Categories
ଆଜିର ଖବର ଜାତୀୟ ଖବର

୧୦ ଟି ରାଜ୍ୟରୁ ୨୦ ଟି ବିଦ୍ୟାଳୟର ମାନ୍ୟତା ବାତିଲ କଲା CBSE: ଦେଖନ୍ତୁ ତାଲିକା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦେଶର ବିଭିନ୍ନ ରାଜ୍ୟରେ ୨୦ ଟି ବିଦ୍ୟାଳୟର ମାନ୍ୟତା ବାତିଲ କରିଛି। ଉତ୍ତରପ୍ରଦେଶ, ଦିଲ୍ଲୀ, ଜମ୍ମୁ କାଶ୍ମୀର, ରାଜସ୍ଥାନ, ଛତିଶଗଡ, ଆସାମ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ବ୍ୟତୀତ କେରଳ ଏବଂ ଉତ୍ତରାଖଣ୍ଡର ଏହି ୨୦ ଟି ବିଦ୍ୟାଳୟ ରହିଛି। ସିବିଏସଇ ସଚିବ ହିମାଂଶୁ ଗୁପ୍ତା ଏହି ପ୍ରସଙ୍ଗରେ କହିଛନ୍ତି ଯେ, ଏହି ୨୦ ଟି ବିଦ୍ୟାଳୟ କେବଳ ନିୟମ ବିରୁଦ୍ଧରେ କାର୍ଯ୍ୟ କରୁନାହାଁନ୍ତି ବରଂ ଖରାପ ଆଚରଣରେ ମଧ୍ୟ ଜଡିତ ଅଛନ୍ତି।

କେଉଁ ରାଜ୍ୟରେ କେତେ ବିଦ୍ୟାଳୟ ଅଛି?:

ଯେଉଁ ରାଜ୍ୟଗୁଡିକର ବିଦ୍ୟାଳୟଗୁଡିକ ବାତିଲ୍ ହୋଇଛି। ସେଥିମଧ୍ୟରୁ ଦିଲ୍ଲୀରେ ୫ ଟି ଏବଂ ଉତ୍ତରପ୍ରଦେଶରେ ତିନୋଟି ବିଦ୍ୟାଳୟ ଅଛି। କେରଳ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଛତିଶଗଡରେ ପ୍ରତ୍ୟେକ ଦୁଇଟି ଲେଖାଏଁ ବିଦ୍ୟାଳୟ ଅଛି। ଯେତେବେଳେ କି, ଜମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଏବଂ ଆସାମରେ ପ୍ରତ୍ୟେକଟି ଗୋଟିଏ ବିଦ୍ୟାଳୟ ଅଛି ଯାହାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ସ୍ୱୀକୃତି ବାତିଲ ହୋଇଛି।

ଏହି ବିଦ୍ୟାଳୟଗୁଡ଼ିକର ମାନ୍ୟତା ବାତିଲ କରାଯାଇଛି:

