Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଛଅ ହଜାର ଶିକ୍ଷକଙ୍କୁ ନବୀନ ପଟ୍ଟନାୟକ ଦେବେ ନିଯୁକ୍ତି, କଳିଙ୍ଗ ଷ୍ଟାଣ୍ଡିୟମରେ ଚାଲିଛି ବ୍ୟାପକ ପ୍ରସ୍ତୁତି
ବିଶେଷ ଖବର

ଛଅ ହଜାର ଶିକ୍ଷକଙ୍କୁ ନବୀନ ପଟ୍ଟନାୟକ ଦେବେ ନିଯୁକ୍ତି, କଳିଙ୍ଗ ଷ୍ଟାଣ୍ଡିୟମରେ ଚାଲିଛି ବ୍ୟାପକ ପ୍ରସ୍ତୁତି

December 14, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଛଅ ହଜାର ଶିକ୍ଷକଙ୍କୁ ନବୀନ ପଟ୍ଟନାୟକ ଦେବେ ନିଯୁକ୍ତି, କଳିଙ୍ଗ ଷ୍ଟାଣ୍ଡିୟମରେ ଚାଲିଛି ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ବର: ଓଡିଶାରେ ଏକାଥରେ ନିଯୁକ୍ତି ପାଇବେ ଛଅ ହଜାର ଶିକ୍ଷକ। ସେଥିପାଇଁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମର ହକି ଗ୍ୟାଲେରୀରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ଏହି ପ୍ରସ୍ତୁତି କରାଯାଇଛି। ଏହି ସମାରୋହରେ ସମସ୍ତ ନିଯୁକ୍ତି ହେବାକୁ ଥିବା ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେବେ। ଆସନ୍ତା ୧୬ ତାରିଖରେ ଏହି ବିଶାଳ କାଯ୍ୟକ୍ରମ କରିବା ପାଇଁ ବିଭାଗ ତରଫରୁ ଜୋରଦାର ପ୍ରସ୍ତୁତି କରାଯାଉଛି।

ବିଭାଗ ଅନୁସାରେ ରାଜ୍ୟରେ ମୋଟ ୬ ହଜାର ୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ସେମାନଙ୍କୁ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୪୩୮ ଜଣ ଥିବା ବେଳେ, ଗଂଜାମ ଓ ସୁନ୍ଦରଗଡ ଜିଲ୍ଲାରୁ ୩୯୧ ଜଣ ଲେଖାଏଁ, ମୟରଭଂଜ ଜିଲ୍ଲାରୁ ୩୮୨ ଜଣ, କେଉଁଝରରୁ ୩୬୫ ଜଣ ଅଛନ୍ତି। ସବୁଠାରୁ କମ ଶିକ୍ଷକ ନିଯୁକ୍ତ ହେବ ଦେବଗଡ ଜିଲ୍ଲାରୁ। ଏହି ଜିଲ୍ଲାରୁ ମୋଟ ୩୨ ଜଣ ଶିକ୍ଷକ ନିଯୁକ୍ତ ହେବେ।

