Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରକାଶ ପାଇଲା ଜିଲ୍ଲା ପରିଷଦ, ସରପଞ୍ଚ, ସମିତ ସଭ୍ୟ ସହ ୱାର୍ଡ ମେମ୍ବରଙ୍କ ସଂରକ୍ଷଣ ତାଲିକା
ବିଶେଷ ଖବର

ପ୍ରକାଶ ପାଇଲା ଜିଲ୍ଲା ପରିଷଦ, ସରପଞ୍ଚ, ସମିତ ସଭ୍ୟ ସହ ୱାର୍ଡ ମେମ୍ବରଙ୍କ ସଂରକ୍ଷଣ ତାଲିକା

November 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରକାଶ ପାଇଲା ଜିଲ୍ଲା ପରିଷଦ, ସରପଞ୍ଚ, ସମିତ ସଭ୍ୟ ସହ ୱାର୍ଡ ମେମ୍ବରଙ୍କ ସଂରକ୍ଷଣ ତାଲିକା

ଭୁବନେଶ୍ୱର: ନିକଟରେ ହେବାକୁ ଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ଲାଗି ବିଭିନ୍ନ ଜିଲ୍ଲାରୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ଜିଲ୍ଲାରେ ଥିବା ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବରଙ୍କ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ରାଜ୍ୟ ନିର୍ବାଚନ କମିଶନରକୁ ପ୍ରଦାନ କରିଛନ୍ତି । ସେହିପରି ଜିଲ୍ଲାୱାରୀ ଜିଲ୍ଲା ପରିଷଦ ସଭ୍ୟ ସଂରକ୍ଷଣ ତାଲିକା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରାଯାଇଛି ।

ରାଜ୍ୟର ମୋଟ ୮୫୩ ଜିଲ୍ଲା ପରିଷଦ ସଭ୍ୟ ପଦ ମଧ୍ୟରୁ ଅନୁସୂଚିତ ଜାତି ବର୍ଗଙ୍କ ଲାଗି ୬୪ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି ମହିଳାଙ୍କ ଲାଗି ୮୪ଟି ସ୍ଥାନ ସଂରକ୍ଷିତ ରହିଛି । ସେହିଭଳି ଅନୁସୂଚିତ ଜନଜାତି ବର୍ଗଙ୍କ ଲାଗି ୧୦୦ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ୧୧୮ଟି ସ୍ଥାନ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ଲାଗି ୪୯ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ପଛୁଆବର୍ଗ ମହିଳାଙ୍କ ଲାଗି ୫୫ଟି ସ୍ଥାନ ସଂରକ୍ଷିତ ରହିଛି । ଅଣ ସଂରକ୍ଷିତ ବର୍ଗରେ ୨୦୭ଟି ସ୍ଥାନ ଏବଂ ମହିଳାଙ୍କ ଲାଗି ୧୭୬ଟି ସ୍ଥାନ ସଂରକ୍ଷିତ ରହିଛି ।

ରାଜ୍ୟର ମୋଟ ୬୭୯୪ ଗୋଟି ସରପଞ୍ଚ ପଦ ମଧ୍ୟରୁ ୪୨୬ ଗୋଟି ଅନୁସୂଚିତ ଜାତି ଓ ୫୨୫ ଗୋଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଅନୁସୂଚିତ ଜନଜାତିଙ୍କ ଲାଗି ୧୨୩୭ଟି ସ୍ଥାନ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ୧୩୭୬ଟି ସଂଖ୍ୟକ ସରପଞ୍ଚ ସ୍ଥାନ ସଂରକ୍ଷିତ ରହିଛି । ପଛୁଆବର୍ଗଙ୍କ ଲାଗି ୩୪୯ ଏବଂ ପଛୁଆବର୍ଗ ମହିଳାଙ୍କ ଲାଗି ୪୨୯ଟି ସରପଞ୍ଚ ସ୍ଥାନ ସଂରକ୍ଷିତ ରହିଛି ।