ସିଦ୍ଧାର୍ଥ ପବ୍ଲିକ୍ ସ୍କୁଲ୍, ଦିଲ୍ଲୀ -୮୧
ମାରିଗୋଲ୍ଡ ପବ୍ଲିକ୍ ସ୍କୁଲ୍, ଦିଲ୍ଲୀ -୩୯
ଭାରତ ମାତା ସରସ୍ୱତୀ ବାଲ ମନ୍ଦିର, ଦିଲ୍ଲୀ -୪୦
ନ୍ୟାସନାଲ ପବ୍ଲିକ୍ ସ୍କୁଲ୍, ଦିଲ୍ଲୀ -୪୦
ଚନ୍ଦ ରାମ ପବ୍ଲିକ୍ ସିନିୟର ମାଧ୍ୟମିକ ବିଦ୍ୟାଳୟ, ଦିଲ୍ଲୀ -୩୯
ଲୟାଲ ପବ୍ଲିକ୍ ସ୍କୁଲ୍, ବୁଲନ୍ଦସହର, ଉତ୍ତରପ୍ରଦେଶ
କ୍ରେସେଣ୍ଟ କନଭେଣ୍ଟ ସ୍କୁଲ, ଗାଜିପୁର, ଉତ୍ତରପ୍ରଦେଶର
ଟ୍ରିନୀଟି ୱାର୍ଲ୍ଡ ସ୍କୁଲ, ଗୌତମ ବୁଦ୍ଧ ନଗର, ଉତ୍ତରପ୍ରଦେଶ
ପ୍ରିନ୍ସ UCH ମାଧ୍ୟମିକ ବିଦ୍ୟାଳୟ, ରାଜସ୍ଥାନର ସିକର
ଗ୍ଲୋବାଲ ଇଣ୍ଡିଆନ ଇଣ୍ଟରନ୍ୟାସନାଲ ସ୍କୁଲ, ଯୋଧପୁର, ରାଜସ୍ଥାନ
ଦ୍ରୋଣାଚାର୍ଯ୍ୟ ପବ୍ଲିକ୍ ସ୍କୁଲ୍, ରାୟପୁର, ଛତିଶଗଡ
ୱାଇକନ ସ୍କୁଲ, ବିଧାନ ସଭା ମାର୍ଗ, ରାୟପୁର, ଛତିଶଗଡ
ରାହୁଲ ଆନ୍ତର୍ଜାତୀୟ ବିଦ୍ୟାଳୟ, ଥାନେ, ମହାରାଷ୍ଟ୍ର
ପାୟୋନିୟର ପବ୍ଲିକ୍ ସ୍କୁଲ୍, ପୁଣେ, ମହାରାଷ୍ଟ୍ର
ପିଭିଜ ପବ୍ଲିକ୍ ସ୍କୁଲ୍, ମଲପୁରମ୍, କେରଳ
ମଦର ଥେରେସା ମେମୋରିଆଲ୍ ସେଣ୍ଟ୍ରାଲ୍ ସ୍କୁଲ୍, ଥିରୁବନନ୍ତପୁରମ୍, କେରଳ
କରତାର ପବ୍ଲିକ୍ ସ୍କୁଲ୍, କଠୁଆ, ଜମ୍ମୁ କାଶ୍ମୀର
SAI RNS ଏକାଡେମୀ, ଦିସପୁର, ଗୁଆହାଟି, ଆସାମ
ସର୍ଦ୍ଦାର ପଟେଲ ପବ୍ଲିକ୍ ସ୍କୁଲ୍, ମିସ୍ରୋଡ୍ ହୁଜୁର, ଭୋପାଳ, ମଧ୍ୟପ୍ରଦେଶ
ଜ୍ଞାନ ଆଇନଷ୍ଟାଇନ୍ ଆନ୍ତର୍ଜାତୀୟ ବିଦ୍ୟାଳୟ, ଦେହରାଡୁନ୍, ଉତ୍ତରାଖଣ୍ଡ

ଏହି ବିଦ୍ୟାଳୟଗୁଡ଼ିକର ମାନ୍ୟତା ହ୍ରାସ କଲା CBSE:

ଏହି ତିନୋଟି ବିଦ୍ୟାଳୟ ମଧ୍ୟରେ ଆସାମର ଶ୍ରୀ ରାମ ଏକାଡେମୀ, ବାରପେଟା, ଦ ବିବେକାନନ୍ଦ ସ୍କୁଲ, ନରେଲା, ଦିଲ୍ଲୀ ଏବଂ ଶ୍ରୀ ଦାସମେଶ ସିନିୟର ସେକଣ୍ଡାରୀ ପବ୍ଲିକ ସ୍କୁଲ, ତଲୱଣ୍ଡି ସାବୋ, ଜିଲ୍ଲା ବଠିଣ୍ଡା, ପଞ୍ଜାବ ରହିଛି, ଯାହାର CBSE ମାନ୍ୟତା ହ୍ରାସ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ଭିନ୍ନକ୍ଷମ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ରାଜ୍ୟ ସରକାରଙ୍କର ଚ଼ିନ୍ତା ନାହିଁ: କଂଗ୍ରେସ

