ରେଳବାଇର ବଡ ନିଷ୍ପତି, ଏଣିକି ସମସ୍ତ ଟ୍ରେନ ଚଳାଚଳ କରିବାକୁ ହେଲା ଘୋଷଣା

Published: Nov 14, 2021, 5:34 am IST

ଭୁବନେଶ୍ବର : ଦେଶରେ କରୋନା ସଂକ୍ରମଣ ହ୍ରାସ ହେତୁ ରେଳ ମନ୍ତ୍ରଣାଳୟ ବର୍ତ୍ତମାନ ସମସ୍ତ ଟ୍ରେନ ଚଳାଚଳ କରାଇବାକୁ ନିଷ୍ପତି କରିଛି। ମେଲ, ଏକ୍ସପ୍ରେସ, ପାସେଞ୍ଜର ଏବଂ ଛୁଟିଦିନର ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ନିୟମିତ ଟ୍ରେନ୍ ଚଳାଚଳ କରିବ। କୋଭିଡ୍ ପୂର୍ବରୁ ଯେଉଁ ଟ୍ରେନ ଭଡା ନିଆଯାଉଥିଲା ସେହି ଅନୁଯାୟୀ ତତ୍କାଳ ଟ୍ରେନ୍ ଚଳାଚଳ କରାଇବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।

ଏହି ନିଷ୍ପତ୍ତି ଅନୁଯାୟୀ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା କିମ୍ବା ଯାତ୍ରା ସମାପ୍ତ କରୁଥିବା ପ୍ରାୟ ୭୬ ମେଲ୍, ଏକ୍ସପ୍ରେସ ଓ ଛୁଟିଦିନର ସ୍ୱତନ୍ତ୍ର ଟ୍ରେନ୍ ଏବଂ ୧୪ ଟି ପାସେଞ୍ଜର ଟ୍ରେନ୍ ଗୁଡିକୁ ତୁରନ୍ତ ଚଳାଚଳ କରିବ। ହେଲେ କୋଭିଡ ମହାମାରୀ ସମୟରେ କଟକଣା ଲାଗୁ ହୋଇଥିବା ପ୍ରତିବନ୍ଧକ ଲାଗୁ ରହିବ ବୋଲି ନିଷ୍ପତି ହୋଇଛି।

ଟ୍ରେନ ନମ୍ବରର ପ୍ରଥମ ଅଙ୍କ ବର୍ତ୍ତମାନ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ପରି ଶୂନ୍ୟ ରହିବ ନାହିଁ। ଟ୍ରେନ୍ ଗୁଡିକ ବର୍ତ୍ତମାନ ସେମାନଙ୍କର ନିୟମିତ ସଂଖ୍ୟା ସହିତ ପୂର୍ବଭଳି ଚଳାଚଳ କରିବ ଏବଂ ଟ୍ରେନ ଭଡା କୋଭିଡ୍ ପୂର୍ବବର୍ତ୍ତି ସମୟ ପରି ସ୍ୱାଭାବିକ ଅବସ୍ଥାକୁ ଫେରିବ।

କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ନିୟମିତ ମେଲ୍, ଏକ୍ସପ୍ରେସ ଟ୍ରେନ୍ ଗୁଡିକ ସ୍ୱତନ୍ତ୍ର ମେଲ୍, ଏକ୍ସପ୍ରେସ ଏବଂ ଛୁଟିଦିନର ସ୍ୱତନ୍ତ୍ର ଟ୍ରେନ୍ ଭାବରେ ପରିଚାଳିତ ହେଉ ନ ଥିଲା। ବର୍ତ୍ତମାନ ଏହି ସ୍ୱତନ୍ତ୍ର ଟ୍ରେନଗୁଡ଼ିକୁ ୱାର୍କିଂ ଟାଇମ୍ ଟେବୁଲ୍, ୨୦୨୧ ରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିସ୍ତୃତ ନିୟମ ଅନୁଯାୟୀ ଟ୍ରେନ୍ ସେବା ନିୟମିତ ନମ୍ବର ଏବଂ କୋଭିଡ ପୂର୍ବ ଭଡା ସହିତ ସମ୍ପୃକ୍ତ ଶ୍ରେଣୀ ଏବଂ ଟ୍ରେନ୍ ଗୁଡିକର ପ୍ରକାର ପାଇଁ ପ୍ରଯୁଜ୍ୟ ହେବ।

ଦୀର୍ଘ ଦୂରତା ମେଲ୍ ଏକ୍ସପ୍ରେସ ଟ୍ରେନରେ ଦ୍ୱିତୀୟ ଶ୍ରେଣୀ (ସାଧାରଣ କୋଚ୍ ଏବଂ SLR କୋଚର ଯାତ୍ରୀ ଅଂଶ) ସଂରକ୍ଷିତ ଭାବରେ ବୁକ୍ ହୋଇ ରହିବ ଏବଂ ବିଶେଷ କ୍ଷେତ୍ରରେ ଅନୁମତି ପ୍ରାପ୍ତ କେତେକ ଟ୍ରେନରେ ଅଣସଂରକ୍ଷିତ ଉପଲବ୍ଧ ହେବ।

Related posts