Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଗାଡି ବ୍ୟବହାର ଆଉ ଖର୍ଚ୍ଚର ପରିମାଣ, ଜାଣନ୍ତୁ କେତେ
ବିଶେଷ ଖବର

ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଗାଡି ବ୍ୟବହାର ଆଉ ଖର୍ଚ୍ଚର ପରିମାଣ, ଜାଣନ୍ତୁ କେତେ

November 16, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ପ୍ରାର୍ଥୀଙ୍କ ଗାଡି ବ୍ୟବହାର ଆଉ ଖର୍ଚ୍ଚର ସୀମା, ଜାଣନ୍ତୁ କେତେ

ଭୁବନେଶ୍ବର: ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ  ପ୍ରାର୍ଥୀ ବା ପ୍ରାର୍ଥିନୀମାନେ କେତେ ଖର୍ଚ୍ଚ କରିବେ, କେତେ ଗାଡି ବ୍ୟବହାର କରିପାରିବେ ସେ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଓଡିଶା ରାଜ୍ୟ ନିର୍ବାଚନ କମିଶନର ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ଅନୁସାରେ ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟିଂ ସମୟ ମଧ୍ୟ ଧାର୍ଯ୍ୟ କରାଯାଇଛି।

ଏହି ନିର୍ବାଚନରେ ପୁଲିଂ ବୁଥ ବା ଭୋଟ ଗ୍ରହଣ କେନ୍ଦ୍ରରେ ସକାଳ ସାତଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ହେଲେ ଯେଉଁ ବୁଥରେ ଅଧିକ ଲୋକ ରହିବେ ସେଠାରେ ଶେଷ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଏ ନେଇ ପୁଲିଂ ଅଧିକାରୀଙ୍କୁ କମିଶନର ଅବଗତ କରାଇବା ସହିତ ସର୍ବସାଧାରଣ ଅବଗତି ପାଇଁ ପ୍ରକାଶ କରିଛନ୍ତି।

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର ଖର୍ଚ୍ଚର ସୀମା ଯାହା ନିର୍ଦ୍ଧାରଣ ହୋଇଛି ତାହା ହେଲା

1- ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ସେମାନଙ୍କର ନିର୍ବାଚନ ଖର୍ଚ୍ଚ 5 ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରଖାଯାଇଛି।

2-ପଞ୍ଚାୟତ ସମିତି ସଭ୍ୟ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ସେମାନଙ୍କର ନିର୍ବାଚନ ଖର୍ଚ୍ଚ 2 ଲକ୍ଷ ଟଙ୍କା ଭିତରେ ସୀମିତ ରଖିବେ।

3-ସରପଞ୍ଚ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ 2 ଲକ୍ଷ ଟଙ୍କା ଭିତରେ ସେମାନଙ୍କର ନିର୍ବାଚନ ଖର୍ଚ୍ଚ ସୀମିତ ରଖିବେ।

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ଗାଡି ବ୍ୟବହାର ପାଇଁ ନିର୍ଦ୍ଧାରିତ ହୋଇଥିବା ସଂଖ୍ୟା

1- ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ 5ଟି କାର ଏବଂ 10ଟି ମୋଟର ସାଇକେଲ ବ୍ୟବହାର କରିପାରିବେ।

2-ପଞ୍ଚାୟତ ସମିତି ସଭ୍ୟ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ 2ଟି କାର ଏବଂ 5 ଟି ମୋଟର ସାଇକେଲ ବ୍ୟବହାର କରିପାରିବେ।

3-ସରପଞ୍ଚ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ 2 ଟି କାର ଏବଂ 5 ଟି ମୋଟର ସାଇକେଲ ବ୍ୟବହାର କରିପାରିବେ।

ଗାଡି ବ୍ୟବହାର ପାଇଁ ନିର୍ଦ୍ଧାରଣ କରାଯାଇଥିବା ନିୟମ ଓ କଟକଣା

1-ଯେଉଁ ପ୍ରତିଦ୍ବନ୍ଦିମାନେ ଚାହିଁବେ ଅଟୋ ବ୍ୟବହାର କରିବା ପାଇଁ ସେମାନେ ମଧ୍ୟ ତାହା କରିପାରିବେ। ତେବେ ସେମାନଙ୍କୁ ଦିଆଯାଇଥିବା ଯେ କୌଣସି ଗାଡି ପରିବର୍ତ୍ତେ ଏହାକୁ ବ୍ୟବହାର କରିପାରିବେ। ଅର୍ଥାତ ଯଦି ଆପଣ ଗୋଟିଏ ଅଟୋ ବ୍ୟବହାର କରିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଦିଆଯାଇଥିବା କାର କିମ୍ବା ମୋଟର ସାଇକେଲ ସଂଖ୍ୟାରୁ ଗୋଟିଏ କମ କରିବାକୁ ପଡିବ।

2- ନିର୍ବାଚନ ପୂର୍ବରୁ ପ୍ରତିଦ୍ବନ୍ଦିମାନେ ବ୍ୟବହାର କରିବାକୁ ଥିବା ଗାଡିର ସଂପୂର୍ଣ୍ଣ ବିବରଣୀ ଯଥା- ଗାଡିର ପ୍ରକାର, ଗାଡିର ପଂଜିକୃତ ପ୍ରମାଣପତ୍ର, ଗାଡିର ମାଲିକ ପ୍ରଭୃତି ତିନୋଟି ଲେଖାଏଁ କପି ଦାଖଲ କରିବାକୁ ପଡିବ।

3-ଏହି ଗାଡିର ବିବରଣୀ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଉପଜିଲ୍ଲାପାଳ ଏବଂ ପଞ୍ଚାୟତ ସମିତି ଓ ସରପଞ୍ଚ ପ୍ରାର୍ଥୀମାନେ ବିଡିଓଙ୍କ ନିକଟରେ ଦାଖଲ କରିବେ।

4-ଏହି ସବୁ କାଗଜ ତିନିଟି କପି କରିବା ଆବଶ୍ୟକ। ଏସବୁ କପି ସଂପୃକ୍ତ ଅଧିକାରୀମାନେ ଦସ୍ତଖତ ତଥା ଷ୍ଟାମ୍ପ ମାରିବା ପରେ ଗୋଟିଏ ସେମାନେ ରଖିବେ, ଗୋଟିଏ କପି ପ୍ରାର୍ଥୀ ନିଜେ ଆଣି ସ୍ଥାନୀୟ ମୋଟରଯାନ ଅଧିକାରୀଙ୍କୁ ଦେବେ। ଆଉ ଏକ କପି ପ୍ରାର୍ଥୀ ନିଜ ପାଖରେ ରଖିବେ।

ଯଦି ଗାଡି ବ୍ୟବହାର ଉପରେ କୌଣସି ଅଭିଯୋଗ ଆସେ ତେବେ ନିର୍ବାଚନ କମିଶନର ସଂପୃକ୍ତ ସ୍ଥାନୀୟ ମୋଟରଯାନ ଅଧିକାରୀଙ୍କଠାରୁ ସବିଶେଷ ବିବରଣୀ ମଗାଇପାରିବେ। ଏହି ନିୟମ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଲାଗୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଜିଲ୍ଲା ପରିଷଦ ସଭ୍ୟ ପଞ୍ଚାୟତ ନିର୍ବାଚନ ପଞ୍ଚାୟତ ସମିତି ସଭ୍ୟ ଭୋଟ ଗ୍ରହଣ ସରପଞ୍ଚ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026
Latest News

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.