ଭୁବନେଶ୍ଵର: ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର, ଶିକ୍ଷାର ଗୁରୁତ୍ୱ ସବୁଠାରୁ ଅଧିକ। ଜଣେ ଭିନ୍ନକ୍ଷମ ବିଦ୍ୟାର୍ଥୀ ମଧ୍ୟ ତାର ଶିକ୍ଷା ସାଧାରଣ ବିଦ୍ୟାର୍ଥୀ ପରି ପାଇବାର ଆବଶ୍ୟକତା ଅଛି ଏବଂ ତାର ମୌଳିକ ଅଧିକାର। ଓଡ଼ିଶାରେ ପ୍ରାୟ ୬୮୦୦୦ ସାଧାରଣ ବିଦ୍ୟାଳୟ ଅଛି ଏବଂ ୧ ଲକ୍ଷ ୪୬ ହଜାର ୩୬୪ ଜଣ ଭିନ୍ନକ୍ଷମ ବିଦ୍ୟାର୍ଥୀ ସାଧାରଣ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଛନ୍ତି। କିନ୍ତୁ ସେମାନଙ୍କୁ ପାଠ ପଢ଼ାଇବା ପାଇଁ ଉପଯୁକ୍ତ ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକଙ୍କର ଅଭାବ ରହିଛି ବୋଲି ପ୍ରଦେଶ କଂଗ୍ରେସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଭିନ୍ନକ୍ଷମ ବିଭାଗର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ବିଶ୍ବାଳ କହିଛନ୍ତି।

ଏହି ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଏକ ରାୟ ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏହି ରାୟ କୁ ଖୁଲମଖୋଲା ଅବମାନନା କରୁଛନ୍ତି ରାଜ୍ୟ ସରକାର। ଶ୍ରୀ ବିଶ୍ବାଳ କହିଛନ୍ତି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଭିନ୍ନକ୍ଷମ ଅଧିକାର ଆଇନ-୨୦୧୬ ଏବଂ ଅନ୍ତର୍ନିବେଶୀ ଶିକ୍ଷା ନୀତି ଅନୁସାରେ ନିୟମ ଓ ପ୍ରବନ୍ଧ ରହିଛି।ରାଜ୍ୟ ସରକାର ଭିନ୍ନକ୍ଷମ ଅଧିକାର ଆଇନ ଅର୍ନ୍ତଗତ ନିୟମ ଲାଗୁତ କରୁଛନ୍ତି କିନ୍ତୁ ଏହାକୁ ସଠିକ ରୂପେ ପରିଚ଼ାଳନା କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିନାହାଁନ୍ତି ଯାହା ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ବୈମାତୃକ ମନୋଭାବ ପୋଷଣ କରିବାର ଜ୍ଵଳନ୍ତ ଉଦାହରଣ ବୋଲି ଶ୍ରୀ ବିଶ୍ବାଳ ସରକାରଙ୍କୁ କଡ଼ା ସମାଲୋଚ଼ନା କରିଛନ୍ତି।

ଭାରତୀୟ ପୁନର୍ବାସ ପରିଷଦର ବୈଧାନିକ ରେ ଉଲ୍ଲେଖ ଅଛି ଯେ, ଭିନ୍ନକ୍ଷମ ବିଦ୍ୟାର୍ଥୀ ମାନଙ୍କୁ କେବଳ ସ୍ବତନ୍ତ୍ର ଶିକ୍ଷା ରେ ପ୍ରଶିକ୍ଷଣ ନେଇ ଭାରତୀୟ ପୁନର୍ବାସ ପରିଷଦ ରେ ନାମ ପଞ୍ଜିକରଣ କରିଥିବା ଶିକ୍ଷକ ହିଁ ଶିକ୍ଷା ଦାନ କରିପାରିବେ କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ଗୋଟିଏ ବି ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି, ତାହାଲେ ବିଦ୍ୟାଳୟ ରେ ନାମ ଲେଖାଇଥିବା ୧ ଲକ୍ଷ ୪୬ ହଜାର ୩୬୪ ଦିବ୍ୟାଙ୍ଗ ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କୁ ପଢ଼ାଉଛନ୍ତି କିଏ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ବିଶ୍ବାଳ। ଏ ଦିଗରେ ମାନ୍ୟବର ସୁପ୍ରିମକୋର୍ଟ ଦୁଇ ବର୍ଷ ମଧ୍ୟରେ ୮ ଥର ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟ ସରକାର ତାଙ୍କର ଅପାରଗତାକୁ ଲୁଚାଇବାକୁ ଯାଇ ମିଥ୍ୟା ସତ୍ୟପାଠ ଦାଖଲ କରି ମାନ୍ୟବର ସୁପ୍ରିମକୋର୍ଟକୁ ଭ୍ରମିତ କରିବା ପାଇଁ ଯେଉଁ ଉଦ୍ୟମ କରୁଛନ୍ତି କଂଗ୍ରେସ ଏହାକୁ ଦୃଢ଼ ଭାବରେ ନିନ୍ଦା କରୁଛି ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ପ୍ୟାନେଲିଷ୍ଟ ଶୁଭେନ୍ଦୁ ଶେଖର ମଲ୍ଲିକ ଓ ଓଡ଼ିଶା ସ୍ବତନ୍ତ୍ର ଶିକ୍ଷକ ସଂଘ ର ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୋୖଧୁରୀ ଉପସ୍ଥିତ ଥିଲେ।