ଅଣ ସଂରକ୍ଷିତ ବର୍ଗରେ ୧୨୮୨ ଏବଂ ମହିଳାଙ୍କ ପାଇଁ ୧୧୭୦ଟି ସ୍ଥାନ ସଂରକ୍ଷିତ ରହିଛି। ୬୭୯୩ ଗୋଟି ସମିତି ସଭ୍ୟ ମଧ୍ୟରୁ ଅନୁସୂଚିତ ଜାତି ବର୍ଗରେ ୫୧୫ଟି ସ୍ଥାନ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜାତି ମହିଳା ବର୍ଗରେ ୬୮୨ଟି ସ୍ଥାନ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତି ବର୍ଗରେ ୮୨୪ଟି ସ୍ଥାନ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜନଜାତି ମହିଳା ବର୍ଗରେ ୧୦୩୩ଟି ସ୍ଥାନ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ଲାଗି ୩୯୫ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ପଛୁଆ ବର୍ଗ ମହିଳାଙ୍କ ଲାଗି ୫୧୮ଟି ସ୍ଥାନ ସଂରକ୍ଷିତ ରହିଛି । ଅଣ ସଂରକ୍ଷିତ ବର୍ଗରେ ୧୫୨୧ଟି ସ୍ଥାନ ରହିଥିବା ବେଳେ ମହିଳାଙ୍କ ଲାଗି ୧୩୦୫ଟି ସ୍ଥାନ ସଂରକ୍ଷିତ ରହିଛି ।

୯୧୯୧୬ଟି ୱାର୍ଡମେମ୍ବର ମଧ୍ୟରୁ ଅନୁସୂଚିତ ଜାତିଙ୍କ ଲାଗି ୬୩୩୬ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି ମହିଳାଙ୍କ ଲାଗି ୧୦୧୩୪ଟି ସ୍ଥାନ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତିଙ୍କ ଲାଗି ୧୦୫୫୯ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ୧୪୨୩୬ ସ୍ଥାନ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ଲାଗି ୪୮୦୪ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ପଛୁଆ ବର୍ଗ ମହିଳାଙ୍କ ଲାଗି ୭୨୨୭ଟି ସ୍ଥାନ ସଂରକ୍ଷିତ ରହିଛି । ଅଣ ସଂରକ୍ଷିତ ବର୍ଗରେ ୨୦୭୪୮ଟି ଏବଂ ମହିଳାଙ୍କ ଲାଗି ୧୭୮୭୨ ସ୍ଥାନ ସଂରକ୍ଷିତ ରହିଛି ।

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ରାଜ୍ୟ ନିର୍ବାଚନ କମିଶନର ସମିତି ସଭ୍ୟ ସରପଞ୍ଚ
Share. Facebook Twitter LinkedIn Email WhatsApp Copy Link

Related Posts

ଏଣିକି ଭୁବନେଶ୍ଵରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ

April 22, 2026

ନିର୍ବନ୍ଧର ତିନିଦିନ ପରେ ବିଲରୁ ମିଳିଲା ଯୁବତୀଙ୍କ ମୃତଦେହ

April 22, 2026

ବାହାଘରର ପ୍ରସେସନରେ ଗୁଳିକାଣ୍ଡ : ଦୁଇ ଗୁରୁତର

April 22, 2026

ହାତୀ ଆକ୍ରମଣରେ ବୃଦ୍ଧା ମୃତ୍ୟୁ

April 22, 2026
Latest News

ଏଣିକି ଭୁବନେଶ୍ଵରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ

April 22, 2026

ନିର୍ବନ୍ଧର ତିନିଦିନ ପରେ ବିଲରୁ ମିଳିଲା ଯୁବତୀଙ୍କ ମୃତଦେହ

April 22, 2026

ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ, ୨୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ କଲେ ସର୍ଭେ

April 22, 2026

ବାହାଘରର ପ୍ରସେସନରେ ଗୁଳିକାଣ୍ଡ : ଦୁଇ ଗୁରୁତର

April 22, 2026

ହାତୀ ଆକ୍ରମଣରେ ବୃଦ୍ଧା ମୃତ୍ୟୁ

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.