Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରବଳ ବର୍ଷାରେ ଭିଜାଇ ପୁରୀ ଅତିକ୍ରମ କଲା ଜୱାଦ, ସୋମବାରରୁ ପାଗ ଶୁଖିଲା ହେବା ସମ୍ଭାବନା
ବିଶେଷ ଖବର

ପ୍ରବଳ ବର୍ଷାରେ ଭିଜାଇ ପୁରୀ ଅତିକ୍ରମ କଲା ଜୱାଦ, ସୋମବାରରୁ ପାଗ ଶୁଖିଲା ହେବା ସମ୍ଭାବନା

December 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଦୁର୍ବଳ ହୋଇ ଅବପାତର ରୂପ ନେବା ପରେ ପୁରୀ ଅତିକ୍ରମ କରିଛି ଜଓ୍ବାଦ୍ । ବର୍ତ୍ତମାନ ଏହା ପଶ୍ଚିମବଂଗ ଏବଂ ବାଙ୍ଗଲାଦେଶ ଆଡକୁ ମୁହାଁଇଚି। ପାଣିପାଗ ସୂଚନା ଅନୁସାରେ ଆଜି ମଧ୍ୟରାତ୍ରରେ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବ ଜୱାଦ। ତେବେ ଏହାର ପ୍ରଭାବରେ  ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି ।

ସେଥିପାଇଁ ପାଣିପାଗ ବିଭାଗ ୯ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଞ୍ଜକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗଞ୍ଜାମ, ନୟାଗଡ, କେନ୍ଦୁଝର, ଅନୁଗୁଳ ଏବଂ ଢେଙ୍କାନାଳକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ଜୱାଦ ପ୍ରଭାବରେ ଶନିବାର ରାତିରୁ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି। ଆଜି ସକାଳୁ ଓଡିଶାର ପାଗ ପୁରା ମେଘୁଆ ରହି ପ୍ରବଳ ବର୍ଷା ହୋଇଯାଇଛି। ପାଣିପାଗ ବିଭାଗ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ସର୍ବାଧିକ ବର୍ଷା ହୋଇଛି। ସେଠାରେ ୧୫୮ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ନୟାଗଡ଼ରେ ୧୦୭.୫ ମିମି, ଛତ୍ରପୁରରେ ୮୬.୬, ଖୋର୍ଦ୍ଧା ବାଣପୁରରେ ୮୧, ପୋଲସରାରେ ୭୧.୮, କୋଦଳାରେ ୬୮, ଏରସମାରେ ୬୮ ଓ ରାଜନଗରରେ ୬୫ ମିମି ବର୍ଷା ହୋଇଛି।

ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଅବପାତର ପ୍ରଭାବ କମି ନଥିବାରୁ ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇ ଥିବା ଭୁବନେଶ୍ବର ପାଣିପାଗ ତରଫରୁ କୁହାଯାଇଛି। ସୋମବାରଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିବ । ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବ। ବର୍ଷା ପ୍ରଭାବରେ ପାଗ କୋହଲା ରହିବା ସହ ଶୀତ ଅନୁଭୂତ ହେବ। ହେଲେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ଜୱାଦ ପଶ୍ଚିମବଂଗ ପୁରୀ ପ୍ରବଳ ବର୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.