Categories
StateBoard ବିଶେଷ ଖବର ରାଜ୍ୟ ଖବର

ଶିକ୍ଷା କ୍ଷେତ୍ରରେ ଲିଙ୍ଗଗତ ସମାନତାକୁ ସୁଦୃଢ଼ ପାଇଁ ନୂଆ ଯୋଜନା, ଜେ-ପାଲ୍‌ ସହିତ ହେବ ଚୁକ୍ତିନାମା

ଭୁବନେଶ୍ୱର : ରାଜ୍ୟରେ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ରାଜ୍ୟ ଜେ-ପାଲ୍‌ ସହିତ ଏକ ଅଣଆର୍ଥିକ ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଛି । ବିଦ୍ୟାଳୟ ଯାଉଥିବା କିଶୋରକିଶୋରୀମାନଙ୍କ ମଧ୍ୟରେ ଲିଙ୍ଗଗତ ମନୋଭାବ ଏବଂ ଆଚରଣ ପରିବର୍ତ୍ତନ କରି ଏହା ଲିଙ୍ଗଗତ ସମାନତାକୁ ତ୍ୱରାନ୍ୱିତ କରିବ ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆର୍ଥିକ ଖର୍ଚ୍ଚ ଜଡ଼ିତ ନୁହେଁ ଏବଂ ଓଡ଼ିଶା ସରକାରଙ୍କଠାରୁ ସର୍ବନିମ୍ନ ପ୍ରକାରର ସହାୟତା ଆବଶ୍ୟକ । ପ୍ରୋଗ୍ରାମଟି ଷଷ୍ଠରୁ ଦଶମ ଶ୍ରେଣୀ ପାଇଁ ବିଦ୍ୟାଳୟ ପାଠ୍ୟକ୍ରମରେ ଲିଙ୍ଗଗତ ସମାନତା ପାଠ୍ୟକ୍ରମକୁ ଏକୀକରଣ ଉପରେ ଧ୍ୟାନ ଦେଇଥାଏ । ଲିଙ୍ଗଗତ ସମାନତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ୫-‘ଟି’ ସ୍କୁଲ ଟ୍ରାନ୍ସଫର୍ମେସନ୍‌ ପ୍ରୋଗ୍ରାମର ଲକ୍ଷ୍ୟ ସହିତ ସିଙ୍କ୍ରୋନାଇଜେସନ୍‌ ଯାହା ପିଲାମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାରେ ସାହାଯ୍ୟ କରିବା ଏବଂ ଜୀବନର ସମସ୍ତ ଆହ୍ୱାନର ସମ୍ମୁଖୀନ ହେବାକୁ ଆତ୍ମବିଶ୍ୱାସରେ ଆଗକୁ ବଢ଼ିବା ।

