ଫନି ବାତ୍ୟା ପ୍ରଭାବିତଙ୍କୁ ଦୁଇ ଲକ୍ଷ ଘର ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଥିଲେ ନବୀନ

Published: Dec 11, 2021, 4:48 pm IST

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି PMAY (G) ଅଧୀନରେ ଫନି ବାତ୍ୟା ପ୍ରଭାବିତ ପରିବାର ପାଇଁ 1.84 ଲକ୍ଷ ଘର ଯୋଗାଇବାରୁ ଦାବୀ କରିଛନ୍ତି। ସେହିପରି ସାଧାରଣ ଭାବେ ଆଦିବାସୀ ଜିଲ୍ଲା ଏବଂ କେବିକେ ଜିଲ୍ଲାକୁ 13 ଲକ୍ଷ ଘର ଯୋଗାଇବାକୁ ଅନୁରୋଧ କରିଛନ୍ତି।

ପ୍ରଥମେ ପ୍ରଧାନମନ୍ତ୍ରୀ ଓଡିଶାକୁ 8.17 ଲକ୍ଷ PMAY (G) ଘର ମଞ୍ଜୁର କରିଥିବାରୁ ନବୀନ ଧନ୍ୟବାଦ ଜଣାଇଛନ୍ତି। ହେଲେ କେବିଏକର ବହୁ ପରିବାର ତଥା ରାଜ୍ୟର ଆଦିବାସୀ ପ୍ରାଧାନ୍ୟ ଜିଲ୍ଲା ତଥା ଫନି ବାତ୍ୟାରେ ଘର ହରାଇ ଅନେକ ପରିବାରଙ୍କ ଦୁଃଖରେ ରହିଛନ୍ତି। ସେମାନଙ୍କ ପ୍ରତି ଦୃଷ୍ଟି ଦେବା ପାଇଁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ତିନୋଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ସେଗୁଡିକ ହେଲା

1- ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତ ସରକାରଙ୍କ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ, 2019 ମାର୍ଚ୍ଚ 7 ତାରିଖ ସୁଦ୍ଧା ଆୱାସ୍+ ମାଧ୍ୟମରେ ଯୋଗ୍ୟ ବଳକା ପରିବାର ଚିହ୍ନଟ କରିବାକୁ ଅନୁମତି ଦେଇଥିଲେ। ହେଲେ  ସେତେବେଳେ ସାଧାରଣ ନିର୍ବାଚନ -2019 ପାଇଁ ପ୍ରସ୍ତୁତି କାର୍ଯ୍ୟରେ ସରକାରୀ ଅଧିକାରୀଙ୍କ ବ୍ୟସ୍ତତା, ନେଟୱାର୍କ ସଂଯୋଗ ସମସ୍ୟା ଏବଂ ରାଜ୍ୟର କିଛି ଅଞ୍ଚଳରେ ନକ୍ସଲ ହିଂସା ଯୋଗୁଁ ତାହା ଚିହ୍ନଟ କରିବାରେ ବିଳମ୍ବ ହୋଇଥିଲା। ତଥାପି ଏହି ବ୍ୟସ୍ତତା ଭିତରେ ଏବଂ ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କେବଳ 35 ହଜାର ପରିବାର ଚିହ୍ନଟ କରାଯାଇଛି।

2- ଯେତେବେଳେ ଫନି ବାତ୍ୟା ଦ୍ୱାରା ପ୍ରଭାବିତ 14 ଟି ଜିଲ୍ଲା ପାଇଁ MoRD ଆୱାସ୍ + ପାଇଁ ଚିହ୍ନଟ କରିବାକୁ କହିଲେ ସେତେବେଳେ 7.87 ଲକ୍ଷ ପରିବାର ଚିହ୍ନଟ ହେଲା। ରାଜ୍ୟ ସରକାରଙ୍କ RH ପୋର୍ଟାଲ ମାଧ୍ୟମରେ ଏହି ଚିହ୍ନଟ କରାଯାଇଥିଲା। ହେଲେ ଫନି ବାତ୍ୟା ଦ୍ୱାରା ପ୍ରଭାବିତ ହୋଇନଥିବା 16 ଟି ଜିଲ୍ଲାର 5.09 ଲକ୍ଷ ପରିବାର ମଧ୍ୟ ଯୋଗ୍ୟ ବିବେଚିତ ହୋଇଥିଲେ। ଏହା ଉଲ୍ଲେଖ କରାଯାଇପାରେ ଯେ ଏଗୁଡ଼ିକ ମୁଖ୍ୟତଃ ଆଦିବାସୀ ଜିଲ୍ଲା ଏବଂ କେବିକେ ଜିଲ୍ଲା ଅଟେ।

3- ଫନି ପ୍ରଭାବିତ ପରିବାରକୁ 5 ଲକ୍ଷ PMAY-G (ସ୍ବତନ୍ତ୍ର) ଘର ଆବଣ୍ଟନ କରିବାକୁ ମେ 2019 ରେ  ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ମନେ ପକାଇ CM କହିଛନ୍ତି ଯେ ଏଥିରେ 1.84 ଲକ୍ଷ ପରିବାର ଅଛନ୍ତି, ଯେଉଁମାନଙ୍କର ବାତ୍ୟା ଫନି ଦ୍ୱାରା ଘର ଭାଙ୍ଗି ଯାଇଛି କିନ୍ତୁ ସେମାନେ ସାଧାରଣ PMAY (G) ଘରଗୁଡିକ ପାଇବାକୁ ଯୋଗ୍ୟ ନୁହଁନ୍ତି।

ତେଣୁ, ଏହି ପରିବାରଗୁଡିକ PMAY-G (ସ୍ବତନ୍ତ୍ର) ଘରଗୁଡିକ ପାଇଁ PMAY (G) ର ସାମିଲ କରିବା ପାଇଁ  ପୂର୍ବ ସର୍ତ୍ତଗୁଡିକ କୋହଳ କରାଯାଉ ବୋଲି ନବନ ଦାବି କରିଛନ୍ତି।

ସେ କହିଛନ୍ତି ଯେ ଆୱାସ୍ + ଏବଂ ଆରଏଚ୍ ପୋର୍ଟାଲ୍ ମାଧ୍ୟମରେ ସର୍ଭେ ସମୟରେ କିଛି ଯୋଗ୍ୟ ପରିବାର ବଞ୍ଚିତ ହୋଇପାରନ୍ତି। ଏହିପରି ଭାବରେ ବାତ୍ୟା ପ୍ରଭାବିତ ପରିବାରକୁ 1.84 ଲକ୍ଷ PMAY-G (ସ୍ବତନ୍ତ୍ର) ଘରକୁ ମଞ୍ଜୁର କରିବାକୁ, RH ପୋର୍ଟାଲରୁ PMAY (G) ର 5.09 ଲକ୍ଷ ତଥ୍ୟ ସ୍ଥାନାନ୍ତର କରିବାକୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏକ ମାସ ପାଇଁ ସମଗ୍ର ରାଜ୍ୟ ପାଇଁ ଏହା ଲାଗୁ କରିବା ପାଇଁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Related posts