Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉଦଘାଟିତ ହେଲା ୫୨ତମ ଆଇଏଫ୍ଏଫ୍ଆଇ ଭାରତୀୟ ପାନୋରାମା
ଜାତୀୟ ଖବର

ଉଦଘାଟିତ ହେଲା ୫୨ତମ ଆଇଏଫ୍ଏଫ୍ଆଇ ଭାରତୀୟ ପାନୋରାମା

November 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉଦଘାଟିତ ହେଲା ୫୨ତମ ଆଇଏଫ୍ଏଫ୍ଆଇ ଭାରତୀୟ ପାନୋରାମା

ପାନଜି/ ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆନ୍ତର୍ଜାତୀୟ ଚଳଚିତ୍ର ଉତ୍ସବ ଭାରତ ପାନୋରାମାକୁ ଉଦଘାଟନ କରିଛନ୍ତି। ଚଳିତବର୍ଷ ଭାରତୀୟ ପାନୋରାମା ୨୦୨୧ରେ ୨୪ଟି ପୂର୍ଣ୍ଣାଙ୍ଗ ଓ ୨୦ଟି ଅଣପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ସମ୍ପର୍କରେ ଦର୍ଶକଙ୍କୁ ସୂଚନା ଦିଆଯାଇଥିଲା । ହିମାଚଳ ପ୍ରଦେଶ ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର କେନ୍ଦ୍ରମନ୍ତ୍ରୀଙ୍କ ସହ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ସେମଖୋର ଓ ଅଣପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ଭେଦ-ଦିବ୍ୟଦ୍ରଷ୍ଟାର ନିର୍ମାତା, ଅଭିନେତା ଓ ସହାୟକ ଷ୍ଟାଫଙ୍କୁ ଅଂଶଗ୍ରହଣ ପାଇଁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧତ କରିଥିଲେ।

ଚଳଚ୍ଚିତ୍ର ନିର୍ମାଣକାରୀଙ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ “ ଦେଶର ଅତ୍ୟନ୍ତ ଦୁର୍ଗମ ସ୍ଥାନରୁ ଆପଣମାନେ ବହୁ କଷ୍ଟ ସ୍ୱୀକାର କରି ଚଳଚ୍ଚିତ୍ର କାହାଣୀ ସଂଗ୍ରହ ପାଇଁ ଉଦ୍ୟମ କରିଛନ୍ତି । ବିଷୟବସ୍ତୁ ହେଉଛି ରାଜା ଓ ଆପଣମାନେ ଯଦି ସଠିକ୍ ବିଷୟବସ୍ତୁ ବାଛିଛନ୍ତି ତେବେ ତାହା କେବଳ ଜାତୀୟ ନୁହଁ, ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚିବ । ଆମ ମଧ୍ୟରେ ମେଧା ରହିଛି ଓ ଆପଣମାନଙ୍କ ସାହାଯ୍ୟରେ ଆମେ ଆଇଏଫ୍ଏଫ୍ଆଇକୁ ଏକ ନୂତନ ଶିଖରରେ ପହଞ୍ଚାଇବ ପାରିବା।

ଗୋଆ ବେଳାଭୂମିକୁ ଆଇଏଫ୍ଏଫ୍ଆକୁ ଆଣିପାରିଥିବା ସ୍ୱର୍ଗତ ମନୋହର ପାରିକରଙ୍କୁ ମଧ୍ୟ ସେ ମନେ ପକାଇଥିଲେ । ସେ ଆହୁରି କହିଥିଲେ ଯେ “ ଆଗରୁ ଆମେ ଦେଖିଥିଲୁ ଯେ କେବଳ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ଚଳଚ୍ଚିତ୍ର ମହୋତ୍ସବରେ ସମ୍ମାନୀତ କରାଯାଉଛି । କିନ୍ତୁ ଆଜି ଆମେ ବୈଷୟିକ କାର‌୍ୟ୍ୟରେ ନିଯୁକ୍ତ ବ୍ୟକ୍ତି, ପ୍ରଚ୍ଛଦ ପଟରେ ରହି ଯେଉଁମାନେ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ କରିବାରେ ସହାୟକ ହୁଅନ୍ତି ସେମାନଙ୍କୁ ମଧ୍ୟ ସମ୍ମାନୀତ କରୁଛୁ।” ସେ ମଧ୍ୟ ଆନ୍ତର୍ଜାତୀୟ ନିର୍ମାତାମାନଙ୍କୁ ଭାରତ ଆସି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଅନୁରୋଧ କରିଥିଲେ ।

ଏହି ଅବସରରେ ସମବେତ ବ୍ୟକ୍ତିଙ୍କୁ ଉଦ୍ବୋଧନ ଦେଇ ହିମାଚଳ ପ୍ରଦେଶ ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର କହିଥିଲେ ଯେ “ମୁଁ ଜଣେ ଚଳଚ୍ଚିତ୍ର ସମାଲୋଚକ ବା ଚଳଚ୍ଚିତ୍ରରେ ଏକାନ୍ତ ଭକ୍ତ ନୁହଁ, ମାତ୍ର ସବୁବେଳେ ମୁଁ ଭାରତୀୟ ପାନୋରାମା ଆମ ସମାଜରେ ଚଳଚ୍ଚିତ୍ର ପ୍ରଭାବ କିପରି ପ୍ରତିଫଳିତ ହୁଏ ତାହା ଦେଖିଥାଏ । ମୁଁ ଗର୍ବର ସହ ଏତିକି କହିପାରେ ଯେ ଭାରତୀୟ ଚଳଚ୍ଚିତ୍ର ଅତି ସୁନ୍ଦର ଭାବେ ଆମ ସମାଜର ଆକାଂକ୍ଷା, ଆବଶ୍ୟକତା ଓ ସଂଘର୍ଷକୁ ଚିତ୍ରଣ କରିଥାଏ ।