ଏହି ନବନିଯୁକ୍ତ ଶିକ୍ଷକଙ୍କୁ କଳିଙ୍ଗ ଷ୍ଟାଡିୟମ ଆଣିବା ପାଇଁ ୧୨୦ଟି ବସର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ସଂପୃକ୍ତ ଜିଲ୍ଲା ପ୍ରଶାସନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହି ବସ୍ ଗୁଡିକ ନିର୍ଦ୍ଧାରିତ ସମୟ ପୂର୍ବରୁ ଜିଲ୍ଲା ଛାଡିବା ପାଇଁ କୁହାଯାଇଛି। ଏଥିସହିତ ଏହି ବସ୍ ରେ ସ୍ବତନ୍ତ୍ର ବ୍ୟାନର ଲଗାଯିବ ବୋଲି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଶିକ୍ଷକମାନେ ୧୫ ତାରିଖ ସୁଦ୍ଧା ଭୁବନେଶ୍ବରରେ ପହଁଞ୍ଚିବେ। ସେଥିପାଇଁ କଳିଙ୍ଗ ଷ୍ଟାଡିୟମରେ ରହିବା ପାଇଁ ମଧ୍ୟ ବନ୍ଦୋବସ୍ତ କରାଯାଇଛି। ସେହି ଦିନ ସେମାନେ ଅପରାହ୍ନ ୩ ଟାରେ ମଞ୍ଚ ନିକଟକୁ ଆସି କେମିତି କିଏ କେଉଁଠି ବସିବେ ତାହା ପ୍ରସ୍ତୁତ କରାଯିବ। ଏଥିସହିତ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ କରାଯିବ। ୧୬ ତାରିଖରେ ମଧ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ। ସେହିଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ କରିବେ। କୋଭିଡ କଟକଣା ମଧ୍ୟରେ ଏହି ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ରାଜ୍ୟ ସରକାର ମୋଟ ୧୧ ହଜାର ୪୦୦ ସ୍କୁଲ ଶିକ୍ଷକଙ୍କୁ ନିଯୁକ୍ତି କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ହେଲେ ସେଥି ମଧ୍ୟରେ କଟଅପ ମାର୍କ ଅନୁସାରେ ୬ ହଜାର ୧୩୧ ଜଣ ନିଯୁକ୍ତି ପାଇଁ ମନୋନିତ ହୋଇଛନ୍ତି। ଏହି ଶିକ୍ଷକମାନେ 5T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧିନରେ ଖାଲିଥିବା ସ୍କୁଲଗୁଡିକରେ ନିଯୁକ୍ତି ପାଇବେ।

ରାଜ୍ୟ ସରକାର ଚଳିତ ଡିସେମ୍ବର ସୁଦ୍ଧା ୧୬ ହଜାର ଶିକ୍ଷକ ନିଯୁକ୍ତି କରିବେ ବୋଲି ଯୋଜନା କରିଥିଲେ। ସେହି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୪୦୦ ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଆସନ୍ତା ବର୍ଷ ଏହିସବୁ ନିଯୁକ୍ତି କରାଯିବ ବୋଲି ବିଭାଗ ତରଫୁ ନିଷ୍ପତି କରାଯାଇଛି।

education କଳିଙ୍ଗ ଷ୍ଟାଣ୍ଡିୟମ ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ବ୍ୟାନ୍ କରିବା ପାଇଁ ପରିଣାମ ଭୋଗିବ ଫେସବୁକ୍!: ସମନ୍ କଲେ ସରକାର

July 28, 2026

ନବରଙ୍ଗପୁରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’

July 28, 2026

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026
Latest News

ଲଞ୍ଚ ହେଲା ନୂତନ ଭାରତୀୟ EV ବାଇକ୍: ଗୋଟିଏ ଚାର୍ଜରେ ଚାଲିବ 260 କିମି, ଜାଣନ୍ତୁ ମୂଲ୍ୟ

July 28, 2026

ପ୍ରିୟଙ୍କା ଗାନ୍ଧୀଙ୍କ ବୟାନକୁ ନେଇ ସଂସଦରେ ହଙ୍ଗାମା: କ୍ଷମା ଦାବି କଲେ କିରେନ ରିଜିଜୁ

July 28, 2026

ହଠାତ୍ ଇସ୍ତଫା ଦେଲେ ଭାରତୀୟ ପ୍ରଶିକ୍ଷକ!: KKR ରେ ପୁଣି ଦେବେ ଯୋଗ

July 28, 2026

ଏହି ପ୍ରସଙ୍ଗରେ ଯୋଗୀ ସରକାରଙ୍କୁ ଆକ୍ରମଣ କଲେ ଶଙ୍କରାଚାର୍ଯ୍ୟ: ଆଣିଲେ ଗୁରୁତର ଅଭିଯୋଗ

July 28, 2026

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.