ଏହି କାର୍ଯ୍ୟକ୍ରମ ଶିକ୍ଷା ବର୍ଷ ୨୦୨୨ଠାରୁ କାର୍ଯ୍ୟକାରୀ ହେବ । ପାଠ୍ୟକ୍ରମ ଚଳିତ ବର୍ଷ ସାମାଜିକ ଅଧ୍ୟୟନ ଏବଂ ଏହାର ସହଯୋଗୀ ବିଷୟଗୁଡ଼ିକ ପାଇଁ ଭୁଗୋଳ, ଇତିହାସ, ରାଜନୀତି ବିଜ୍ଞାନ ପାଇଁ ଏକ ସପ୍ଲିମେଣ୍ଟାରୀ ପାଠ୍ୟପୁସ୍ତକ ଭାବରେ ଆସିବ ଏବଂ ଏହା ସରକାରଙ୍କ ଦ୍ୱାରା ଛପା ହେବ । ୨୦୨୩ ପରଠାରୁ ପାଠ୍ୟକ୍ରମଗୁଡ଼ିକ ବିଦ୍ୟମାନ ଏସ୍‌ସିଇଆର୍‌ଟି ସାମାଜିକ ଅଧ୍ୟୟନ ଏବଂ ଏହାର ସହଯୋଗୀ ବିଷୟ ଯେପରିକି ଭୁଗୋଳ, ଇତିହାସ, ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକ ସହିତ ଏକୀଭୂତ ହେବ ।

ଭାଗୀଦାରି ଦଳ ପାଠ୍ୟକ୍ରମର ଉପଯୋଗିତା ପାଇଁ ଆଞ୍ଚଳିକ ପରିପ୍ରକାଶକୁ ବୁଝିବା ନିମନ୍ତେ ଓଡ଼ିଶାର ୫ଟି ଜଲ୍ଲା ମଧ୍ୟରେ ଏକ ଗଠନମୂଳକ ଅଧ୍ୟୟନ କରିବେ । ଜେ-ପାଲ୍‌ ଦକ୍ଷିଣ ଏସିଆ ପ୍ରଭାବ ଏବଂ କାର୍ଯ୍ୟକାରିତା ମାପିବାରେ ସରକାରଙ୍କୁ ସମର୍ଥନ କରୁଥିବା ପ୍ରମୁଖ ଜ୍ଞାନ ଏବଂ ଶିକ୍ଷଣ ସହଯୋଗୀ ହେବ । ଲିଙ୍ଗଗତ ସମାନତା ପାଠ୍ୟକ୍ରମ ଗଠନମୂଳକ ଅନୁସନ୍ଧାନ ମାଧ୍ୟମରେ ସ୍ଥାନୀୟ ପ୍ରସଙ୍ଗରେ ଅନୁକୂଳ ଏବଂ ଉପଯୋଗୀ ହେବ ।

ସହଭାଗୀ ଦଳ ବିଭାଗ ସହିତ ଲିଙ୍ଗସମ୍ବଳିତ ସଂଯୋଜକମାନଙ୍କୁ ମାଷ୍ଟର ଟ୍ରେନର ଭାବରେ ତାଲିମ ଦେବା ପାଇଁ କାର୍ଯ୍ୟ କରିବେ, ଯେଉଁମାନେ ପ୍ରଶିକ୍ଷକ ପ୍ରଶିକ୍ଷଣ ମଡେଲ୍‌ ବ୍ୟବହାର କରି ରାଜ୍ୟର ସମସ୍ତ ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରେ ସାମାଜିକ ଅଧ୍ୟୟନ ଶିକ୍ଷକମାନଙ୍କୁ ପାଠ୍ୟକ୍ରମକୁ କ୍ୟାସ୍‌କେଡ୍‌ କରିବାକୁ କ୍ଷମତାପ୍ରାପ୍ତ ହେବେ । ତାହା ହେଉଛି, ଏହି ମାଷ୍ଟର ଟ୍ରେନରମାନେ ଜିଲ୍ଲା ଶିକ୍ଷା ଏବଂ ତାଲିମ (ଉଔଊT)ରେ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରିବେ ।

ମାଷ୍ଟର ଟ୍ରେନର ଏବଂ ଶିକ୍ଷକମାନେ ମୂଳ ଲିଙ୍ଗ ଏବଂ ଅନ୍ତର୍ଭୁକ୍ତ ଧାରଣା, ନିର୍ଦ୍ଦେଶାବଳୀ ଡିଜାଇନ୍‌ ଧାରଣା, ସୁବିଧା କୌଶଳ ଏବଂ ରୋଲଡ୍‌ଆଉଟ୍‌ ହେବାକୁ ଥିବା ପାଠ୍ୟକ୍ରମରେ ବିଷୟ ଆଭିମୁଖ୍ୟ ଉପରେ ତାଲିମ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମର କାର୍ଯ୍ୟକାରିତା ପାଇଁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପାଙ୍କୁ ରାଜ୍ୟ ନୋଡାଲ୍‌ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି ।

