Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ କରୋନା ତୃତୀୟ ଲହର ଭୟ, ଜରୁରୀ ବୈଠକରେ ମୁଖ୍ୟ ଶାସନ ସଚିବ ନେଲେ ଏହି ନିଷ୍ପତି
ବିଶେଷ ଖବର

ଓଡିଶାରେ କରୋନା ତୃତୀୟ ଲହର ଭୟ, ଜରୁରୀ ବୈଠକରେ ମୁଖ୍ୟ ଶାସନ ସଚିବ ନେଲେ ଏହି ନିଷ୍ପତି

November 28, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ କରୋନା ତୃତୀୟ ଲହର ଭୟ, ଜରୁରୀ ବୈଠକରେ ମୁଖ୍ୟ ଶାସନ ସଚିବ ନେଲେ ଏହି ନିଷ୍ପତି

ଭୁବନେଶ୍ୱର: କୋଭିଡ୍-୧୯ ର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ଓ ସକ୍ରିୟ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍.ପି. ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବର୍ତ୍ତମାନ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ଆରମ୍ଭ ହୋଇଛି । ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଜୀବିକା ନିର୍ବାହ ସହିତ ସଂପୃକ୍ତ ସମସ୍ତ ଅନୁଷ୍ଠାନ, ସଂସ୍ଥା ଏବଂ କାର୍ଯ୍ୟକ୍ରମଗୁଡ଼ିକ ପୁନଃ ଆରମ୍ଭ ହୋଇଛି । ତେଣୁ ଏହି ସମୟରେ ସମ୍ଭାବ୍ୟ ତୃତୀୟ ଲହରର ପ୍ରଭାବ ରୋକିବା ନିମନ୍ତେ ଆମକୁ ଅଧିକ ସତର୍କ, ସଜାଗ ଓ କ୍ରିୟାଶୀଳ ହେବାକୁ ପଡ଼ିବ ।

ମଣ୍ଡଳ ଉନ୍ନୟନ ଅଧିକାରୀ, ସରପଂଚ, ୱାର୍ଡମେମ୍ବର, ଅଙ୍ଗନାବାଡ଼ି କର୍ମୀ, ଗ୍ରାମ ଓ ପଂଚାୟତ ସ୍ତରୀୟ ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ ମାନଙ୍କ ମାଧ୍ୟମରେ ସବୁ ଅଂଚଳର ବାସ୍ତବ ସ୍ଥିତି ବିଷୟରେ ସଠିକ୍ ସୂଚନା ସଂଗ୍ରହ ସହ କୌଣସି ସ୍ଥାନରେ କୋଭିଡ୍ ସଂକ୍ରମଣ ଜଣାପଡ଼ିବା ମାତ୍ରେ ଲକ୍ଷଣ ପ୍ରକାଶ ପାଇବାମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହାଛଡ଼ା ଘରକୁ ଘର ଅଭିଜାନ ମାଧ୍ୟମରେ କୋଭିଡ୍ ଟିକାକରଣକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ କୋଭିଡ୍ ପରିଚାଳନାରେ ଓଡ଼ିଶା ଆନ୍ତର୍ଜାତିକ ସ୍ୱୀକୃତି ପାଇଛି । କୋଭିଡ୍ ଟିକାକରଣରେ ସମଭାବେ ଆଗୁଆ ହୋଇ ଏହି ସୁନାମ ବଜାୟ ରଖିବା ପାଇଁ ଶ୍ରୀ ଜେନା ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ଟିକାକରଣର ଗ୍ରାମ ସ୍ତରୀୟ କାର୍ଯ୍ୟ-ଯୋଜନାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟାନ୍ୱୟନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜକୁମାର ଶର୍ମା କହଥିଲେ ଯେ କେତେକ ଦେଶରେ କୋଭିଡ୍ର ଏକ ନୂଆ ମିଶ୍ରିତ ପ୍ରକାର ଦେଖାଇଛି । ଏହା ଅଧିକ ମିଶ୍ରିତ ଏବଂ ତୀବ୍ର ହେବାର ସମ୍ଭାବନା ରହିଛି । ତେଣୁ ୧୮ ରୁ ଉର୍ଦ୍ଧ୍ଵ ସମସ୍ତ ନାଗରିକଙ୍କର ଶତ ପ୍ରତିଶତ ଟିକାକରଣ ଆମ ପାଇଁ ଏକ ବଡ଼ ପ୍ରତିରୋଧକ ହେବ । କୋଭିଡ୍ ପରୀକ୍ଷା କଲାବେଳେ ‘ଜେନୋମିକ୍ ସିକୁଏନ୍ସିଂ’ କରାଇବା ପାଇଁ ମଧ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଥିଲେ ।

