Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଫନି ବାତ୍ୟା ପ୍ରଭାବିତଙ୍କୁ ଦୁଇ ଲକ୍ଷ ଘର ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଥିଲେ ନବୀନ
ଜାତୀୟ ଖବର

ଫନି ବାତ୍ୟା ପ୍ରଭାବିତଙ୍କୁ ଦୁଇ ଲକ୍ଷ ଘର ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଥିଲେ ନବୀନ

December 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି PMAY (G) ଅଧୀନରେ ଫନି ବାତ୍ୟା ପ୍ରଭାବିତ ପରିବାର ପାଇଁ 1.84 ଲକ୍ଷ ଘର ଯୋଗାଇବାରୁ ଦାବୀ କରିଛନ୍ତି। ସେହିପରି ସାଧାରଣ ଭାବେ ଆଦିବାସୀ ଜିଲ୍ଲା ଏବଂ କେବିକେ ଜିଲ୍ଲାକୁ 13 ଲକ୍ଷ ଘର ଯୋଗାଇବାକୁ ଅନୁରୋଧ କରିଛନ୍ତି।

ପ୍ରଥମେ ପ୍ରଧାନମନ୍ତ୍ରୀ ଓଡିଶାକୁ 8.17 ଲକ୍ଷ PMAY (G) ଘର ମଞ୍ଜୁର କରିଥିବାରୁ ନବୀନ ଧନ୍ୟବାଦ ଜଣାଇଛନ୍ତି। ହେଲେ କେବିଏକର ବହୁ ପରିବାର ତଥା ରାଜ୍ୟର ଆଦିବାସୀ ପ୍ରାଧାନ୍ୟ ଜିଲ୍ଲା ତଥା ଫନି ବାତ୍ୟାରେ ଘର ହରାଇ ଅନେକ ପରିବାରଙ୍କ ଦୁଃଖରେ ରହିଛନ୍ତି। ସେମାନଙ୍କ ପ୍ରତି ଦୃଷ୍ଟି ଦେବା ପାଇଁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ତିନୋଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ସେଗୁଡିକ ହେଲା

1- ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତ ସରକାରଙ୍କ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ, 2019 ମାର୍ଚ୍ଚ 7 ତାରିଖ ସୁଦ୍ଧା ଆୱାସ୍+ ମାଧ୍ୟମରେ ଯୋଗ୍ୟ ବଳକା ପରିବାର ଚିହ୍ନଟ କରିବାକୁ ଅନୁମତି ଦେଇଥିଲେ। ହେଲେ  ସେତେବେଳେ ସାଧାରଣ ନିର୍ବାଚନ -2019 ପାଇଁ ପ୍ରସ୍ତୁତି କାର୍ଯ୍ୟରେ ସରକାରୀ ଅଧିକାରୀଙ୍କ ବ୍ୟସ୍ତତା, ନେଟୱାର୍କ ସଂଯୋଗ ସମସ୍ୟା ଏବଂ ରାଜ୍ୟର କିଛି ଅଞ୍ଚଳରେ ନକ୍ସଲ ହିଂସା ଯୋଗୁଁ ତାହା ଚିହ୍ନଟ କରିବାରେ ବିଳମ୍ବ ହୋଇଥିଲା। ତଥାପି ଏହି ବ୍ୟସ୍ତତା ଭିତରେ ଏବଂ ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କେବଳ 35 ହଜାର ପରିବାର ଚିହ୍ନଟ କରାଯାଇଛି।

