Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସନ୍ତାକାଲି ମମତା ବାନାର୍ଜୀଙ୍କ ନୂଆଦିଲ୍ଲୀ ଗସ୍ତ, ବରୁଣ ଗାନ୍ଧୀଙ୍କୁ ଭେଟିବାକୁ ନେଇ ଜୋରଦାର ଚର୍ଚ୍ଚା
ଜାତୀୟ ଖବର

ଆସନ୍ତାକାଲି ମମତା ବାନାର୍ଜୀଙ୍କ ନୂଆଦିଲ୍ଲୀ ଗସ୍ତ, ବରୁଣ ଗାନ୍ଧୀଙ୍କୁ ଭେଟିବାକୁ ନେଇ ଜୋରଦାର ଚର୍ଚ୍ଚା

November 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମମତା
ମମତା ବାନାର୍ଜୀଙ୍କ ଗାଡ଼ି ଉପରକୁ ଆକ୍ରମଣ: "ଚୋର, ଚୋର" ସ୍ଲୋଗାନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର 29 ରୁ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ବିରୋଧୀ ଦଳର ନେତାଙ୍କ ବୈଠକ ଆରମ୍ଭ ହେବ। ସେଥିପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୀତ ଅଧିବେଶନ ପୂର୍ବରୁ ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ନଭେମ୍ବର 22 ରୁ ନଭେମ୍ବର 25 ପର୍ଯ୍ୟନ୍ତ ସେ  ଦିଲ୍ଲୀରେ ରହିବେ।

ତେବେ ଏହି ଗସ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ କେତେକ ବିରୋଧୀ ଦଳର ବରିଷ୍ଠ ନେତାଙ୍କୁ ଭେଟିବାର ସମ୍ଭାବନା ରହିଛି। ମମତା ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କୁ ମଧ୍ୟ ଭେଟି ବୋଲି ଜଣାପଡିଛି। ଯାହାକୁ ନେଇ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ସୃଷ୍ଟି ହୋଇଛି।

ନିକଟରେ ବରୁଣ ଏବଂ ମାନେକା ଗାନ୍ଧୀଙ୍କୁ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟରୁ ବାଦ କରିଦେଇଛି। ବରୁଣ ଗାନ୍ଧୀ ବିଭିନ୍ନ ସମୟରେ ସରକାର ବିରୋଧୀ ମନ୍ତବ୍ୟ ଦେଉଛନ୍ତି। ସେଥିପାଇଁ ବିଜେପି ତାଙ୍କ ପ୍ରତି ଏପରି ଆଭିମୁଖ୍ୟ ଗ୍ରହଣ କରିଛି ବୋଲି ଜଣାପଡିଛି। ନିକଟରେ କୃଷି ବିଲକୁ ନେଇ ମଧ୍ୟ ବରୁଣ ସରକାରୀ ବିରୋଧୀ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଏପରି ପରିସ୍ଥିତିରେ ମମତାଙ୍କ ସହିତ ତାଙ୍କର ଭେଟଘାଟକୁ ନେଇ ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି।

ରାଜନୈତିକ ସମୀକ୍ଷକଙ୍କ ମତରେ ଉଭୟ ବରୁଣ ଏବଂ ମାନେକା ବିଜେପି ଛାଡି ଟିଏମସିରେ ଯୋଗ ଦେଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। କାରଣ ଉଭୟଙ୍କ ପାଇଁ ବର୍ତ୍ତମାନ ବିଜେପି ସୁରକ୍ଷିତ ହୋଇପାରି ନାହିଁ। ଗୋଟିଏ ପଟେ ବିଜେପି ଉଭୟଙ୍କ ଆଭିମୁଖ୍ୟ ନେଇ ଅସନ୍ତୁଷ୍ଠ। ଅନ୍ୟପଟେ ଉଭୟ ବରୁଣ ଓ ମାନେକା ବିଜେପିର ଆଭିମୁଖ୍ୟ ନେଇ ଅସନ୍ତୁଷ୍ଠ। ସେଥିପାଇଁ ଉଭୟ ଟିଏମସିରେ ଯୋଗ ଦେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ।

ମମତା ପଶ୍ଚିମ ବଂଗରେ ବିପୁଳ ବିଜୟ ପରେ ଜୁନ୍ ମାସରେ ଦିଲ୍ଲୀ ଆସିଥିଲେ। ସେତେବେଳେ ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, କମଲ ନାଥ ଏବଂ ଆନନ୍ଦ ଶର୍ମାଙ୍କ ପରି ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ। ସେ ସମୟରେ ସେ କହିଥିଲେ ଯେ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଅପେକ୍ଷା ବିରୋଧୀ ଦଳ ଅଧିକ ଶକ୍ତିଶାଳୀ ହେବ।

2024 ଲୋକସଭା ନିର୍ବାଚନରେ ​​ବିରୋଧୀ ଏକ ଇତିହାସ ସୃଷ୍ଟି କରିବେ ବୋଲି ମମତା ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ଏଥର ଲୋକସଭା ନିର୍ବାଚନରେ ଦେଶର ଭୋଟର ମୋଦୀ ବିରୋଧରେ ଯିବେ। ଯାହାକୁ ନେଇ ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚା ହୋଇଥିଲା। ଏବେ ପୁଣି ମମତାଙ୍କ ନୂଆଦିଲ୍ଲୀ ଗସ୍ତ ଜାତୀୟ ରାଜନୀତିରେ ବେଶ୍ ଗୁରୁତ୍ବ ସୃଷ୍ଟି ହୋଇଛି।

ବରୁଣ ଗାନ୍ଧୀ ମମତା ବାନାର୍ଜି ମାନେକା ଗାନ୍ଧୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି
Share. Facebook Twitter LinkedIn Email WhatsApp Copy Link

Related Posts

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

୧୦୦ ମେଟ୍ରିକ୍ ଟନ୍ ପଣ୍ୟ ଅନ୍‌ଲୋଡିଂରେ ଦେଶର ପ୍ରଥମ ରେଳପଥ ଜୋନ୍ ହେଲା ପୂର୍ବତଟ ରେଳପଥ

September 16, 2026

EPF ରେ ବଡ଼ ବୃଦ୍ଧି: 6,857 ଟଙ୍କା ପରିବର୍ତ୍ତେ 11,429 ଟଙ୍କା ହେବ ପେନସନ, ଜାଣନ୍ତୁ ଗଣିତ

September 16, 2026

ସେପ୍ଟେମ୍ବର ୧୭ରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

September 16, 2026
Latest News

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

September 16, 2026

୧୦୦ ମେଟ୍ରିକ୍ ଟନ୍ ପଣ୍ୟ ଅନ୍‌ଲୋଡିଂରେ ଦେଶର ପ୍ରଥମ ରେଳପଥ ଜୋନ୍ ହେଲା ପୂର୍ବତଟ ରେଳପଥ

September 16, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା

September 16, 2026

ଆଇଟିଇଆରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭଲିବଲ କୋର୍ଟ ଉଦ୍‌ଘାଟିତ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.