ପ୍ରଦର୍ଶିତ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ଶ୍ରେଣୀରେ ଭାରତୀୟ ପାନୋରାମା ଅନୁଭାଗରେ ପ୍ରଦର୍ଶିତ ହୋଇଥିବା ଚଳଚ୍ଚିତ୍ର ସେମଖୋର ଡିମ୍ଶା ଭାଷାର ପ୍ରଥମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରକୁ ସ୍ୱୀକୃତି ଦେଇ ସମ୍ମାନୀତ କରିଥିବାରୁ ଏହାର ନିର୍ଦ୍ଦେଶିକା ଆମି ବରୁଆ ଓୠୠଓ କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଆସାମର ଡିମ୍ଶା ଗୋଷ୍ଠୀର ଲୋକଙ୍କ ସଂଘର୍ଷର କାହାଣୀ ଏଥିରେ ପ୍ରତିଫଳିତ ବୋଲି ସେ କହିଛନ୍ତି ।

ଅଣ ପୂର୍ଣ୍ଣାଙ୍ଗ ଶ୍ରେଣୀରେ ଉଦ୍ଘାଟନୀ ଚଳଚ୍ଚିତ୍ର ଭେଦ-(ଦିବ୍ୟଦ୍ରଷ୍ଟ୍ରା)ର ନିର୍ଦ୍ଦେଶକ ରାଜୀବ ପ୍ରକାଶ କହିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାଣରେ ମୋ ବାପାଙ୍କ ନମନିୟତା ଓ ସଂଘର୍ଷର କାହାଣୀ ଦର୍ଶାଯାଇଛି । ଚଳଚ୍ଚିତ ଇତିହାସରେ ଏଥିରେ କରାଯାଇଥିବା ପ୍ରୟାସ ଗଭୀର ଛାପ ପକାଇବ ।

ପୂର୍ଣ୍ଣାଙ୍ଗ ଓ ଅଣପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ଜୁରୀମାନଙ୍କୁ ମଧ୍ୟ ଏହି ଅବସରରେ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଭାରତୀୟ ପାନୋରାମା ଆଇଏଫ୍ଏଫ୍ଆଇକୁ ଅଧୀନରେ ଏକ ଫ୍ଲାଗସିପ୍ ଅଂଶ ଯାହା ଜରିଆରେ ଚଳଚ୍ଚିତ୍ରକଳା ପାଇଁ ସାମ୍ପ୍ରତିକ ଚଳଚ୍ଚିତ୍ରଗୁଡିକୁ ବଛାଯାଇଥାଏ । ଭାରତୀୟ ସମୃଦ୍ଧ ସଂସ୍କୃତି, ସିନେମାକଳା ଓ ଭାରତୀୟ ସିନେମାକୁ ପ୍ରୋତ୍ସାହନ ପାଇଁ ୧୯୭୮ ମସିହାରେ ଆଇଏଫ୍ଏଫ୍ଆଇକୁ ଅଧୀନରେ ଏହାକୁ ପ୍ରବର୍ତ୍ତନ କରାଯାଇଥିଲା ।

ଅନୁରାଗ ସିଂ ଠାକୁର ଆନ୍ତର୍ଜାତୀୟ ଚଳଚିତ୍ର ଉତ୍ସବ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଅଲଗା ଆଲଗା ରାସ୍ତାରେ ଜଗା ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଲୋକେ କହିଲେ…

June 29, 2026

ତିନିଭାଷା ନୀତି ଉପରେ CBSE ବଡ଼ ନିଷ୍ପତ୍ତି: ଜାଣନ୍ତୁ ସ୍ଵତନ୍ତ୍ର ବ୍ୟବସ୍ଥା

June 29, 2026

ଭାରତୀୟ ଦଳର ଲଜ୍ଜାଜନକ ପରାଜୟ ପରେ ଗୌତମ ଗମ୍ଭୀରଙ୍କୁ କଟାକ୍ଷ କଲା ଆୟର୍ଲାଣ୍ଡ କ୍ରିକେଟ୍ ବୋର୍ଡ

June 29, 2026

୪ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଗୋଟିଏ ମାସ ମଧ୍ୟରେ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ

June 29, 2026
Latest News

ସୌମ୍ୟ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ: ଗିରଫଦାରୀ ସଂଖ୍ୟା ୨୦ରେ ପହଞ୍ଚିଲା

June 29, 2026

ଲୁଟର ୫ ବର୍ଷ ପରେ ଧରାପଡିଲେ ଫେରାର ଅଭିଯୁକ୍ତ

June 29, 2026

ଖୋର୍ଦ୍ଧା ବାଣପୁର ପୋଲିସ ମାଡରେ ଯୁବକଙ୍କ ମୃତ୍ୟୁ

June 29, 2026

ଅଲଗା ଆଲଗା ରାସ୍ତାରେ ଜଗା ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଲୋକେ କହିଲେ…

June 29, 2026

ସେଚେଲ୍ସର ୫୦ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.