Categories
ବିଶେଷ ଖବର ରାଜ୍ୟ ଖବର

ଛଅ ହଜାର ଶିକ୍ଷକଙ୍କୁ ନବୀନ ପଟ୍ଟନାୟକ ଦେବେ ନିଯୁକ୍ତି, କଳିଙ୍ଗ ଷ୍ଟାଣ୍ଡିୟମରେ ଚାଲିଛି ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ବର: ଓଡିଶାରେ ଏକାଥରେ ନିଯୁକ୍ତି ପାଇବେ ଛଅ ହଜାର ଶିକ୍ଷକ। ସେଥିପାଇଁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମର ହକି ଗ୍ୟାଲେରୀରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ଏହି ପ୍ରସ୍ତୁତି କରାଯାଇଛି। ଏହି ସମାରୋହରେ ସମସ୍ତ ନିଯୁକ୍ତି ହେବାକୁ ଥିବା ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେବେ। ଆସନ୍ତା ୧୬ ତାରିଖରେ ଏହି ବିଶାଳ କାଯ୍ୟକ୍ରମ କରିବା ପାଇଁ ବିଭାଗ ତରଫରୁ ଜୋରଦାର ପ୍ରସ୍ତୁତି କରାଯାଉଛି।

ବିଭାଗ ଅନୁସାରେ ରାଜ୍ୟରେ ମୋଟ ୬ ହଜାର ୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ସେମାନଙ୍କୁ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୪୩୮ ଜଣ ଥିବା ବେଳେ, ଗଂଜାମ ଓ ସୁନ୍ଦରଗଡ ଜିଲ୍ଲାରୁ ୩୯୧ ଜଣ ଲେଖାଏଁ, ମୟରଭଂଜ ଜିଲ୍ଲାରୁ ୩୮୨ ଜଣ, କେଉଁଝରରୁ ୩୬୫ ଜଣ ଅଛନ୍ତି। ସବୁଠାରୁ କମ ଶିକ୍ଷକ ନିଯୁକ୍ତ ହେବ ଦେବଗଡ ଜିଲ୍ଲାରୁ। ଏହି ଜିଲ୍ଲାରୁ ମୋଟ ୩୨ ଜଣ ଶିକ୍ଷକ ନିଯୁକ୍ତ ହେବେ।

ଏହି ନବନିଯୁକ୍ତ ଶିକ୍ଷକଙ୍କୁ କଳିଙ୍ଗ ଷ୍ଟାଡିୟମ ଆଣିବା ପାଇଁ ୧୨୦ଟି ବସର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ସଂପୃକ୍ତ ଜିଲ୍ଲା ପ୍ରଶାସନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହି ବସ୍ ଗୁଡିକ ନିର୍ଦ୍ଧାରିତ ସମୟ ପୂର୍ବରୁ ଜିଲ୍ଲା ଛାଡିବା ପାଇଁ କୁହାଯାଇଛି। ଏଥିସହିତ ଏହି ବସ୍ ରେ ସ୍ବତନ୍ତ୍ର ବ୍ୟାନର ଲଗାଯିବ ବୋଲି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଶିକ୍ଷକମାନେ ୧୫ ତାରିଖ ସୁଦ୍ଧା ଭୁବନେଶ୍ବରରେ ପହଁଞ୍ଚିବେ। ସେଥିପାଇଁ କଳିଙ୍ଗ ଷ୍ଟାଡିୟମରେ ରହିବା ପାଇଁ ମଧ୍ୟ ବନ୍ଦୋବସ୍ତ କରାଯାଇଛି। ସେହି ଦିନ ସେମାନେ ଅପରାହ୍ନ ୩ ଟାରେ ମଞ୍ଚ ନିକଟକୁ ଆସି କେମିତି କିଏ କେଉଁଠି ବସିବେ ତାହା ପ୍ରସ୍ତୁତ କରାଯିବ। ଏଥିସହିତ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ କରାଯିବ। ୧୬ ତାରିଖରେ ମଧ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ। ସେହିଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ କରିବେ। କୋଭିଡ କଟକଣା ମଧ୍ୟରେ ଏହି ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ରାଜ୍ୟ ସରକାର ମୋଟ ୧୧ ହଜାର ୪୦୦ ସ୍କୁଲ ଶିକ୍ଷକଙ୍କୁ ନିଯୁକ୍ତି କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ହେଲେ ସେଥି ମଧ୍ୟରେ କଟଅପ ମାର୍କ ଅନୁସାରେ ୬ ହଜାର ୧୩୧ ଜଣ ନିଯୁକ୍ତି ପାଇଁ ମନୋନିତ ହୋଇଛନ୍ତି। ଏହି ଶିକ୍ଷକମାନେ 5T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧିନରେ ଖାଲିଥିବା ସ୍କୁଲଗୁଡିକରେ ନିଯୁକ୍ତି ପାଇବେ।