2- ଯେତେବେଳେ ଫନି ବାତ୍ୟା ଦ୍ୱାରା ପ୍ରଭାବିତ 14 ଟି ଜିଲ୍ଲା ପାଇଁ MoRD ଆୱାସ୍ + ପାଇଁ ଚିହ୍ନଟ କରିବାକୁ କହିଲେ ସେତେବେଳେ 7.87 ଲକ୍ଷ ପରିବାର ଚିହ୍ନଟ ହେଲା। ରାଜ୍ୟ ସରକାରଙ୍କ RH ପୋର୍ଟାଲ ମାଧ୍ୟମରେ ଏହି ଚିହ୍ନଟ କରାଯାଇଥିଲା। ହେଲେ ଫନି ବାତ୍ୟା ଦ୍ୱାରା ପ୍ରଭାବିତ ହୋଇନଥିବା 16 ଟି ଜିଲ୍ଲାର 5.09 ଲକ୍ଷ ପରିବାର ମଧ୍ୟ ଯୋଗ୍ୟ ବିବେଚିତ ହୋଇଥିଲେ। ଏହା ଉଲ୍ଲେଖ କରାଯାଇପାରେ ଯେ ଏଗୁଡ଼ିକ ମୁଖ୍ୟତଃ ଆଦିବାସୀ ଜିଲ୍ଲା ଏବଂ କେବିକେ ଜିଲ୍ଲା ଅଟେ।

3- ଫନି ପ୍ରଭାବିତ ପରିବାରକୁ 5 ଲକ୍ଷ PMAY-G (ସ୍ବତନ୍ତ୍ର) ଘର ଆବଣ୍ଟନ କରିବାକୁ ମେ 2019 ରେ  ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ମନେ ପକାଇ CM କହିଛନ୍ତି ଯେ ଏଥିରେ 1.84 ଲକ୍ଷ ପରିବାର ଅଛନ୍ତି, ଯେଉଁମାନଙ୍କର ବାତ୍ୟା ଫନି ଦ୍ୱାରା ଘର ଭାଙ୍ଗି ଯାଇଛି କିନ୍ତୁ ସେମାନେ ସାଧାରଣ PMAY (G) ଘରଗୁଡିକ ପାଇବାକୁ ଯୋଗ୍ୟ ନୁହଁନ୍ତି।

ତେଣୁ, ଏହି ପରିବାରଗୁଡିକ PMAY-G (ସ୍ବତନ୍ତ୍ର) ଘରଗୁଡିକ ପାଇଁ PMAY (G) ର ସାମିଲ କରିବା ପାଇଁ  ପୂର୍ବ ସର୍ତ୍ତଗୁଡିକ କୋହଳ କରାଯାଉ ବୋଲି ନବନ ଦାବି କରିଛନ୍ତି।

ସେ କହିଛନ୍ତି ଯେ ଆୱାସ୍ + ଏବଂ ଆରଏଚ୍ ପୋର୍ଟାଲ୍ ମାଧ୍ୟମରେ ସର୍ଭେ ସମୟରେ କିଛି ଯୋଗ୍ୟ ପରିବାର ବଞ୍ଚିତ ହୋଇପାରନ୍ତି। ଏହିପରି ଭାବରେ ବାତ୍ୟା ପ୍ରଭାବିତ ପରିବାରକୁ 1.84 ଲକ୍ଷ PMAY-G (ସ୍ବତନ୍ତ୍ର) ଘରକୁ ମଞ୍ଜୁର କରିବାକୁ, RH ପୋର୍ଟାଲରୁ PMAY (G) ର 5.09 ଲକ୍ଷ ତଥ୍ୟ ସ୍ଥାନାନ୍ତର କରିବାକୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏକ ମାସ ପାଇଁ ସମଗ୍ର ରାଜ୍ୟ ପାଇଁ ଏହା ଲାଗୁ କରିବା ପାଇଁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି
Share. Facebook Twitter LinkedIn Email WhatsApp Copy Link

Related Posts

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ମହାପ୍ରଭୁଙ୍କ ଦର୍ଶନ କରିବେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ

February 13, 2026

ଦୁଇଟି ବନ୍ଦେ ଭାରତ ଟ୍ରେନ୍ ବନ୍ଦ କଲା ରେଳବାଇ: ଜାଣନ୍ତୁ ରୁଟ ଏବଂ କାରଣ

February 13, 2026
Latest News

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.