫଳରେ ଅସନ୍ତୋଷ ବିଜେଡି ନେତାମାନେ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ।

ତେବେ ପ୍ରଶ୍ନ ଉଠୁଛି ଯେ, ପ୍ରଦୀପ ମାଝିଙ୍କ ବିଜେଡି ସାମିଲ ହେବା ପରେ ଦଳ କେତେ ଦୂର ଲାଭବାନ ହୋଇପାରିବ। କାରଣ ଏମିତିରେ ନବରଂଗପୁରରେ ବିଜେଡିର ସୁଦୃଢ ସଂଗଠନ ରହିଛି। 2014 ମସିହାରୁ ପ୍ରଦୀପ ଆଉ ପାୱାରରେ ନାହାଁନ୍ତି। କେବଳ ସଂଗଠନକୁ ବଞ୍ଚାଇ ରଖିବା ଛଡା ଆଉ କିଛି କରିପାରି ନାହାଁନ୍ତି। ତେବେ ତାଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେବ ସେଠାକାର ପୁରୁଣା ବିଜେଡି କର୍ମିଙ୍କୁ ସାଥୀରେ ନେଇ କାମ କରିବା।

ବିଜେଡିର କେତେ ଲାଭ ହେବ ତାହା ଆଗକୁ ଜଣାପଡିବ, ହେଲେ କଂଗ୍ରେସର ନିଶ୍ଚିତ କ୍ଷତି ହେବ ଏଥିରେ ସନ୍ଦେହ ନାହିଁ। କାରଣ ଦକ୍ଷିଣ ଓଡିଶାରେ ଧିରେଧିରେ କଂଗ୍ରେସ ଗଡ ଭୁସୁଡିବାରେ ଲାଗିଛି। ଜଣଙ୍କ ପରେ ଜଣେ କଂଗ୍ରେସ ନେତା ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି। ଫଳରେ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ପାଇଁ ଏହା ବଡ ମହଙ୍ଗା ପଡିବ।

Pradeep Majhi ପ୍ରଣବ ପ୍ରକାଶ ଦାସ ପ୍ରଦୀପ ମାଝି ପ୍ରଦୀପ ମାଝୀ ବିଜେଡିରେ ପ୍ରଦୀପ ମାଝୀ ବିଧାୟକ ପ୍ରଣବ ପ୍ରକାଶ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026
Latest News

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.