ରାଜ୍ୟ ସରକାର ଚଳିତ ଡିସେମ୍ବର ସୁଦ୍ଧା ୧୬ ହଜାର ଶିକ୍ଷକ ନିଯୁକ୍ତି କରିବେ ବୋଲି ଯୋଜନା କରିଥିଲେ। ସେହି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୪୦୦ ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଆସନ୍ତା ବର୍ଷ ଏହିସବୁ ନିଯୁକ୍ତି କରାଯିବ ବୋଲି ବିଭାଗ ତରଫୁ ନିଷ୍ପତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଅନ୍‌ ଲାଇନ୍‌ରେ ଶିକ୍ଷାଦାନ ପାଇଁ ତାଲିମ ନେବେ ଶିକ୍ଷକ

ଭୁବନେଶ୍ବର : ଏଣିକି ଶିକ୍ଷକ ଅନଲାଇନ୍‌ ପଢିବେ ଆଉ ପଢାଇବେ । ଅନ୍‌ଲାଇନ୍‌ରେ ଶିକ୍ଷାଦାନ ପାଇଁ ଶିକ୍ଷକମାନେ ତାଲିମ ନେବେ । 101ଟି ଉତ୍କର୍ଷ ବିଦ୍ୟାଳୟରୁ 2 ଜଣ ଲେଖାଏଁ ଶିକ୍ଷକ ଅନଲାଇନ୍‌ ଶିକ୍ଷାଦାନ ପାଇଁ ତାଲିମ ନେବେ । 30ଟି ଯୁକ୍ତ ଦୁଇ କଲେଜ ଓ କଲେଜ ଶିକ୍ଷା କଲେଜରେ ଶିକ୍ଷକ ତାଲିମ ନେବେ । ଶିକ୍ଷକମାନେ ଆସନ୍ତା 4ରୁ 5 ଦିନ ପାଇଁ 2 ଘଣ୍ଟିଆ ତାଲିମ୍‌ ନେବେ ବୋଲି ଜଣାପଡିଛି । କରୋନାରେ କିପରି ଭାବରେ ଅନଲାଇନ୍‌ ଶିକ୍ଷା ଦାନ ହେବ ସେନେଇ ତାଲିମ୍‌ ଦିଆଯିବ ।  ଶିକ୍ଷକଙ୍କ ଅନଲାଇନ୍‌ ତାଲିମ୍‌ ଶିକ୍ଷା ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Categories
ଆଜିର ଖବର ଜାତୀୟ ଖବର

ବଜେଟ୍‌ 2020 : ଶିକ୍ଷା ପାଇଁ 99ହଜାର 300 କୋଟିର ବ୍ୟୟବରାଦ, ଖୁବଶୀଘ୍ର ଆସିବ ନୂତନ ଶିକ୍ଷା ନୀତି

ଚଳିତ ଦଶନ୍ଧିର ପ୍ରଥମ ବଜେଟ୍‌ ଉପସ୍ଥାନ କରୁଛନ୍ତି ନିର୍ମଳା ସୀତାରମଣ । ଏହି ଅବସରରେ ଶିକ୍ଷା ପାଇଁ 99 ହଜାର 300 କୋଟିର ବ୍ୟୟ ବରାଦ ରଖାଯାଇଥିବାବେଳେ ଦେଶରେ ନୂତନ ଶିକ୍ଷା ନୀତି ଆସିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