କୋଭିଡ୍ ନିରାକରଣ ବ୍ୟବହାର ଯଥା ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଏବଂ ସାନିଟାଇଜର ବ୍ୟବହାର ଆଦିକୁ କଡାକଡି ଭାବେ ପ୍ରବର୍ତ୍ତନ କରାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ନିୟମ ଭଙ୍ଗ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନଙ୍କ ବିରୁଦ୍ଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ, ଜୋରିମାନା ଆଦାୟ ଆଦିକୁ ଅଧିକ ସଘନ ଓ ବ୍ୟାପକ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ ।

କୋଭିଡ୍-୧୯ ମୃତକଙ୍କ ଉତ୍ତରାଧିକାରୀଙ୍କୁ ଅନୁକଂପା ସହାୟତା ରାଶି ପ୍ରଦାନ ବିଷୟ ବୈଠକର ଆଲୋଚନାରେ ସ୍ଥାନ ପାଇଥିଲା । ଏହି ପ୍ରକ୍ରିୟାକୁ ଜନ ସାଧାରଣଙ୍କ ନିମନ୍ତେ ଅଧିକ ସରଳ ଓ ସୁଗମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ଅଡିଟେଡ୍ ମୃତକଙ୍କ ନିକଟ ସଂପର୍କୀୟଙ୍କୁ ଅନୁକଂପା ରାଶି ପ୍ରଦାନ ନିମନ୍ତେ ପ୍ରକ୍ରିୟାଗତ ଆବଶ୍ୟକତା ପ୍ରତିବନ୍ଧକ ହେବା ଉଚ୍ଚିତ୍ ନୁହେଁ ବୋଲି ଉନ୍ନୟନ କମିଶନର ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।

ସବୁ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାର କୋଭିଡ୍ ସ୍ଥିତି, ପ୍ରତିରୋଧାତ୍ମକ କାର୍ଯ୍ୟଯୋଜନା ଏବଂ ଅନୁକଂପା ରାଶି ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ ।

କରୋନା ତୃତୀୟ ଲହର କୋଭିଡ୍-19 ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..

June 25, 2026

ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ ରାଉତ, ନବୀନ ଘୋଷଣା କରି କହିଲେ..

June 25, 2026

ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ଚର୍ଚ୍ଚା: ଜାଣନ୍ତୁ କାହା ଉପରେ ଝୁଲୁଛି ଖଣ୍ଡା?

June 25, 2026

ଶଙ୍ଖ ଭବନରେ ବିଜେଡି ବୈଠକ, କିଛି ସମୟ ପରେ ସୁଜାତା ମିଶିବା ନେଇ ହେବ ଘୋଷଣା

June 25, 2026
Latest News

୩ଟି ଫର୍ମାଟରେ ନମ୍ବର-୧ ଅଲରାଉଣ୍ଡର କିଏ?: ଦେଖନ୍ତୁ ICC ରାଙ୍କିଙ୍ଗ

June 25, 2026

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଉଠାଇଲେ ସମସ୍ତ ଏଲପିଜି କଟକଣା

June 25, 2026

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ପ୍ରଣାଳୀ ପାର ହେଲା ୩୦ଟି ଜାହାଜ

June 25, 2026

ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ବଡ ଔଷଧ, ନିୟମିତ ସେବନରେ ରକ୍ତ ଶର୍କରାକୁ କରେ ନିୟନ୍ତ୍ରଣ

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.