  • ବହୁତ ଶୀଘ୍ର ନୂତନ ଶିକ୍ଷା ନୀତି ଆସିବ
  • ଦେଶରେ ସାଇବର ଫୋରେନିକ୍‌ ଶିକ୍ଷା ପ୍ରତିଷ୍ଠାନ
  • ଦେଶରେ ନୂଆ 150ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ହେବ
  • ଅନ୍‌ଲାଇନ୍‌ ଡିଗ୍ରୀ ପୋଗ୍ରାମ୍‌
  • ଷ୍ଟଡି ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ
  • ପିପିପି ମୋଡରେ ମେଡିକାଲ କଲେଜରେ ହେବ ନିର୍ମାଣ
  • ସରସ୍ବତୀ ସିନ୍ଧୁ ୟୁନିଭର୍ସିଟି ହେବା ପାଇଁ ଘୋଷଣା
  • କୋଶଳ ବିକାଶ ପାଇଁ 3000 କୋଟିର ବ୍ୟୟବରାଦ ରହିଛି ।
  • ଶିକ୍ଷା ସେକ୍ଟରରେ ଏଫ୍‌ଡିଆଇ ଅଣାଯିବ ।
Categories
ଆଜିର ଖବର

ଦକ୍ଷିଣ ଭାରତରେ ବିରୋଧ ପରେ ଶିକ୍ଷାନୀତି-୨୦୧୯ରେ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର

ହିନ୍ଦି ଭାଷାକୁ ଦେଶର ସବୁଆଡେ ପ୍ରଚଳିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଧକ୍କା ପହଞ୍ଚିଛି। ସରକାରଙ୍କ ନୂତନ ନିୟମ ଅନୁଯାୟୀ ଛାତ୍ରଛାତ୍ରୀ ମାନେ ଶିକ୍ଷା କରୁଥିବା ତିନି ଭାଷା ମଧ୍ୟରେ ହିନ୍ଦି ଏବଂ ଇଂରାଜୀକୁ ବାଧ୍ୟତାମୂଳକ କରିଥିଲେ। ମାତ୍ର ସମସ୍ତ ଦକ୍ଷିଣ ଭାରତୀୟ ରାଜ୍ୟରେ ଏହାକୁ ଦୃଢ ବିରୋଧ ପ୍ରଦର୍ଶନ କରାଯିବା ପରେ ସରକାର ଏହି ନିୟମରେ ପରିବର୍ତ୍ତନ କରିଛନ୍ତି। କିଛି ରାଜନୈତିକ ନେତୃବୃନ୍ଦ ମଧ୍ୟ ଏହାକୁ ବିରୋଧ ପ୍ରଦର୍ଶନ କରିବା ପରେ ଏହି ନିୟମରେ ସାମାନ୍ୟ ସଂଶୋଧନ କରିଛନ୍ତି ସରକାର। ପ୍ରାରମ୍ଭିକ ଭାବରେ ହିନ୍ଦି ଏବଂ ଇଂରାଜୀକୁ ବାଧ୍ୟତାମୂଳକ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ ବିଷୟ ଭାବରେ ରଖିଛନ୍ତି। ଇଚ୍ଛାଧୀନ ରହିଥିବା ତିନି ଭାଷାକୁ ଛାତ୍ରଛାତ୍ରୀ କୌଣସି ସମୟରେ ମଧ୍ୟ ବଦଳାଇ ପାରିବେ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଦକ୍ଷିଣ ଭାରତରେ କେନ୍ଦ୍ର ସରକାରଙ୍କ ନେତା ନିର୍ମଳା ସୀତାରମଣ, ଏସ୍‌ ଜୟଶଙ୍କରଙ୍କ ବ୍ୟତିତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀ, ପୂର୍ବତନ ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମ୍‌ ଏବଂ ଏମ୍‌ କେ ଷ୍ଟାଲିନ୍‌ ମଧ୍ୟ ଏହି ବ୍ୟବସ୍ଥାକୁ ନାପସନ୍ଦ କରିଥିଲେ।